Advertisment

ଅଡୁଆରେ ଆଲିଆ, କାଠଗଡାରେ ଫସିଲେ

ମୁମ୍ବାଇ: ଅଡୁଆରେ ବଲିଉଡର ଡିମ୍ପଲ ଗାର୍ଲ ଆଲିଆ ଭଟ୍ଟ। ତାଙ୍କୁ ନେଇ ବଢ଼ିଲା ବିବାଦ। କାଠଗଡାରେ ଫସିଲେ ଗଙ୍ଗୁବାଇ ଓରଫ ଆଲିଆ। କେବଳ ଆଲିଆ ନୁହନ୍ତି ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କୁ ନେଇ ମଧ୍ୟ ରୁଜୁ ହୋଇଛି ମାମଲା। ଅପ୍‌କମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି‘କୁ ନେଇ ଆରମ୍ଭ ହୋଇଛି ବିବାଦ। ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହା ବିବାଦରେ ରହି ଆସିଛି। ଗାଙ୍ଗୁବାଈଙ୍କ ପରିବାର ସଦସ୍ୟ ଏହି ଫିଲ୍ମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। […]

ଅଦ୍ୟତନ ହୋଇଛି
ଅଡୁଆରେ ଆଲିଆ, କାଠଗଡାରେ ଫସିଲେ

Alia

Advertisment

ମୁମ୍ବାଇ: ଅଡୁଆରେ ବଲିଉଡର ଡିମ୍ପଲ ଗାର୍ଲ ଆଲିଆ ଭଟ୍ଟ। ତାଙ୍କୁ ନେଇ ବଢ଼ିଲା ବିବାଦ। କାଠଗଡାରେ ଫସିଲେ ଗଙ୍ଗୁବାଇ ଓରଫ ଆଲିଆ। କେବଳ ଆଲିଆ ନୁହନ୍ତି ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କୁ ନେଇ ମଧ୍ୟ ରୁଜୁ ହୋଇଛି ମାମଲା। ଅପ୍‌କମିଂ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'କୁ ନେଇ ଆରମ୍ଭ ହୋଇଛି ବିବାଦ। ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହା ବିବାଦରେ ରହି ଆସିଛି।

Advertisment

ଗାଙ୍ଗୁବାଈଙ୍କ ପରିବାର ସଦସ୍ୟ ଏହି ଫିଲ୍ମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଗାଙ୍ଗୁବାଈଙ୍କ ପରିବାରକୁ ଅତ୍ୟନ୍ତ କଦର୍ଯ୍ୟ ଭାବେ ଚିତ୍ରଣ କରାଯାଇଛି। ଗାଙ୍ଗୁବାଈଙ୍କୁ ଜଣେ ସମାଜସେବୀ ବଦଳରେ ଦେହଜୀବୀ ଭାବେ ଦର୍ଶାଯାଇଛି ବୋଲି ଅଭିଯୋଗ ହୋଇଛି।

ଗାଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଏହି ଚଳଚ୍ଚିତ୍ରର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି। ସେ ମୁମ୍ବାଇର ଏକ କୋର୍ଟରେ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଏବଂ ଆଲିଆ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Advertisment

ବାବୁ ରାଓଜୀ କହିଛନ୍ତି ଯେ ‘ମୋ ମା'ଙ୍କୁ ଜଣେ ଦେହଜୀବୀ ଭାବେ ଫିଲ୍ମରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶକ ଜଘନ୍ୟ ପ୍ରୟାସ କରିଛନ୍ତି ଏବଂ ଏହାକୁ ନେଇ ଆମ ପରିବାରର ସମସ୍ୟା ବଢ଼ିଯାଇଛି। ଏପରିକି ତାଙ୍କ ପରିବାର ସଦସ୍ୟଙ୍କୁ ମୁମ୍ବାଇରେ ବାରମ୍ବାର ଘର ବଦଳାଇବାକୁ ପଡ଼ୁଛି ଏବଂ ତୁହାକୁ ତୁହା ସଫେଇ ଦେବାକୁ ହେଉଛି ବୋଲି ସେ କହିଛନ୍ତି।' ଯେତେବେଳେ ଗଙ୍ଗୁବାଈ ଉପରେ ବହି ଲେଖାଯାଇଥିଲେ, ସେତେବଳେ ମଧ୍ୟ ପରିବାର ଲୋକଙ୍କ ଠାରୁ ଅନୁମତି ନିଆଯାଇନଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ସୂଚନା ମୁତାବକ, ଗଙ୍ଗୁବାଈଙ୍କ ପରିବାରରେ ତାଙ୍କ ପୁଅ ବାବୁ ରାଓଜୀ ଶାହା ଏବଂ ତାଙ୍କ ନାତୁଣୀ ଭାରତୀ ଏଲହି ଫିଲ୍ମକୁ ନେଇ ତୀବ୍ର ବିରୋଧ କରିଛନ୍ତି। ଗତ ବର୍ଷ ବାବୁ ରାଓଜୀ ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଫିଲ୍ମ ବିରୋଧରେ ସେ ମାମଲା ରୁଜୁ କରିଥିଲେ। ଏହାପରେ ସଞ୍ଜୟ ଲୀଲା ଭଂସାଲି ଏବଂ ଆଲିଆ ଭଟ୍ଟଙ୍କୁ କୋର୍ଟ ତରଫରୁ ନୋଟିସ ପଠାଯାଇଥିଲା। କିନ୍ତୁ ପରେ ବମ୍ବେ ହାଇକୋର୍ଟ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ମନା କରିଦେଇଥିଲେ। ସେହିପରି ଫିଲ୍ମର ନିର୍ମାତାଙ୍କ ବିରୋଧରେ ଅନ୍ତରୀଣ ଅପରାଧିକ ମାନହାନୀ ମାମଲା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ କୋର୍ଟ।

Alia Bhatt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe