Advertisment

ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ସ୍ୱାମୀ ସାମ୍ ଅହମଦ ବମ୍ବେଙ୍କୁ ଗୋଆ ପୁଲିସ୍ ଗିରଫ କରିଛି। ପୁନମଙ୍କ ଅଭିଯୋଗ କ୍ରମେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଛି। ଗତକାଲି ପୁନମ ତାଙ୍କ ସ୍ୱାମୀ ଓ ଶାଶୂ-ଶ୍ୱଶୁରଙ୍କ ନାଁରେ ଗୋଆର କାନାକୋନା ଥାନାରେ ଏଫ୍‌ଆଇଆର୍ ଦେଇଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାର୍‌ପିଟ୍ କରିଥିବା ତଥା ମାରି ଦେବାକୁ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି […]

ଅଦ୍ୟତନ ହୋଇଛି
ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍

poonam1

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ସ୍ୱାମୀ ସାମ୍ ଅହମଦ ବମ୍ବେଙ୍କୁ ଗୋଆ ପୁଲିସ୍ ଗିରଫ କରିଛି। ପୁନମଙ୍କ ଅଭିଯୋଗ କ୍ରମେ ହିଁ ପୁଲିସ୍ ତାଙ୍କୁ ଗିରଫ କରିଛି।

Advertisment

ଗତକାଲି ପୁନମ ତାଙ୍କ ସ୍ୱାମୀ ଓ ଶାଶୂ-ଶ୍ୱଶୁରଙ୍କ ନାଁରେ ଗୋଆର କାନାକୋନା ଥାନାରେ ଏଫ୍‌ଆଇଆର୍ ଦେଇଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାର୍‌ପିଟ୍ କରିଥିବା ତଥା ମାରି ଦେବାକୁ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି ତାଙ୍କ ସ୍ୱାମୀ ସାମ୍ ଅହମଦ ବମ୍ବେଙ୍କୁ ଗିରଫ କରିଛି।

publive-imageଏହି ଘଟଣା ସାଉଥ୍ ଗୋଆର କାନାକୋନା ଗାଁରେ ଘଟିଥିଲା, ଯେଉଁଠି ସେ ଏକ ଫିଲ୍ମ ପାଇଁ ଶୁଟିଂ କରୁଥିଲେ।

Advertisment

publive-imageପୁନମ ଓ ସାମ୍ ଚଳିତ ମାସ ବାହା ହୋଇଥିଲେ ଓ ଗୋଆକୁ ହନିମୁନ୍ ପାଇଁ ଯାଇଥିଲେ। ପୂର୍ବରୁ ପୁନମ୍ ସ୍ୱାମୀଙ୍କ ସହିତ ତାଙ୍କର କିଛି ଫଟୋ ଶେଆର କରି ଏ ସଂପର୍କରେ ସୂଚନା ଦେଇଥିଲେ। ଜୁଲାଇ ମାସରେ ନିର୍ବାନ୍ଧ ହେବା ପରେ ଏଇ ମାସରେ ସେମାନେ ବାହା ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe