/odisha-reporter/media/post_attachments/uploads/2020/10/rekha.jpg)
rekha
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେ ଚାହାଣୀ କୋଟି କୋଟି ଦର୍ଶକଙ୍କୁ ଦଶନ୍ଧି ଦଶନ୍ଧି ଧରି ମତୁଆଲା କରି ରଖିଛି। ସୁନ୍ଦରୀ ଲକ୍ଷେ ଥିବେ, କିନ୍ତୁ ନିଜ ଅନ୍ଦାଜରେ କୋଟିଏଙ୍କୁ ପଛରେ ପକାଇ ଆଜି ବି ଏଭରଗ୍ରୀନ୍ ହିରୋଇନ୍ ମୁକୁଟ ପିନ୍ଧିଛନ୍ତି ସେ। ବୟସାଧିକ୍ୟର ଛାପ ତାଙ୍କ ଚେହେରାରେ ଖୋଜିଲେ ବି ମିଳି ନ ପାରେ। ଆଉ ପ୍ରଶଂସକଙ୍କୁ ବାନ୍ଧି ରଖିବାକୁ କେବଳ ତାଙ୍କ ଓଠ ଉପରର କଳାଜାଇଟି ହିଁ ଯଥେଷ୍ଟ।
/odisha-reporter/media/post_attachments/aajtak/images/photo_gallery/202010/rekha-main-630_625x300_61412936192.jpg)
ହଁ ଆପଣ ଠିକ୍ ଅନୁମାନ କରିଛନ୍ତି ଆମେ କହୁଛୁ ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କ କଥା। ଆଜି ରେଖା ନିଜର ୬୭ତମ ଜନ୍ମଦିବସ ପାଳନ କରୁଛନ୍ତି। ୧୯୫୪ ଅକ୍ଟୋବର ୧୦ରେ ମାଡ୍ରାସରେ ରେଖା ଜନ୍ମିତ ରେଖାଙ୍କ ରକ୍ତରେ ଅଭିନୟ ଥିଲା। ସେ ନିଜ ଅଭିନୟ କ୍ୟାରିୟର ତେଲୁଗୁ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ।
/odisha-reporter/media/post_attachments/aajtak/images/photo_gallery/202010/rekha-in-khoobsurat-movie-201710-1507616678.jpg)
୧୯୮୧ରେ ରିଲିଜ୍ ଫିଲ୍ମ 'ଉମରାଓ ଜାନ୍' ହେଉ ବା ୧୯୮୫ରେ ରିଲିଜ୍ ଫିଲ୍ମ 'ଫାସଲେ', ନମକ ହରାମ୍ ହେଉ ବା ନଟଓ୍ୱରଲାଲ୍। ରେଖାଙ୍କ ଅଭିନୟ, ସୌନ୍ଦର୍ୟ୍ୟ, ଫିଲ୍ମ, ଗୀତ ସାମୁହିକ ଭାବେ ସଫଳତାର ଶୀର୍ଷରେ ପହଞ୍ଚିଥିଲା। ଦିନ ଥିଲା ରେଖା ଫିଲ୍ମରେ ଅଛନ୍ତି ଅର୍ଥାତ୍ ଫିଲ୍ମ ସୁପରହିଟ୍ ବୋଲି ମନେକରା ଯାଉଥିଲା।
/odisha-reporter/media/post_attachments/aajtak/images/photo_gallery/202010/rekha_r.jpg)
ରେଖା ନିଜ ଜୀବନରେ ଖୁବଶୀଘ୍ର ଲୋକପ୍ରିୟତା ହାସଲ କରିବା ସହ ସଫଳତାର ଏଭଳି ଏକ ସ୍ତରରେ ପହଞ୍ଚିଥିଲେ, ଯେଉଁଠି ପହଞ୍ଚିବା କୌଣସି ଅଭିନେତ୍ରୀଙ୍କ ପାଇଁ କଷ୍ଟସାଧ୍ୟ ଥିଲା।
/odisha-reporter/media/post_attachments/aajtak/images/photo_gallery/202010/rekha-ijazat_635485520357665346.jpg)
ମାତ୍ର ୧୩ ବର୍ଷ ବୟସରେ ଶିଶୁ କଳାକାର ଭାବେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ରେଖା। ଅପରେସନ ଜ୍ୟାକପଟେ ନାଲି ସିଆଇଡି ୯୯୯ ଫିଲ୍ମରୁ ରେଖା ହିରୋଇନ୍ ଭାବେ ମୁଖ୍ୟ ଭୂମିକାରେ ଡେବ୍ୟୁ କରିଥିଲେ। ୧୯୬୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଏକ କନ୍ନଡ ଫିଲ୍ମ ଥିଲା।
![]()
୧୯୭୧ରେ ରେଖାଙ୍କୁ ହିନ୍ଦୀ ଫିଲ୍ମ ଜଗତରେ ପ୍ରଥମ ବ୍ରେକ୍ ମିଳିଥିଲା। ଫିଲ୍ମ ଥିଲା ହସିନୋ କା ଦେବତା। ତେବେ ସେହି ବର୍ଷ ରେଖା ମୋଟ ତିନୋଟି ଫିଲ୍ମରେ ବ୍ୟାକ୍ ଟୁ ବ୍ୟାକ୍ ନଜରକୁ ଆସିଥିଲେ।
/odisha-reporter/media/post_attachments/aajtak/images/photo_gallery/202010/84e966b32d8eaea5ec0aba96a4fc43c4.jpg)
ବିନୋଦ ଖନ୍ନା ହୁଅନ୍ତୁ କି ଅମିତାଭ୍ ବଚ୍ଚନ, ରେଖା ସିଲଭର ସ୍କ୍ରିନରେ ନଜର ଆସିଲେ ଦର୍ଶକଙ୍କ ତାଳି, ହ୍ୱିସିଲ୍ ଆଉ ଭୁରି ଭୁରି ପ୍ରଶଂସା ହିଁ ମିଳିଥାଏ। ହେଲେ ରେଖାଙ୍କ ଲାଗି ଦର୍ଶକଙ୍କ ଏହି କ୍ରେଜ୍ ଆଜି ବି କମିନି। ଯେକୌଣସି ଆଓ୍ୱାର୍ଡ ସେରିମନିରେ ଶାଢ଼ି ପିନ୍ଧି ନିଜର ସେହି ଖାସ୍ ଅନ୍ଦାଜରେ ରେଖା ଆସିଲେ, ପ୍ରଶଂସକଙ୍କ ଆଖି ଭିଡ଼ ଭିତରେ ମଧ୍ୟ କେବଳ ତାଙ୍କୁ ହିଁ ଖୋଜେ...
/odisha-reporter/media/post_attachments/aajtak/images/photo_gallery/202010/rekha.jpg)
ତେବେ ଅଭିନୟ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ରେଖା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଚୀରସବୁଜ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ୟ୍ୟ, ସଫଳତା ସହ ପ୍ରେମସମ୍ପର୍କ ମଧ୍ୟ ବେଶ୍ ଚର୍ଚ୍ଚିତ। ସେ ଦୁଇଥର ବିବାହ କରିଥିଲେ। ପ୍ରଥମେ ଅଭିନେତା ବିନୋଦ ମେହାରାଙ୍କ ସହ, ଯାହା ବେଶୀ ଦିନ ପର୍ୟ୍ୟନ୍ତ ତିଷ୍ଠି ପାରିଲାନାହିଁ। କାରଣ ବିନୋଦଙ୍କ ମାଆ ରେଖାଙ୍କୁ ଗ୍ରହଣ କରିବାକୁ ରୋକଠୋକ୍ ମନାକରିଦେଇଥିଲେ।
/odisha-reporter/media/post_attachments/aajtak/images/photo_gallery/202010/rekha_2.jpg)
ଦ୍ୱିତୀୟ ଥରେ ସେ ବ୍ୟବସାୟୀ ମୁକେଶ ଅଗ୍ରଓ୍ୱାଲଙ୍କୁ ବିବାହ କରିଥିଲେ, ଯିଏ ବିବାହର କିଛି ଦିନ ପରେ ଆତ୍ମହତ୍ୟା କରିଦେଇଥିଲେ। ଏହି ଘଟଣା ପରେ ରେଖାଙ୍କୁ ସମସ୍ତେ ଖୁବ୍ ସମାଲୋଚନା କରି କ୍ରୋଧ ବ୍ୟକ୍ତ କରିଥିଲେ। ହେଲେ ସମୟ ବିତିବା ସହ ରେଖା ନିଜକୁ ଏହି ସବୁ ଦୁଃଖରୁ ବାହାର କରିଦେଇଥିଲେ।
/odisha-reporter/media/post_attachments/aajtak/images/photo_gallery/202010/gettyimages-516968474-594x594.jpg)
ତେବେ ରେଖାଙ୍କ ବାବଦରେ ଆଜି ଯାଏ ଯେଉଁ ଚର୍ଚ୍ଚା ଲାଗି ରହିଛି ତାହା ହେଉଛି ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ। ଆଜି ବି ଉଭୟଙ୍କୁ ଯୋଡ଼ି ଅନେକ ଚର୍ଚ୍ଚା, ଅନେକ ଆଲୋଚନା ଆଉ ଅନେକ ଗୁଜବ ମଧ୍ୟ। ତେବେ ସର୍ବାଧିକ ଚର୍ଚ୍ଚା ସାଉଁଟିଛି ରେଖାଙ୍କ ମଥାର ସିନ୍ଦୁର। ସ୍ୱାମୀ ନ ଥିଲେ ମଧ୍ୟ ରେଖା ସବୁବେଳେ ମଥାରେ ସିନ୍ଦୁର ଭରି ସଧବା ଭଳି ସଜେଇ ହୋଇ ରହିଥାନ୍ତି। କିନ୍ତୁ କାହା ପାଇଁ ଆଜି ରେଖା ସିନ୍ଦୁର ପିନ୍ଧନ୍ତି ? ଏହା ହିଁ ଦର୍ଶକଙ୍କ ପ୍ରଶ୍ନ ଆଉ ରେଖାଙ୍କ ଜୀବନର ସବୁଠାରୁ ବଡ଼ ରହସ୍ୟ।
/odisha-reporter/media/post_attachments/photo/msid-76925012/76925012.jpg)
ଆଜି ରେଖାଙ୍କ ଜନ୍ମଦିନ ଅବସରରେ ଅଗଣିତ ପ୍ରଶଂସକଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘାୟୁ ଏବଂ ନିରୋଗ ଜୀବନ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
