Advertisment

ଗେହନାଙ୍କୁ ନାହିଁ ଗିରଫ ଭୟ! ମିଳିଲା ଆଶ୍ୱସ୍ତି

ମୁମ୍ବାଇ: ଅଭିନେତ୍ରୀ ଗେହନା ବଶିଷ୍ଟଙ୍କୁ ମିଳିଲା ଆଶ୍ୱସ୍ତି। ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀଙ୍କୁ ନାହିଁ ଆଉ ଗିରଫ ଭୟ। ସୁପ୍ରିମକୋର୍ଟ ତରଫରୁ ତାଙ୍କୁ ଆଶ୍ୱସ୍ତି ମିଳିଛି । ଅଶ୍ଳୀଳ ଫିଲ୍ମ ତିଆରି ମାମଲାର ଅଭିଯୁକ୍ତ ଗେହନାଙ୍କ ଅଗୁଆ ଜାମିନ ଆବେଦନକୁ ମିଳିଛି ମଞ୍ଜୁରୀ। ନିକଟରେ ଅଭିନେତ୍ରୀ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନ ଉପରେ କୋର୍ଟ ରୋକ ଲଗାଇ ଦେଇଥିଲେ। ଏହାପରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗେହନା। ଆଜି ତାଙ୍କ […]

ଅଦ୍ୟତନ ହୋଇଛି
ଗେହନାଙ୍କୁ ନାହିଁ ଗିରଫ ଭୟ! ମିଳିଲା ଆଶ୍ୱସ୍ତି

gehena vashist

Advertisment

ମୁମ୍ବାଇ: ଅଭିନେତ୍ରୀ ଗେହନା ବଶିଷ୍ଟଙ୍କୁ ମିଳିଲା ଆଶ୍ୱସ୍ତି। 'ଗନ୍ଦି ବାତ୍‌' ଫେମ୍‌ ଅଭିନେତ୍ରୀଙ୍କୁ ନାହିଁ ଆଉ ଗିରଫ ଭୟ। ସୁପ୍ରିମକୋର୍ଟ ତରଫରୁ ତାଙ୍କୁ ଆଶ୍ୱସ୍ତି ମିଳିଛି । ଅଶ୍ଳୀଳ ଫିଲ୍ମ ତିଆରି ମାମଲାର ଅଭିଯୁକ୍ତ ଗେହନାଙ୍କ ଅଗୁଆ ଜାମିନ ଆବେଦନକୁ ମିଳିଛି ମଞ୍ଜୁରୀ।

Advertisment

ନିକଟରେ ଅଭିନେତ୍ରୀ ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନ ଉପରେ କୋର୍ଟ ରୋକ ଲଗାଇ ଦେଇଥିଲେ। ଏହାପରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗେହନା। ଆଜି ତାଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇଛନ୍ତି। ଏହାପରେ ଗେହନାଙ୍କ ଗିରଫ ଭୟ ଦୂର ହୋଇଯାଇଛି। ତାଙ୍କୁ ଆଗୁଆ ଜାମିନ ମିଳିବା ବାଟ ଫିଟିଛି।

ସୁପ୍ରିମକୋର୍ଟ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଦାଏର ହୋଇଥିବା ତୃତୀୟ ଏଫ୍‌ଆଇଆର୍‌ ଆଧାରରେ ଗେହନାଙ୍କ ଗିରଫଦାରୀ ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଆବଶ୍ୟକ ପଡିଲେ ଗେହନାଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେଖ ଯୋଗ୍ୟ ଯେ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସର୍ବପ୍ରଥମେ ଗେହନାଙ୍କୁ ପୁଲିସ ଗିରଫ କରିଥିଲା। ସେ ଦୀର୍ଘ ଦିନ ଧରି ଜେଲରେ ମଧ୍ୟ ରହିଥିଲେ। ଏହାପରେ ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଜୁଲାଇ ୧୯ରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା।

ରାଜଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ପୁଲିସ କହିଥିଲା। ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ସହଯୋଗୀ ରିଆନ୍‌ଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଏହି ମାମଲାରେ ପୁଲିସ ପ୍ରାୟ ୧୫୦୦ ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା। ଯେଉଁଥିରେ ୪୩ ଜଣ ସାଖୀଙ୍କ ବୟାନ ରେକର୍ଡ ହୋଇଥିଲା। ତେବେ ଦୁଇ ମାସ ପରେ ରାଜ କୁନ୍ଦ୍ରାଙ୍କୁ ସୋମବାର ବେଲ୍‌ ମିଳିଛି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe