Advertisment

‘ଡ୍ରିମ୍‌ ଗର୍ଲ’ ହେମା ମାଳିନୀଙ୍କ ନାଁରେ ମିଛ ଖବର, ଜବାବ ରଖିଲେ ଝିଅ

ମୁମ୍ବାଇ : ୨୦୨୦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଲଗାତାର ଭାବରେ ବାଲିଉଡରୁ ମିଳୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଇରଫାନ ଖାନ, ଋଷି କପୁର ଓ ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଏବେ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ମଧ୍ୟରେ ଅନ୍ୟ ଏକ ଖବର ଶୁଣିବାକୁ ମିଳୁଛି ଯେ ଡ୍ରିମ ଗାର୍ଲ ହେମାମାଳିନୀ ଅସୁସ୍ଥ […]

ଅଦ୍ୟତନ ହୋଇଛି
‘ଡ୍ରିମ୍‌ ଗର୍ଲ’ ହେମା ମାଳିନୀଙ୍କ ନାଁରେ ମିଛ ଖବର, ଜବାବ ରଖିଲେ ଝିଅ

hemmaa

Advertisment

ମୁମ୍ବାଇ : ୨୦୨୦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି। ଲଗାତାର ଭାବରେ ବାଲିଉଡରୁ ମିଳୁଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଇରଫାନ ଖାନ, ଋଷି କପୁର ଓ ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପରେ ଏବେ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଏହାରି ମଧ୍ୟରେ ଅନ୍ୟ ଏକ ଖବର ଶୁଣିବାକୁ ମିଳୁଛି ଯେ ଡ୍ରିମ ଗାର୍ଲ ହେମାମାଳିନୀ ଅସୁସ୍ଥ ଅଛନ୍ତି। ତେବେ ଏହି ଖବରକୁ ତାଙ୍କ ଝିଅ ଇଶା ଦେଓଲ ମିଛ ଓ ମନଗଢ଼ା ବୋଲି କହିଛନ୍ତି।

ଏକ ଟ୍ୱିଟ କରି ଇଶା ଲେଖିଛନ୍ତି, ‘ମୋ ମା ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଯେଉଁ ଖବର ଶୁଣିବାକୁ ମିଳୁଛି, ତାହା ମିଛ। ଏଥିପାଇଁ ମିଛ ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଆପଣ ସମସ୍ତଙ୍କ ପ୍ରେମ ଓ ଚିନ୍ତା ପାଇଁ ଧନ୍ୟବାଦ।’

Advertisment

ଅମିତାଭ ବଚ୍ଚନଙ୍କୁ କରୋନା ହୋଇଛି ବୋଲି ଶୁଣିବା ପରେ ଆଜି ହେମ ମାଳିନୀ ଏକ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ଅମିତାଭ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଶନିବାର ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ନିଜେ ଅମିତାଭ ଟ୍ୱିଟ୍‌ ଯୋଗେ ସୂଚନା ଦେଇଥିଲେ। ବିଗ୍‌ ବି ଏହି ଟ୍ୱିଟ୍‌ରେ କହିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜ ନିଜର କୋଭିଡ୍‌ ଟେଷ୍ଟ କରାଇ ନିଅନ୍ତୁ। ଅମିତାଭଙ୍କ ପରେ ଅଭିଷେକଙ୍କ ବାବଦରେ ସୂଚନା ମିଳିଛି। ତାଙ୍କୁ ମଧ୍ୟ ନାନାବତୀ ହସ୍ପିଟାଲ ନିଆଯାଇଛି।

Hema Malini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe