Advertisment

ପତ୍ନୀ ସୁନୀତାଙ୍କ ଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା!

ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ।

author-image
Hemant Lenka
Govinda

Govinda

ପୁଣି ଗୋଟିଏ ବିବାହ ବିଚ୍ଛେଦ ଖବର ସାମ୍ନାକୁ ଆସିଛି। ଏଥର ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା। ଦୀର୍ଘ ୩୭ ବର୍ଷ ଏକାଠି ରହିବା ପରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜା ପରସ୍ପରକୁ ଛାଡ଼ପତ୍ର ଦେବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ଜୁମ ଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ। ସେମାନେ ଖୁବଶୀଘ୍ର ପରସ୍ପରକୁ ଛାଡ଼ପତ୍ର ଦେବେ। କିନ୍ତୁ ଛାଡ଼ପତ୍ର ଖବର ନିଆଁ ଭଳି ବ୍ୟାପୁଥିବା ବେଳେ ଏ ସମ୍ପର୍କରେ ଏଯାଏ ଗୋବିନ୍ଦା କିମ୍ବା ସୁନୀତାଙ୍କ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।

କୁହାଯାଉଛି ଯେ ଗୋବିନ୍ଦା ଓ ସୁନୀତା ଆହୁଜା ପରସ୍ପର ଠାରୁ ପୃଥକ ଓ ଭିନ୍ନ ଜୀବନଶୈଳୀକୁ ଗୁରୁତ୍ୱ ଦେଉଥିଲେ। ଦୁଇ ଜଣଙ୍କ ମାନସିକତା ପରସ୍ପର ସହ ଖାପ ନ ଖାଇବାରୁ ସେମାନଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଥିଲା। ସେହିପରି ଗୋବିନ୍ଦା ଓ ଜଣେ ମରାଠୀ ଅଭିନେତ୍ରୀଙ୍କ ମଧ୍ୟରେ ବି ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ତକ୍ତତା ସୃଷ୍ଟି ହୋଇଥିଲା। ତେଣୁ ସେମାନେ ଅଲଗା ଅଲଗା ରହୁଛନ୍ତି।

Advertisment

ଗୋଟିଏ ଇଣ୍ଟରଭ୍ୟୁରେ ସୁନୀତା ନିବ ପାରିବାରିକ ଜୀବନକୁ ନେଇ ବଡ଼ ଖୁଲାସା କରିଥିଲେ। ଗୋବିନ୍ଦା ଅଧିକାଂଶ ସମୟ ବିଭିନ୍ନ କାମ ଯୋଗୁ ନିଜ ବଙ୍ଗଳାରେ ରହୁଥିବାରୁ ତାଙ୍କୁ ଏକାକୀ ମୁମ୍ବାଇ ସ୍ଥିତ ଘରେ ରହିବାକୁ ପଡ଼ୁଛି ବୋଲି ସୁନୀତା କହିଥିଲେ। ସେ କହିଥିଲେ, “ଆମର ଦୁଇଟି ଘର ଅଛି। ଆମ ଆପାର୍ଟମେଣ୍ଟର ବିପରୀତ ଦିଗରେ ଆମର ବଙ୍ଗଳା ରହିଛି। ଫ୍ଲାଟରେ ମୋ ମନ୍ଦିର ଓ ମୋ ପିଲାମାନେ ରୁହନ୍ତି। ସେ(ଗୋବିନ୍ଦା) ଅଧିକାଂଶ ସମୟ ବଙ୍ଗଳାରେ ରୁହନ୍ତି। ସେ ଅନ୍ୟମାନଙ୍କ ସହ କଥା ହେବାକୁ ଭଲ ପାଆନ୍ତି। ତାଙ୍କ ପାଖରେ ସବୁବେଳେ ୧୦ ଜଣ ଲୋକ ରହିଥିବେ। ସେମାନଙ୍କ ସହ ମିଟିଂ କରି ସେ ଉକ୍ତ ବଙ୍ଗଳାରେ ରହି ଯାଆନ୍ତି। ମୁଁ ଫ୍ଲାଟରେ ରୁହେ। ଏଠାରେ ମୋ ପୁଅ ଓ ଝିଅ ରୁହନ୍ତି। ମୁଁ ଅଧିକ କଥା ହେବାକୁ ପସନ୍ଦ କରେ ନାହିଁ।”

ଗୋବିନ୍ଦାଙ୍କ ସମ୍ପର୍କରେ ସେ ଆହୁରି କହିଥିଲେ ଯେ “ଆର ଜନ୍ମରେ ସେ ମୋ ସ୍ୱାମୀ ନହୁଅନ୍ତୁ ବୋଲି ମୁଁ ତାଙ୍କୁ ସବୁବେଳେ କହି ଆସୁଛି। କାରଣ ସେ ଛୁଟିରେ କୁଆଡ଼େ ଯାଆନ୍ତି ନାହିଁ। ମୁଁ ଏମିତି ମଣିଷ ଯିଏ ସ୍ୱାମୀଙ୍କ ସହ ଯିବାକୁ ଚାହେଁ ଓ ରାସ୍ତା କଡ଼ରେ ଗୁପଚୁପ ଖାଇବାକୁ ଚାହେଁ। କିନ୍ତୁ ସେ ଅଧିକ ସମୟ କାମକୁ ଦିଅନ୍ତି। ଆମେ ଦୁଇ ଜଣ ଏକାଠି କେବେ ଫିଲ୍ମ ଦେଖିବାକୁ ଯାଇଥିଲୁ, ସେକଥା ମୋର ମନେନାହିଁ।”

୧୯୮୭ ମସିହାରେ ଗୋବିନ୍ଦା ଓ ସୁନୀତା ବିବାହ କରିଥିଲେ। କିନ୍ତୁ ୧୯୮୮ରେ ଝିଅ ଟିନା ଜନ୍ମ ହେବା ପରେ ଉଭୟ ନିଜ ବାହାଘର ସମ୍ପର୍କରେ ଘୋଷଣା କରିଥିଲେ। ୧୯୯୭ରେ ସୁନୀତା ପୁଅ ୟଶବର୍ଦ୍ଧନଙ୍କୁ ଜନ୍ମ ଦେଇଥିଲେ।

Bollywood News Bollywood Govinda