Advertisment

ବଢ଼ିଲା କଙ୍ଗନାଙ୍କ ଅଡୁଆ! ଜାବେଦଙ୍କୁ ମିଳିଲା ମଞ୍ଜୁରୀ

ସଙ୍ଗୀତକାର୍ ଜାବେଦ ଅଖତରଙ୍କ ସହ ପଙ୍ଗା ନେବା ତାଙ୍କୁ ଭାରି ପଡିଛି।

javed-akhtar and  kangana ranaut

javed-akhtar and kangana ranaut

Advertisment

ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ସର୍ବଦା ନିଜ ରୋକଠୋକ ମନ୍ତବ୍ୟ ପାଇଁ ବେଶ୍ ଜଣାଶୁଣା। ସେ ଅଧିକାଂଶ ପ୍ରସଙ୍ଗରେ ନିଜ ମତ ରଖନ୍ତି। କିନ୍ତୁ ବେଳେ ବେଳେ ଏହା ତାଙ୍କ ଉପରେ ଭାରି ପଡିଯାଏ। ଏହାକୁ ନେଇ ସେ ବିବାଦ ଘେରରେ ଫସି ଯାଆନ୍ତି। ବଲିଉଡର ଜଣାଶୁଣା ସଙ୍ଗୀତକାର୍ ଜାବେଦ ଅଖତରଙ୍କ ସହ ପଙ୍ଗା ନେବା ତାଙ୍କୁ ଭାରି ପଡିଛି। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଥିମିବାର ନାଁ ନେଉନାହିଁ। 

Advertisment

କିଛି ଦିନ ପୂର୍ବେ ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା ଦାୟର କରିଥିଲେ। ଦୀର୍ଘ ଦିନ ଧରି ଏହି ମାମଲା କୋର୍ଟରେ ଚାଲିଛି। ନିକଟରେ ଜାବେଦ ଏହି ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଜାବେଦଙ୍କ ଏହି ଆବେଦନକୁ କୋର୍ଟ ଏବେ ମଞ୍ଜୁରୀ ଦେଇଛନ୍ତି। 

ଆସନ୍ତା ମାର୍ଚ୍ଚ ୨୩ ତାରିଖରେ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ଶେଷଥର ପାଇଁ ଗତବର୍ଷ ନଭେମ୍ବର ୨୩ରେ ଏହାର ଶୁଣାଣି ହୋଇଥିଲା। ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୧୯ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏପ୍ରିଲ ପୂର୍ବରୁ ଏହାର ଶୁଣାଣି କରିବାକୁ ଜାବେଦଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ।

Advertisment

ବର୍ଷ ୨୦୨୦ରେ ଏକ ଟେଲିଭିଜନ ସାକ୍ଷାତକାର ବେଳେ କଙ୍ଗନା ଜାବେଦ ଅଖତରଙ୍କ ନାଁ ଏବଂ ଭାବମୂର୍ତ୍ତି ବିଗାଡିବାକୁ ଚେଷ୍ଟା କରିଥିବା ନେଇ ଅଭିଯୋଗ ହୋଇଥିଲା। 

ଅନ୍ୟପକ୍ଷରେ କଙ୍ଗନା କହିଥିଲେ ଯେ ଅଖତର ତାଙ୍କ ଏବଂ ଅଭିନେତା ହ୍ରିତିକ ରୋଶନଙ୍କ ମଧ୍ୟରେ କୌଣସି ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ। ଜାଭେଦ୍ ଅଖତର ମାର୍ଚ୍ଚ ୨୦୧୬ ରେ ଏକ ବୈଠକ ଡାକିଥିଲେ ଯେଉଁଠାରେ ସେ ତାଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ କଙ୍ଗନା ୨୦୧୬ରେ ଜାବେଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। 

Bollywood News Bollywood Kangana Ranaut Javed Akhtar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe