Advertisment

ସନ୍ନି ଲିଓନିଙ୍କ ଫ୍ୟାଶନ୍‌ ଶୋ' ନିକଟରେ ବିସ୍ଫୋରଣ

ଏହି ଫ୍ୟାଶନ୍‌ ଶୋ'ରେ ଅତିଥି ଭାବେ ସନ୍ନି ଲିଓନି ଯୋଗ ଦେଇଥାନ୍ତେ।

ଅଦ୍ୟତନ ହୋଇଛି
Sunny Leone

Sunny Leone

Advertisment

ଫ୍ୟାଶନ ଶୋ' ନିକଟରେ ଫୁଟିଲା ବୋମା। ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସନ୍ନି ଲିଓନି। ମଣିପୁରର ରାଜଧାନୀ ଇମ୍ଫାଲରେ ଘଟିଛି ଏଭଳି ଘଟଣା। ଏଠାରେ ଏକ ଫ୍ୟାଶନ୍‌ ଶୋ' ଆୟୋଜନ ସ୍ଥଳରେ ଅଭିନେତ୍ରୀ ସନ୍ନି ଲିଓନି ପହଞ୍ଚିବା ପୂର୍ବରୁ ବିସ୍ଫୋରଣ ହୋଇଛି। ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

Advertisment

ଆଜି ସାକଳୁ ଇମ୍ଫାଲର ପୂର୍ବ ଜିଲ୍ଲା ହପ୍ତା କାଙ୍ଗଜିବାଙ୍ଗରେ ସକାଳ ପ୍ରାୟ ୬ଟା ଫ୍ୟାଶନ ଶୋ' ଆୟୋଜନ ସ୍ଥଳରେ ବିସ୍ଫୋରଣ ହୋଇଥିଲା। ଜିଲ୍ଲା ଅଧିକାରୀଙ୍କ କହିବା ମୁତାବକ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି। ଚାଇନିଜ୍‌ ଗ୍ରେନେଡ୍ ଭଳି ଉପକରଣରୁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି। କେହି ମଧ୍ୟ ଏହି ବିସ୍ଫୋରଣ ପାଇଁ ବର୍ତ୍ତମାନ ସୁଦ୍ଧା ନିଜକୁ ଦାୟୀ କରି ନାହାନ୍ତି। ରବିବାର ଦିନ ଏହି ଫ୍ୟାଶନ୍‌ ଶୋ' ଆୟୋଜନ ହେବାର ଥିଲା। ଏଥିରେ ଅତିଥି ଭାବେ ସନ୍ନି ଲିଓନି ଯୋଗ ଦେଇଥାନ୍ତେ।

ଏହାପୂର୍ବରୁ ମଣିପୁରର ଉଖରୁଲ ଜିଲ୍ଲାରେ ଜାନୁଆରୀ ୨୫ ତାରିଖରେ ବିସ୍ଫୋରଣ ହୋଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଗାନ୍ଧୀ ସର୍କଲରେ ଆଇଡି ଜରିଆରେ ବ୍ଲାଷ୍ଟ କରାଯାଇଥିଲା। ଏହି ବିସ୍ଫୋରଣରେ ଆଖପାଖରେ ଥିବା କାର୍‌ ଓ ଅନ୍ୟ ଗାଡିଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା।

Advertisment
Bollywood News Sunny Leone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe