Advertisment

ଅମ୍ବାନୀ ପ୍ରି-ଓ୍ୱେଡିଂ ରେ କେତେ ଟଙ୍କା ନେବେ ହଲିଉଡ଼ ପପ୍‌ ଗାୟିକା ରିହାନା?

ଅମ୍ବାନୀଙ୍କ ପ୍ରି-ଓ୍ୱେଡିଂରେ ସାମିଲ ହେବା ପାଇଁ ଅନେକ ବଲିଉଡ ଓ ହଲିଉଡ ଷ୍ଟାର୍‌ ଗୁଜରାଟରେ ଡେରା ପକାଇଛନ୍ତି।

ଅଦ୍ୟତନ ହୋଇଛି
Rihanna attend Ambani Pre wedding

Rihanna attend Ambani Pre wedding

Advertisment

ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ମାସରେ ସେ ରାଧିକା ମର୍ଚ୍ଚେଣ୍ଟଙ୍କ ହାତ ଧରିବେ। ତେବେ ବିବାହ ପୂର୍ବରୁ ଆରମ୍ଭ ହୋଇଯାଇଛି ଅମ୍ବାନୀଙ୍କ ପ୍ରିଓ୍ୱେଡିଂ ଫଙ୍କସନ୍‌। ଗୁଜରାଟର ଜାମନଗରରେ ଏହି ରୟାଲ ଓ୍ୱେଡିଂର ପ୍ରି-ଫଙ୍କସନ୍‌ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରି ଓ୍ୱେଡିଂରେ ସାମିଲ ହେବା ପାଇଁ ଅନେକ ବଲିଉଡ ଓ ହଲିଉଡ ଷ୍ଟାର୍‌ ଗୁଜରାଟରେ ଡେରା ପକାଇଛନ୍ତି। ତେବେ ଅମ୍ବାନୀଙ୍କ ଏହି ପ୍ରି-ଓ୍ୱେଡିଂର ମୁଖ୍ୟ ଆକର୍ଷଣ ସାଜିଛନ୍ତି ହଲିଉଡ ପପ୍‌ ଷ୍ଟାର୍‌ ରିହାନା।

Advertisment

ଅନନ୍ତ ଅମ୍ବାନୀ ଓ ରାଧୀକାଙ୍କ ପ୍ରି-ଓ୍ୱେଡିଂରେ ପରଫର୍ମ କରିବେ ହଲିଉଡ ଷ୍ଟାର୍‌ ରିହାନା। ଏଥିପାଇଁ ଆରମ୍ଭ କରିଦେଇଛନ୍ତି ରହର୍ସାଲ। ତେବେ ଅମ୍ବାନୀଙ୍କ ଏହି ପ୍ରି-ଓ୍ୱେଡିଂରେ ପରଫର୍ମ କରିବା ପାଇଁ ମୋଟା ଅଙ୍କର ଫିସ୍‌ ଚାର୍ଜ କରିଛନ୍ତି ରିହାନା। ମାତ୍ର କିଛି ଘଣ୍ଟାର ପରଫର୍ମ ପାଇଁ ରିହାନା ନେଉଛନ୍ତି କୋଟି କୋଟ ଟଙ୍କା। ପ୍ରି-ଓ୍ୱେଡିଂରେ ପରଫର୍ମ ପାଇଁ ରିହାନାଙ୍କୁ ୬୬ରୁ ୭୪ କୋଟି ଟଙ୍କା ଦେଉଛନ୍ତି ଅମ୍ବାନୀ। ଏଥିରେ ତାଙ୍କ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଓ ଆଟ୍‌ଫିଟ୍‌ର ଫିସ୍ ମଧ୍ୟ ସାମିଲ ଅଛି।

ଗୁରୁବାର ଦିନ ଭାରତ ଆସିବା ପରେ ଜାମନଗରରେ ଆସି ପହଞ୍ଚିଛନ୍ତି ରିହାନା। ସେ ନିଜ ସହ ଏକ ଟ୍ରକ୍‌ରେ ଭର୍ତ୍ତି କରି ଲଗେଜ ଆଣିଛନ୍ତି। ସେ ଜାମନଗରରେ ପହଞ୍ଚିବା ପରେ ଗତକାଲି ହିଁ ନିଜର ରିହର୍ସାଲ ଆରମ୍ଭ କରିଦେଇଥିଲେ। ତାଙ୍କର ରିହର୍ସାଲର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ସୂଚନା ମୁତାବକ, ରିହାନା ଅମ୍ବାନୀଙ୍କ ଫଙ୍କସନ୍‌ରେ ନିଜ ହିଟ୍‌ ଗୀତରେ ପରଫର୍ମ କରିବେ।

Advertisment

ସେହିପରି ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ୱେଡିଂରେ ସାମିଲ ହେବା ପାଇଁ ପୂରା ବଲିଉଡ ଆସି ଜାମନଗରେ ପହଞ୍ଚି ସାରିଛି। ତିନି ଦିନ ଚାଲିବାକୁ ଥିବା ଏହି ଫଙ୍କସନ୍‌ରେ ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ୍‌, ସଲମାନ ଖାନ୍‌, ଦୀପିକା ପାଦୁକୋନ, ରଣବୀର ସିଂହ, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପଙ୍କ ସମେତନ ଅନେକ ଷ୍ଟାର୍‌ ସାମିଲ ହେବେ।

Bollywood News Mukesh Ambani Rihanna Anant Ambani And Radhika Merchant Pre-wedding
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe