Advertisment

କନ୍ଦେଇଲା 'ଦ କଶ୍ମୀର ଫାଇଲ୍ସ', ପରଦାରେ ଲଗାଇଲା ନିଆଁ

ମୁମ୍ବାଇ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। କଶ୍ମୀରୀ ପଣ୍ଡିତଙ୍କ ନରସଂହାରର ଏମିତି ଏକ ସତ୍ୟ ଘଟଣା ଯାହାକୁ ଏତେ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶକ ପରଦାରେ ଦେଖାଇବାକୁ ସାହାସ କରି ପାରିନଥିଲେ। କିନ୍ତୁ ଏହା କରି ଦେଖାଇଛନ୍ତି ବିବେକ ଅଗ୍ନିହୋତ୍ରୀ। ଫିଲ୍ମରେ କଶ୍ମୀରର ସବୁଠୁ ଗମ୍ଭୀର ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ ଦର୍ଶକଙ୍କ ସାମ୍ନାରେ ରଖିଛନ୍ତି ବିବେକ। ଯାହାକୁ ଦେଖିଲେ ଆଖିରୁ ଲୁହ ଆସିଯାଉଛି। ସ୍ଵାଧୀନତା ପରେ ଘାଟିରେ ଯେଉଁ ଘଟଣା ଘଟିଥିଲା ତାହା ହୃଦୟ ବିଦାରକ ଥିଲା। […]

ଅଦ୍ୟତନ ହୋଇଛି
କନ୍ଦେଇଲା 'ଦ କଶ୍ମୀର ଫାଇଲ୍ସ', ପରଦାରେ ଲଗାଇଲା ନିଆଁ

The Kashmir Files

Advertisment

ମୁମ୍ବାଇ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। କଶ୍ମୀରୀ ପଣ୍ଡିତଙ୍କ ନରସଂହାରର ଏମିତି ଏକ ସତ୍ୟ ଘଟଣା ଯାହାକୁ ଏତେ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶକ ପରଦାରେ ଦେଖାଇବାକୁ ସାହାସ କରି ପାରିନଥିଲେ। କିନ୍ତୁ ଏହା କରି ଦେଖାଇଛନ୍ତି ବିବେକ ଅଗ୍ନିହୋତ୍ରୀ। ଫିଲ୍ମରେ କଶ୍ମୀରର ସବୁଠୁ ଗମ୍ଭୀର ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ ଦର୍ଶକଙ୍କ ସାମ୍ନାରେ ରଖିଛନ୍ତି ବିବେକ। ଯାହାକୁ ଦେଖିଲେ ଆଖିରୁ ଲୁହ ଆସିଯାଉଛି।

Advertisment

ସ୍ଵାଧୀନତା ପରେ ଘାଟିରେ ଯେଉଁ ଘଟଣା ଘଟିଥିଲା ତାହା ହୃଦୟ ବିଦାରକ ଥିଲା। ହେଲେ ଏହାକୁ ପରଦାରେ ଦେଖାଇବା ସେତେଟା ସହଜ ନଥିଲା। ଅନେକ ମହଲରେ ଏହାକୁ ବିରୋଧ କରାଯାଇଛି। ଏପରିକି କଥା କୋର୍ଟ ଯାଏଁ ମଧ୍ୟ ଯାଇଥିଲା। କୋର୍ଟରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ଫିଲ୍ମଟି ଏବେ ପରଦାରେ ରିଲିଜ ହୋଇସାରିଛି। ରିଲିଜ ହେବା ପରେ ଏହା ଏବେ ବକ୍ସ ଅଫିସରେ ନିଜ ଦବଦବା ଜାହରି କରିଛି। ଚାରିଆଡୁ ଫିଲ୍ମକୁ ମିଳୁଛି ପ୍ରଶଂସା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଓ ଅଭିନେତାମାନେ ଫିଲ୍ମର କାହାଣୀକୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି।

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସିନେମାଘରେ ଦର୍ଶକଙ୍କ ଅଦ୍ଭୁତପୂର୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୀମିତ ସ୍କ୍ରିନ ସହିତ ରିଲିଜ୍ ହୋଇଥିବା ଏହି ଫିଲ୍ମ ପାଇଁ ସ୍କ୍ରିନ ସଂଖ୍ୟା ବଢାଇ ଦିଆଯାଇଛି। ୬୫୦ରୁ ବଢାଯାଇ ୨୦୦୦ କରି ଦିଆଯାଇଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି।

Advertisment

ଏହି ଫିଲ୍ମଟି ପ୍ରଥମ ଦିନରେ ଭାରତରେ ୩.୫୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ଵିତୀୟ ଦିନରେ ୮.୫୦ କୋଟି ଆୟ କରିଛି। ଯାହାକି ପ୍ରଥମ ଦିନର ଆୟ ଠାରୁ ୧୩୯.୪୪ ପ୍ରତିଶତ ଅଧିକ। ସେହିପରି ତୃତୀୟ ଦିନର ଫିଲ୍ମର ଆୟ ଢ଼େର ବଢ଼ିଯାଇଛି। ରିପୋର୍ଟ ମୁତାବକ, ତୃତୀୟ ଦିନ ଫିଲ୍ମଟି ବକ୍ସ ଅଫିସରେ ପାଖାପାଖି ୧୫. ୧୦ କୋଟି ଟଙ୍କାର ଆୟ କରିଛି। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ମୋଟ ୨୭. ୧୫ କୋଟି ଟଙ୍କାର ବ୍ୟବସାୟ କରିଛି। ଅନ୍ୟପଟେ ହରିୟାଣା, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ଏହି ଫିଲ୍ମକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି।

ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ସୋସିଆଲ ମିଡିଆରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଲଗାତାର ଫିଲ୍ମ ଦେଖିବା ପାଇଁ ଅପିଲ କରିଥିଲେ। ଏହି ଫିଲ୍ମ ଦେଖି ଫେରୁଥିବା ଦର୍ଶକମାନେ ମଧ୍ୟ ଭାବୁକ ହୋଇପଡୁଥିବା ଦେଖିବାକୁ ମିଳିଛି। ଏବେ ହଲ୍‌ରେ ଏହି ଫିଲ୍ମ ପାଇଁ ଖଚାଖଚ ଭିଡ। ପୁରା ହାଉସଫୁଲ୍‌। ଅନ୍ୟପଟେ ସମୀକ୍ଷକମାନେ ମଧ୍ୟ ଏହାକୁ ଖୁବ ପ୍ରଶଂସା କରିଛନ୍ତି। ଆଇଏମବିଡିରେ ଫିଲ୍ମକୁ ୧୦ରୁ ୧୦ ରେଟିଂ ମିଳିଛି।

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଅତି ଜୀବନ୍ତ ଅଭିୟନ କରିଛନ୍ତି ଫିଲ୍ମର ସମସ୍ତ କଳାକାର। ୧୯୯୦ ଦଶନ୍ଧିରେ କଶ୍ମୀରରେ ହିନ୍ଦୁଙ୍କ ନରସଂହାର ଘଟଣାକୁ ଏହି ଫିଲ୍ମଟିର କାହାଣୀ ଆଧାରିତ। ଫିଲ୍ମରେ ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପ୍ରଶଂସା କରୁଛନ୍ତି।

ଅନ୍ୟ ପ୍ରମୁଖ ଭୂମିକାରେ ଫିଲ୍ମରେ ପଲ୍ଲଭି ଯୋଶୀ, ଦର୍ଶନ କୁମାର, ଚିନ୍ମୟ ମଣ୍ଡଲେକର, ପୁନିତ ଇସର ପରି ବରିଷ୍ଠ କଳାକାର ପ୍ରଶଂସନୀୟ ଅଭିନୟ କରିଛନ୍ତି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମାଘରକୁ ଦର୍ଶକଙ୍କ ପ୍ରବଳ ସୂଅ ଛୁଟିବାରେ ଲାଗିଛି।

https://twitter.com/taran_adarsh/status/1503227652609490945?s=20&t=6vd6LmyrCG6-i-fCiVDMnQ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe