Advertisment

ଶାହରୁଖଙ୍କ ନାଁ ବଦଳାଇ 'ଅଭିନବ' ରଖିବାକୁ ଚାହୁଁଥିଲେ ଗୌରୀ

ଦେଶ ବିଦେଶରେ ଶାହରୁଖଙ୍କ ନାଁର କ୍ରେଜ ଥିବା ବେଳେ ଏହି ନାଁକୁ କିନ୍ତୁ ବଦଳାଇ ଦେବାକୁ ଚାହିଁଥିଲେ ପତ୍ନୀ ଗୌରୀ।

Shah Rukh Khan and  Gauri Khan

Shah Rukh Khan and Gauri Khan

Advertisment

ବଲିଉଡର କିଙ୍ଗ ଖାନ୍‌ ଶାହରୁଖ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ହେଉଛନ୍ତି ବାଦ୍‌ଶାହ। ତାଙ୍କର କ୍ରେଜ କାହିଁରେ କେତେ। ବହୁ ବର୍ଷ ଧରି ବଲିଉଡରେ ଶାହରୁଖଙ୍କ ରହିଛି ଦବଦବା। ସେ ବି-ଟାଉନ୍‌ରେ ଯେତେକି ଫେମସ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ସକ୍ରିୟ। ଶାହରୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ୍‌ ହେଉଛନ୍ତି ବଲିଉଡର ପାଓ୍ୱର କପଲ। ଦେଶ ବିଦେଶରେ ଶାହରୁଖଙ୍କ ନାଁର କ୍ରେଜ ଥିବା ବେଳେ ଏହି ନାଁକୁ କିନ୍ତୁ ବଦଳାଇବାକୁ ଚାହିଁଥିଲେ ପତ୍ନୀ ଗୌରୀ।

Advertisment

ତିନି ଦଶକ ପୂର୍ବରୁ ଶାହରୁଖ ଓ ଗୌରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଏହି ବିବାହକୁ ନେଇ ଖୁସି ନଥିଲେ ଗୌରୀଙ୍କ ବାପା-ମା'। ଶାହରୁଖଙ୍କ ସହ ତାଙ୍କ ବିବାହ ହେଉ ବୋଲି ସେମାନେ ରାଜି ନଥିଲେ। ୧୯୪୮ ମସିହାରେ ପ୍ରଥମେ ଗୌରୀଙ୍କୁ ଦେଖିଲେ ଶାହରୁଖ। ତେବେ ପ୍ରଥମ ଦେଖାରେ ହିଁ ସେ ଗୌରୀଙ୍କ ପ୍ରେମରେ ପଡିଯାଇଥିଲେ। ଉଭୟ ପରସ୍ପର ସହ ୬ ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ। ତେବେ ବିବାହ କରିବା ଉଭୟଙ୍କ ପାଇଁ ଏତେ ସଜହ ନଥିଲା। ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏନେଇ ଖୋଦ୍ ୨୦୦୮ରେ ଦେଇଥିବା ଏକ ସାକ୍ଷାତକାର୍‌ରେ ଖୁଲାସା କରିଥିଲେ ଗୌରୀ ଖାନ୍‌।

ଶାହରୁଖ ଖାନ୍‌ ମୁସଲିମ୍‌ ଧର୍ମର ହୋଇଥିବା ବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ କ୍ୟାରିୟର କରିବାକୁ ଚାହୁଁଥିଲେ। ଏହା ଗୌରୀଙ୍କ ବାପା-ମା'ଙ୍କୁ ପସନ୍ଦ ନଥିଲା। ସେ ତାଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ। ଏଭଳି ସ୍ଥିତିରେ ଶାହରୁଖଙ୍କ ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ଗୌରୀ। ତାଙ୍କ ନାଁ ବଦଳାଇ 'ଅଭିନବ' ରଖିବାକୁ ଗୌରୀ ଚାହିଁଥିଲେ। ଏଭଳି କିରିବା ଦ୍ୱାରା ଶାହରୁଖ ଜଣେ ହିନ୍ଦୁ ବୋଲି ତାଙ୍କ ପରିବାର ବିଶ୍ୱାସ କରିବେ ଗୌରୀ ଆଶା କରିଥିଲେ। କିନ୍ତୁ ପରେ ସେ ନିଜର ଏହି ନିଷ୍ପତ୍ତିକୁ ବଦଳାଇ ନେଇଥିଲେ।

Advertisment
Shahrukh Khan Wedding Photoଶାହରୁଖ ଓ ଗୌରୀଙ୍କ ବିବାହ ବେଳର ଫଟୋ।

ଗୌରୀ ଓ ଶାହରୁଖ ଖାନ୍ ଥରେ ନୁହେଁ ତିନି ଥର ବିବାହ କରିଛନ୍ତି। ଶାହରୁଖ ଓ ଗୌରୀ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ। ଏହାପରେ ୧୯୯୧ ଅଗଷ୍ଟ ୨୬ରେ ଉଭୟ ମୁସଲିମ୍‌ ଧର୍ମ ଅନୁଯାୟୀ ନିକାହା ପଢ଼ିଥିଲେ। ପରେ ସେହି ବର୍ଷ ଅକ୍ଟୋବର ୨୫ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ବଲିଉଡର ଏହି ଦମ୍‌ଦାର ଦମ୍ପତି।

Bollywood News Shah Rukh Khan Gauri Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe