ବି-ଟାଉନ୍‌ ସ୍ତବ୍ଧ: ସିଦ୍ଧାର୍ଥ ଆଉ ନାହାନ୍ତି, ବିଶ୍ୱାସ ହେଉନି

ମୁମ୍ବାଇ: ଟେଲିଜିଜନର ହ୍ୟାଣ୍ଡସମ୍‌ ହଙ୍କ ସିଦ୍ଧାର୍ଥ ଶୁକ୍ଳା। ସେ ଆଉ ଆମ ଏ ଦୁନିଆରେ ନାହାନ୍ତି। ତାଙ୍କର ଆଜି ଦେହାନ୍ତ ହୋଇଛି। ସୂଚନା ମୁତାବକ ହୃଦ୍‌ଘାତର ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ସେପଟେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରରେ ପୂରା ବଲିଉଡ ଠାରୁ ଆରମ୍ଭ କରି ଟେଲିଜଗତ ସ୍ତବ୍ଧ ହୋଯାଇଛି। ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଝଟ୍‌କା। ଫ୍ୟାନ୍ସମାନଙ୍କ ଠାରୁ ଆରମ୍ଭ […]

Sidharth-1

Sidharth-1

Madhupriya Mistry
  • Published: Thursday, 02 September 2021
  • Updated: 02 September 2021, 01:12 PM IST

Sports

Latest News

ମୁମ୍ବାଇ: ଟେଲିଜିଜନର ହ୍ୟାଣ୍ଡସମ୍‌ ହଙ୍କ ସିଦ୍ଧାର୍ଥ ଶୁକ୍ଳା। ସେ ଆଉ ଆମ ଏ ଦୁନିଆରେ ନାହାନ୍ତି। ତାଙ୍କର ଆଜି ଦେହାନ୍ତ ହୋଇଛି।

ସୂଚନା ମୁତାବକ ହୃଦ୍‌ଘାତର ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ'ଣ ତାହା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।

ସେପଟେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରରେ ପୂରା ବଲିଉଡ ଠାରୁ ଆରମ୍ଭ କରି ଟେଲିଜଗତ ସ୍ତବ୍ଧ ହୋଯାଇଛି। ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଝଟ୍‌କା। ଫ୍ୟାନ୍ସମାନଙ୍କ ଠାରୁ ଆରମ୍ଭ କରି ସେଲେବ୍ରିଟି କେହି ମଧ୍ୟ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ସିଦ୍ଧାର୍ଥଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସେହିପରି ତାଙ୍କ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ବି-ଟାଉନର ଅନେକ ସେଲେବ୍ରିଟି ଟୁଇଟ୍‌ କରି ସିଦ୍ଧାର୍ଥଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ ସନା ଖାନ୍‌ ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣି କାନ୍ଦି ପକାଇଛନ୍ତି। ସେ ବିଶ୍ୱାସ କରିପାରି ନାହାନ୍ତି। ଏହି ଖବର ଯେତେବଳେ ସାମ୍ନାକୁ ଆସିଥିଲା ସେତେବେଳେ ଆପଣମାନେ ଭୁଲ୍‌ ଶୁଣିଥିବେ କହିଥିଲେ ସନା। ଏହାପରେ ସେ ନ୍ୟୁଜ ସର୍ଚ୍ଚ କରିଥିଲେ। ଜାଣିବା ପରେ ସେ ଚକିତ ହୋଇପଡିଥିଲେ, ଏପରିକି ସେ କାନ୍ଦି ମଧ୍ୟ ପକାଇଥିଲେ। ସିଦ୍ଧାର୍ଥ ଜଣେ ଭଲ ବ୍ୟକ୍ତି ଥିଲେ। ଭଗବାନ ତାଙ୍କ ଘର ଲୋକଙ୍କୁ ଏହି ଦୁଃଖଦ ସମୟରେ ଶକ୍ତି ଦିଅନ୍ତୁ ବୋଲି ସନା କହିଛନ୍ତି।

ସେହିପରି ଅଭିନେତା ରିତେଶ ଦେଶମୁଖ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, 'ମୁଁ ଆଶ୍ଚର୍ଯ୍ୟ!! ଖୁବ ଶୀଘ୍ର ସେ ଚାଲିଗଲେ…ତାଙ୍କ ପରିବାର ଏବଂ ପ୍ରିଜୟନଙ୍କୁ ମୋର ସମ୍ବେଦନା। ତାଙ୍କୁ ଲକ୍ଷ ଲକ୍ଷ ଲୋକ ଭଲ ପାଉଥିଲେ। ସିଦ୍ଧାର୍ଥ ଆପଣ ମନେ ରହିବେ..।'

https://twitter.com/Riteishd/status/1433316642679783424?s=20

ଫିଲ୍ମ ମେକର ଅଶୋକ ପଣ୍ଡିତ ଲେଖିଛନ୍ତି, 'ମୁଁ ବିଶ୍ୱାସ କରିପାରୁନି। ଜଣେ ପ୍ରସିଦ୍ଧ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ହୃଦଘାତରେ ଦେହାନ୍ତ ହେବା ଖବର ଶୁଣି ମୁଁ ସ୍ତବ୍ଧ। ଏହା ତାଙ୍କ ପରିବାର ଏବଂ ପୂରା ଇଣ୍ଡଷ୍ଟ୍ରି ପାଇଁ ବଡ଼ କ୍ଷତି।' ଏଥିସହ ସେ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

https://twitter.com/ashokepandit/status/1433313470309490692?s=20

ସେହିପରି ଅଭିନେତା ରାଜୀବ ଖଣ୍ଡେଲୱାଲ ଟୁଇଟ କରି କହିଛନ୍ତି, 'ମୋ ପାଖରେ କୌଣସି ଶବ୍ଦ ନାହିଁ। ବାସ୍ତବରେ ଏହି ଖବର ବେଶ ଦୁଃଖଦ।

ବଲିଉଡର ପ୍ରସିଦ୍ଧ ଗାୟକ ଅରମାନ କୋହଲି ମଧ୍ୟ ଚକିତ ହୋଇ ପ୍ରଶ୍ନ କରିଛନ୍ତି ଯେ ଏହା କ'ଣ ସତ ଖବର? ନା...ଏହା ସତ ହୋଇନପାରେ ବୋଲି ସେ କହିଛନ୍ତି। ସେହିପରି ଗାୟକ ଟୋନି କକ୍କଡ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, 'କୃପା କରି କେହି କହିଦିଅନ୍ତୁ ଏହା ସତ ନୁହେଁ…ମୁଁ ବିଶ୍ୱାସ କରିପାରୁନି।'

https://twitter.com/RK1610IsMe/status/1433316749961621507?s=20

https://twitter.com/ArmaanMalik22/status/1433312201910079495?s=20

https://twitter.com/TonyKakkar/status/1433313853882834948?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos