Advertisment

ରିଆ ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି, ସିବିଆଇର LOCକୁ ରଦ୍ଦ କଲେ କୋର୍ଟ

କୋର୍ଟ ରିଆ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଓ ତାଙ୍କ ବାପାମାଙ୍କ ନାଁରେ ଜାରି ହୋଇଥିବା ଏଲଓସିକୁ ରଦ୍ଦ କରି ଦେଇଛନ୍ତି।

Reha

Reha

Advertisment

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସେମାନଙ୍କ ନାଁରେ ସିବିଆଇ ୨୦୨୦ ମସିହାରେ ଜାରି କରିଥିବା ଲୁକ ଆଉଟ ସର୍କ୍ୟୁଲାର ନୋଟିଏ(ଏଲଓସି)କୁ ବମ୍ବେ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି।

Advertisment

କୋର୍ଟ କହିଛନ୍ତି ଯେ ଏଲଓସି କ’ଣ ପାଇଁ ଜାରି କରାଯାଇଛି, ତା’ର କାରଣ ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନାହିଁ। ସେହିପରି କେବଳ ଘଟଣା ପାଇଁ ରୁଜୁ ହୋଇଥିବା ଏଫଆଇଆର କଥା ନୋଟିସରେ କୁହାଯାଇଛି। ଏହି କାରଣ ପାଇଁ କୋର୍ଟ ରିଆ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଓ ତାଙ୍କ ବାପାମାଙ୍କ ନାଁରେ ଜାରି ହୋଇଥିବା ଏଲଓସିକୁ ରଦ୍ଦ କରି ଦେଇଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ୨୦୨୦ ମସିହା ଅଗଷ୍ଟ ମାସରେ ସିବିଆଇ ଆରମ୍ଭ କରିଥିଲା। ରିଆ ଓ ତାଙ୍କ ପରିବାର ତଦନ୍ତରେ ସହଯୋଗ କରିଥିଲେ ମଧ୍ୟ ସିବିଆଇ ଏଲଓସି ଜାରି କରିଥିଲା। ଏହାକୁ ଚକ୍ରବର୍ତ୍ତୀ ପରିବାର କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସିବିଆଇ ଏପରି ଏଲଓସି ଜାରି କରିବା ଭୁଲ ବୋଲି ସେମାନେ କହିଥିଲେ। 

Advertisment

ଅନ୍ୟପକ୍ଷରେ ସିବିଆଇ କହିଥିଲା ଯେ ରିଆ ଓ ତାଙ୍କ ପରିବାର ତଦନ୍ତରେ ସାମିଲ ନ ହେବାର ଆଶଙ୍କା ଥିବାରୁ ଏଲଓସି ଜାରି କରାଯାଇଥିଲା। ତେବେ କୋର୍ଟ କହିଥିଲେ ଯେ ଏକଥା ଜାରି ହୋଇଥିବା ଏଲଓସିରେ ଉଲ୍ଲେଖ କରାଯାଇ ନାହିଁ। କ’ଣ ସିବିଆଇ ପ୍ରତି ମାମଲାରେ ଏଫଆଇଆର ରୁଜୁ କରିବା ମାତ୍ରେ ଏଲଓସି ଜାରି କରୁଛି କି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ।

Sushant Singh Rajput Case Sushant Singh Rajput Sushant Singh Rhea Chakraborty CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe