ଶାହରୁଖଙ୍କୁ ଛାଡି ମନୀଷଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ଗୌରୀ!

ମୁମ୍ବାଇ: ବଲିଉଡର ବାଦ୍‌ଶାହା ଶାହରୁଖ ଖାନ୍। ସେ ତାଙ୍କ ପତ୍ନୀ ଗୌରୀ ଖାନ୍ ଓ ପିଲାଙ୍କୁ ବେଶ୍ ଭଲ ପାଆନ୍ତି। ଏ କଥା କାହାକୁ ଅଛପା ନାହିଁ। ତାଙ୍କ ପତ୍ନୀ ଗୌରୀ କିନ୍ତୁ ଏବେ ଶାହରୁଖଙ୍କୁ ଛାଡି ଆଉ ଜଣଙ୍କ ସହ ରୋମାଣ୍ଟିକ୍ ହୋଇଛନ୍ତି। ହାତରେ ହାତ ମିଶାଇ ତାଙ୍କ ସହ କରିଛନ୍ତି ରୋମାଣ୍ଟିକ ଡ୍ୟାନ୍ସ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପେସାରେ ଜଣେ ଇଣ୍ଟେରିଅର ଡିଜାଇନର୍ ଥିବା ଗୌରୀ ଖାନ୍ […]

gauri-khan and manish malhotra

gauri-khan and manish malhotra

Madhupriya Mistry
  • Published: Monday, 14 November 2022
  • Updated: 14 November 2022, 07:37 PM IST

ମୁମ୍ବାଇ: ବଲିଉଡର ବାଦ୍‌ଶାହା ଶାହରୁଖ ଖାନ୍। ସେ ତାଙ୍କ ପତ୍ନୀ ଗୌରୀ ଖାନ୍ ଓ ପିଲାଙ୍କୁ ବେଶ୍ ଭଲ ପାଆନ୍ତି। ଏ କଥା କାହାକୁ ଅଛପା ନାହିଁ। ତାଙ୍କ ପତ୍ନୀ ଗୌରୀ କିନ୍ତୁ ଏବେ ଶାହରୁଖଙ୍କୁ ଛାଡି ଆଉ ଜଣଙ୍କ ସହ ରୋମାଣ୍ଟିକ୍ ହୋଇଛନ୍ତି। ହାତରେ ହାତ ମିଶାଇ ତାଙ୍କ ସହ କରିଛନ୍ତି ରୋମାଣ୍ଟିକ ଡ୍ୟାନ୍ସ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପେସାରେ ଜଣେ ଇଣ୍ଟେରିଅର ଡିଜାଇନର୍ ଥିବା ଗୌରୀ ଖାନ୍ ଏବେ ମୋନାକୋରେ ଅଛନ୍ତି। ସେ ସେଠାରେ ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଛନ୍ତି। ଏହି ବିବାହ ସମାରୋହରୁ ଗୌରୀଙ୍କ ଅନେକ ଫଟୋ ଆଉ ଭିଡିଓ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ଭିଡିଓରେ ଗୌରୀ ଡ୍ରେସ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ନିକଟରେ ମନୀଷ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଗୌରୀଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଶେଆର କରିଥିଲେ। ଯାହାକୁ ଦେଖିବା ପରେ ଫ୍ୟାନ୍‌ମାନେ ଲଗାତର କମେଣ୍ଟ କରିବାରେ ଲାଗିଛନ୍ତି। ଭିଡିଓ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଏଭଳି ମଜାଦାର ସମୟ, ଗୌରୀ ତୁମେ ମୋ ପାଇଁ ବେଶ୍ ଖାସ୍।’ଏହି ଭିଡିଓରେ ଗୌରୀ ଯେଉଁ ଆଉଟ୍‌ଫିଟ୍ ପିନ୍ଧିଛନ୍ତି ତାକୁ ମନୀଷ ମଲହୋତ୍ରା ହିଁ ଡିଜାଇନ୍ କରିଛନ୍ତି। ଭିଡିଓଟି ସୋଶାଲ ମିଡିଆରେ ଜୋର୍‌ସୋର୍‌ରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।

ଉଲ୍ଲେଖଯୋଗ୍ୟ, ମନୀଷ ମଲହୋତ୍ରା ଓ ଗୌରୀ ଖାନ୍ ଉଭୟ ପରସ୍ପରର ଭଲ ବନ୍ଧୁ। ମୋନାକୋରେ ବ୍ୟବସାୟୀ ଆୟେଶା ଗ୍ରୋବର ଓ ନିକ୍‌ଙ୍କ ବିବାହ ସମାରୋହ ଚାଲିଛି। ଏହି ବିବାହରେ ସାମିଲ ହେବା ପାଇଁ ଗୌରୀଙ୍କ ସମେତ ଅନେକ ଫିଲ୍ମ ଷ୍ଟାର୍ ଯାଇଛନ୍ତି। କରଣ ଜୋହରଙ୍କ ଠାରୁ ଆରମ୍ଭ କରି ମନୀଷ ମଲହୋତ୍ରା, ଶ୍ୱେତା ବଚ୍ଚନ ନନ୍ଦା ମଧ୍ୟ ଏହି ବିବାହରେ ସାମିଲହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos