Advertisment

ଶାହାରୁଖ ଖାନଙ୍କୁ ଗୋଲ୍ଡ କଏନ ସହ ସମ୍ମାନିତ କଲା ପ୍ୟାରିସ ମ୍ୟୁଜିୟମ୍

ପ୍ୟାରିସର ଗ୍ରେଭିନ ମ୍ୟୁଜିୟମ୍ ଶାହରୁଖ ଖାନଙ୍କୁ ସମ୍ମାନିତ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Shah Rukh Khan

Shah Rukh Khan

ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରିନଥିବା ସମ୍ମାନର ହକଦାର ହୋଇଛନ୍ତି ଶାହରୁଖ ଖାନ। ରିପୋର୍ଟ ଅନୁସାରେ ଫ୍ରାନ୍ସ ରାଜଧାନୀ ପ୍ୟାରିସର ଗ୍ରେଭିନ ମ୍ୟୁଜିୟମ୍ ଶାହରୁଖ ଖାନଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ।

Advertisment

ଏହି ମ୍ୟୁଜିୟମ ଶାହାରୁଖ ଖାନଙ୍କ ଉଦ୍ଦେଶ୍ୟରେ ଏକ ଗୋଲ୍ଡ କଏନ ଜାରି କରିଛି, ଯେଉଁଥିରେ ତାଙ୍କ ନାମ ସହ ଏକ ଫଟୋ ମଧ୍ୟ ରହିଛି। ଏପରି ସମ୍ମାନର ହକଦାର ହେବାରେ ଶାହାରୁଖ ଖାନ ହେଉଛନ୍ତି ପ୍ରଥମ ଅଭିନେତା। 

2023ରେ ତିନୋଟି ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଭେଟି ଦେଇଥିଲେ କିଙ୍ଗ୍ ଖାନ। ତାଙ୍କ ଅଭିନିତ 'ପଠାନ୍', 'ଯବାନ' ଏବଂ 'ଡଙ୍କି' ବକ୍ସ ଅଫିସରେ ଧୁମ୍ ମଚାଇଥିଲା। ଚଳିତ ବର୍ଷ ତାଙ୍କର କୌଣସି ସିନେମା ପରଦାକୁ ଆସିନଥିଲେ ମଧ୍ୟ ବର୍ତ୍ତମାନ ସେ 'କିଙ୍ଗ' ସିନେମା ପାଇଁ ସୁହାନାଙ୍କ ସହ କାମ କରୁଥିବା କୁହାଯାଉଛି।

Advertisment

2025ରେ 'କିଙ୍ଗ' ପରଦାକୁ ଆସିପାରେ। 'କିଙ୍ଗ' ଜରିଆରେ ଶାହାରୁଖ ଖାନଙ୍କ ଝିଅ ସୁହାନା ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଏହା ପୂର୍ବରୁ ନେଟଫ୍ଲିକ୍ସ ଚଳଚ୍ଚିତ୍ର 'ଦି ଆର୍କିଜ୍'ରେ ଡେବ୍ୟୁ କରିଥିଲେ। 

Shah Rukh Khan Gold Coins Grevin Museum Paris