Advertisment

ଶାହରୁଖ @56, 'ମନ୍ନତ' ବାହାରେ ପ୍ରବଳ ଭିଡ

ମୁମ୍ବାଇ: ଆଜି ବଲିଉଡର ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ସେ ୫୬ ବର୍ଷରେ ପାଦ ରଖିଛନ୍ତି।  କିଙ୍ଗଖାନ୍‌ଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଏକ ନିଆରା ଅନ୍ଦାଜରେ ତାଙ୍କ ଫ୍ୟାନ୍‌ମାନେ ପାଳନ କରନ୍ତି। ଚଳିତ ବର୍ଷ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଗତକାଲି ରାତିରୁ ତାଙ୍କ ଘର ମନ୍ନତ ବାହାରେ ଫ୍ୟାନ୍‌ଙ୍କ ପ୍ରବଳ ଭିଡ ଜମିଛି। ଶାହରୁଖଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍‌ମାନେ ଡେରା ପକାଇଛନ୍ତି। ଶାହରୁଖ ମଧ୍ୟ ନିଜ ଫ୍ୟାନ୍‌ମାନଙ୍କୁ ନିରାଶ କରନ୍ତି […]

ଅଦ୍ୟତନ ହୋଇଛି
ଶାହରୁଖ @56, 'ମନ୍ନତ' ବାହାରେ ପ୍ରବଳ ଭିଡ

Sharukh

Advertisment

ମୁମ୍ବାଇ: ଆଜି ବଲିଉଡର ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ସେ ୫୬ ବର୍ଷରେ ପାଦ ରଖିଛନ୍ତି।  କିଙ୍ଗଖାନ୍‌ଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଏକ ନିଆରା ଅନ୍ଦାଜରେ ତାଙ୍କ ଫ୍ୟାନ୍‌ମାନେ ପାଳନ କରନ୍ତି। ଚଳିତ ବର୍ଷ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଗତକାଲି ରାତିରୁ ତାଙ୍କ ଘର ମନ୍ନତ ବାହାରେ ଫ୍ୟାନ୍‌ଙ୍କ ପ୍ରବଳ ଭିଡ ଜମିଛି। ଶାହରୁଖଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍‌ମାନେ ଡେରା ପକାଇଛନ୍ତି।

Advertisment

ଶାହରୁଖ ମଧ୍ୟ ନିଜ ଫ୍ୟାନ୍‌ମାନଙ୍କୁ ନିରାଶ କରନ୍ତି ନାହିଁ। ସେ ନିଜର ପ୍ରତ୍ୟେକ ଜନ୍ମଦିନ ଅବସରରେ ଘରୁ ବାହାରକୁ ଆସି ଫ୍ୟାନ୍‌ମାନଙ୍କୁ ଦେଖାଦିଅନ୍ତି। ଏଥିସହ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାନ୍ତି ଏବଂ ସେମାନଙ୍କ ଭଲପାଇବା ପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତି।

ସେପଟେ ପୁଅ ଆର୍ଯ୍ୟନ୍‌ ଡ୍ରଗ୍ସ କେସ୍‌ରେ ଜେଲ୍‌ରୁ ମୁକୁଳିବା ପରେ ଶାହରୁଖଙ୍କ ଘରେ ପ୍ରଥମ ଥର ପାଇଁ ଆଜି ଉତ୍ସବ ପାଳନ ହେଉଛି। 'ମନ୍ନତ'କୁ ପୂରା ନବବଧୂ ଭଳି ସଜାଇ ଦିଆଯାଇଛି। ଗୋଟିଏ ପଟେ ପୁଅ ଜେଲରୁ ମୁକୁଳିବା ଏବଂ ଅନ୍ୟପଟେ ଜନ୍ମଦିନ, ଶାହରୁଖଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି।

Advertisment

ରଙ୍ଗ ବେରଙ୍ଗର ଲାଇଟ୍‌ ଆଲୁଅରେ ଝଲସୁଛି କିଙ୍ଗ ଖାନ୍‌ଙ୍କ ଘର। ସେପଟେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ବଙ୍ଗଳା ବାହାରେ ଭିଡ ଜମାଇଥିବା ନଜର ଆସିଛନ୍ତି। ସେପଟେ ସୋଶାଲ ମିଡିଆରେ ଅନେକ ବି-ଟାଉନ୍‌ର ସେଲେବ୍ରିଟି ଶାହରୁଖଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ନଭେମ୍ବର ୨ ତାରିଖ ୧୯୬୫ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବଲିଉଡର କିଙ୍ଗଖାନ ଶାହରୁଖ। ସେ ବି-ଟାଉନ୍‌ଙ୍କୁ ଅନେକ ସୁପର-ଡୁପର ହିଟ୍‌ ଫିଲ୍ମ ଦେଇଛନ୍ତି। 'ବାଜିଗର' ଫିଲ୍ମ ଠାରୁ ଆରମ୍ଭ କରି ଦିଲବାଲେ ଦୁଲହନିଆ ଲେ ଜାଏଙ୍ଗେ, ମେ ହୁଁ ଡନ୍‌, ଡର୍‌, ଏବଂ ଓମ୍‌ ଶାନ୍ତ ଓମ୍‌ ଭଳି ଅନେକ ଫିଲ୍ମରେ କାମ କରି ଶାହରୁଖଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Shah Rukh Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe