Advertisment

Kerala Story 2ର ରିଲିଜ ଉପରେ ରୋକ ଲଗାଇଲେ ହାଇକୋର୍ଟ

କେରଳ ହାଇକୋର୍ଟର ଏକକ ବେଞ୍ଚର ବିଚାରପତି ଜଷ୍ଟିସ ବେଚୁ କୁରିଅନ ଫିଲ୍ମ ରିଲଜ ଉପରେ ରୋକ ଲଗାଇ ଦେଇଛନ୍ତି। କେଳର ଷ୍ଟୋରୀ ୨ ଫେବୃଆରୀ ୨୭ରେ ରିଲଜ ହେବାର ଥିଲା। କିନ୍ତୁ ଆସନ୍ତାକାଲି ଏହା ରିଲିଜ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।

Kerala-story

କେରଳ ଷ୍ଟୋରୀ ୨ର ପୋଷ୍ଟର

Advertisment

ବିବାଦୀୟ ବଲିଉଡ ଫିଲ୍ମ କେରଳ ଷ୍ଟୋରୀ ୨ର ରିଲିଜ ଉପରେ ଲାଗିଛି ରୋକ। କେରଳ(Kerala) ହାଇକୋର୍ଟ ଏହି ଫିଲ୍ମର ରିଲଜ ଉପରେ ରୋକ ଲଗାଇ ଦେଇଛନ୍ତି। ଚଳିତ ସପ୍ତାହରେ ଫିଲ୍ମର ସେନସର ପ୍ରମାଣପତ୍ର ବିରୋଧରେ ଗୋଟିଏ ଆବେଦନ କରାଯାଇଥିଲା।

Advertisment

ଏହାର ଶୁଶାଣି କରି କେରଳ ହାଇକୋର୍ଟର ଏକକ ବେଞ୍ଚର ବିଚାରପତି ଜଷ୍ଟିସ ବେଚୁ କୁରିଅନ ଫିଲ୍ମ ରିଲଜ ଉପରେ ରୋକ ଲଗାଇ ଦେଇଛନ୍ତି। କେଳର ଷ୍ଟୋରୀ ୨ ଫେବୃଆରୀ ୨୭ରେ ରିଲଜ ହେବାର ଥିଲା। କିନ୍ତୁ ଆସନ୍ତାକାଲି ଏହା ରିଲିଜ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।

ହାଇକୋର୍ଟର ଏକକ ବେଞ୍ଚ ସେନସର ବୋର୍ଡକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଓ କହିଛନ୍ତି ଯେ ବୋର୍ଡ ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦେବା ବେଳେ ନିଜ ମୁଣ୍ଡ ଆଦୌ ଖର୍ଚ୍ଚ କରିନାହାନ୍ତି।

Advertisment

ହାଇକୋର୍ଟର ଏକକ ବେଞ୍ଚ ରିଲିଜ ଉପରେ ରୋକ ଲଗାଇଥିବା ବେଳେ ଫିଲ୍ମ ନିର୍ମାତା ଏହା ବିରୋଧରେ ବୃହତ୍ତର ବେଞ୍ଚରେ ଆବେଦନ କରିବେ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତ ଆବେଦନ ଆଜି ହିଁ କରାଯାଇ ପାରେ। ଫିଲ୍ମକୁ ଫେବୃଆରୀ ୨୭ରେ ରିଲିଜ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତାକାଲି ୨୭ ତାରିଖ। ତେଣୁ ଫିଲ୍ମ ନିର୍ମାତା ଆଜି ହିଁ ଏହା ଉପରେ ଶୁଶାଣି କରିବାକୁ ଆବେଦନ କରିବେ। 

କାମାକ୍ଷା ନାରାୟଣ ସିଂହଙ୍କ ନିର୍ଦ୍ଦେଶିକ ଓ ବିପୁଳ ଅମୃତଲାଲ ଶାହଙ୍କ ପ୍ରଯୋଜିତ କେରଳ ଷ୍ଟୋରୀ ୨ରେ ଦାବି କରାଯାଇଛି ଯେ ହିନ୍ଦୁ ମହିଳାଙ୍କୁ ପ୍ରଲୋଭିତ କରାଯାଇ ଅନ୍ୟ ଧର୍ମର ପୁଅମାନେନେ ପ୍ରଥମେ ବିବହାର କରନ୍ତି। ଏହାପରେ ସେମାନଙ୍କ ଅଧିକାରୀଙ୍କୁ ଛାଡ଼ାଇ ନିଆଯାଇ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଏ।

ସେମାନଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଉଥିବା ଫିଲ୍ମରେ ଦର୍ଶାଯାଇଛି।  ତେବେ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଏହି ଫିଲ୍ମ ତିଆରି କରାଯାଇଥିବା ଅଭିଯୋଗ କରି ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିଲା। 

ଆଜିର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ଆଶଙ୍କାରେ ସତ୍ୟତା ରହିଛି। କେରଳକୁ ନକାରାତ୍ମକ ଢଙ୍ଗରେ ଚିତ୍ରିତ କରିବାକୁ ଫିଲ୍ମରେ ଚେଷ୍ଟା କରାଯାଇଛି। ଏହାର କୁପ୍ରଭାବ ସମାଜିକ ସଦଭାବନା ଉପରେ ମଧ୍ୟ ପଡ଼ିବାର ଆଶଙ୍କା ଆବେଦନ କରିଛନ୍ତି। ଆବେଦନର ଶୁଣାଣି କରି କେରଳ ହାଇକୋର୍ଟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ସିବିଏଫସି ଓ ଫିଲ୍ମ ପ୍ରଯୋଜକଙ୍କୁ ନୋଟିସ କରିଛନ୍ତି। ଏହାପୂର୍ବରୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମଧ୍ୟ ଫିଲ୍ମ ଫିଲ୍ମକୁ ସମାଲୋଚନା କରିଥିଲେ। 

ଏହି ସିରିଜର ପ୍ରଥମ ସିନେମା ଥିଲା The Kerala Story। ଏଥିରେ ଆଦା ଶର୍ମା, ସୋନିଆ ବାଲାନି, ଯୋଗିତା ଭିହାନ ଓ ସିଦ୍ଧି ଇଦଦାନିନି ପ୍ରମୁଖ ଅଭିନୟ କରିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା।

Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe