ପତ୍ନୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ 'ହେରା ଫେରି' ଫିଲ୍ମ ପ୍ରଯୋଜକ

ମୁମ୍ବାଇ: ବଲିଉଡର ସୁପର ଡୁପର୍‌ ହିଟ୍‌ କମେଡି ଫିଲ୍ମ ‘ହେରା ଫେରି’। ଏହି ଫିଲ୍ମଟି ଦର୍ଶକଙ୍କୁ ସେତେବେଳେ ମନୋରଞ୍ଜର ଭରପୁର ଖୋରାକ ଯାଇଥିଲା। ଫିଲ୍ମର ପ୍ରଯୋଜକ ମୁସ୍ତାକ ନାଡିଆଦୱାଲା ପ୍ରଡ୍ୟୁସ୍‌ କରିଥିଲେ। ଏବେ ଏହି ଫିଲ୍ମର ପ୍ରଯୋଜକ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ନିଜ ପତ୍ନୀଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ପ୍ରଯୋଜକ ମୁସ୍ତାକ ନାଦିଆଦୱାଲାଙ୍କ ପତ୍ନୀ ମରୟମ୍‌ଙ୍କୁ ଏପ୍ରିଲ ୨୦୧୨ରେ ପାକିସ୍ତାନରେ ବିବାହ କରିଥିଲେ। ଏହାପରେ ମରିୟମ୍‌ ଭାରତ ଆସି ଏଠାକାର ନାଗରିକତା ପାଇଁ ଆବେଦନ […]

producer-mushtaq-nadiadwala

producer-mushtaq-nadiadwala

Madhupriya Mistry
  • Published: Friday, 19 August 2022
  • Updated: 19 August 2022, 12:44 PM IST

ମୁମ୍ବାଇ: ବଲିଉଡର ସୁପର ଡୁପର୍‌ ହିଟ୍‌ କମେଡି ଫିଲ୍ମ 'ହେରା ଫେରି'। ଏହି ଫିଲ୍ମଟି ଦର୍ଶକଙ୍କୁ ସେତେବେଳେ ମନୋରଞ୍ଜର ଭରପୁର ଖୋରାକ ଯାଇଥିଲା। ଫିଲ୍ମର ପ୍ରଯୋଜକ ମୁସ୍ତାକ ନାଡିଆଦୱାଲା ପ୍ରଡ୍ୟୁସ୍‌ କରିଥିଲେ। ଏବେ ଏହି ଫିଲ୍ମର ପ୍ରଯୋଜକ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ନିଜ ପତ୍ନୀଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ।

ପ୍ରଯୋଜକ ମୁସ୍ତାକ ନାଦିଆଦୱାଲାଙ୍କ ପତ୍ନୀ ମରୟମ୍‌ଙ୍କୁ ଏପ୍ରିଲ ୨୦୧୨ରେ ପାକିସ୍ତାନରେ ବିବାହ କରିଥିଲେ। ଏହାପରେ ମରିୟମ୍‌ ଭାରତ ଆସି ଏଠାକାର ନାଗରିକତା ପାଇଁ ଆବେଦନ କରିଥିଲେ।  ଏବେ ମୁସ୍ତାକ ନାଦିଆଦୱାଲା ଦାବି କରିଛନ୍ତି ଯେ ତାଙ୍କର ଦୁଇ ନାବାଳକ ପିଲାଙ୍କୁ ତାଙ୍କ ପତ୍ନୀ ପାକିସ୍ତାନରେ ବେଆଇନ ଭାବେ ଜେରଜବରଦସ୍ତ ଭାବେ ନିଜ ପାଖରେ ରଖିଛନ୍ତି।

ମୁସ୍ତାକ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି, ଏହା ପରେ କୋର୍ଟ ମୁସ୍ତାକଙ୍କ ପିଟିସନ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ମାଗିଛନ୍ତି। ତାଙ୍କ ଦୁଇ ନାବାଳକ ପିଲାଙ୍କୁ ତାଙ୍କ ପତ୍ନୀ ପାକିସ୍ତାନରେ ବେଆଇନ ଭାବେ ରଖିଥିବା ମୁସ୍ତାକ ନିଜ ଆବେଦନରେ ଦାବି କରିଛନ୍ତି। ଏହି ମାମଲାରେ ଜଷ୍ଟିସ୍ ନୀତିନ ଜାମଦାରଙ୍କ ଅଧ୍ୟକ୍ଷତାରେ ଏକ ଡିଭିଜନ୍ ବେଞ୍ଚ ବୈଦେଶିକ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରି ଅଗଷ୍ଟ ୨୯ ପର୍ଯ୍ୟନ୍ତ ଶୁଣାଣୀକୁ ସ୍ଥଗିତ ରଖିଛିନ୍ତି।

ନାଦିଆଦୱାଲା ତାଙ୍କ ଆବେଦନରେ ପାକିସ୍ତାନରୁ ତାଙ୍କର ନଅ ବର୍ଷର ପୁଅ ଏବଂ ୬ ବର୍ଷର ଝିଅର ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଆବେଦନରେ କୁହାଯାଇଛି ଯେ ତାଙ୍କ ପତ୍ନୀଙ୍କୁ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଜବରଦସ୍ତ ରଖାଯାଇଛି ଏବଂ ତାଙ୍କୁ ମଧ୍ୟ ମୁକ୍ତ କରାଯାଉ।

ଏହି ପିଟିସନରେ ଭାରତ ସରକାର ସେମାନଙ୍କର ଦୁଇ ସନ୍ତାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଆବେଦନ ଅନୁଯାୟୀ, ପାକିସ୍ତାନୀ କର୍ତ୍ତୃପକ୍ଷ ତାଙ୍କ ପିଲାମାନଙ୍କୁ ଦେଇଥିବା ଭିସା ଅକ୍ଟୋବର ୨୦୨୧ରେ ଶେଷ ହୋଇଯାଇଥିଲା, କିନ୍ତୁ ସେଠାରେ ପତ୍ନୀ ମରିୟମ ଚୌଧରୀ ଓ ତାଙ୍କ ପରିବାର ଦୁଇ ପିଲାଙ୍କୁ ବେଆଇନ ଭାବେ ଅଟକ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story