Advertisment

ଯୌନ ଶୋଷଣ ଅଭିଯୋଗ ପରେ ଇସ୍ତଫା ଦେଲେ ଅଭିନେତା

ଜଷ୍ଟିସ୍‌ ହେମା କମିଟିର ରିପୋର୍ଟ ସାମ୍ନାକୁ ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଗୋଟିଏ ପରେ ଗୋଟିଏ କଳା ସତ ଏବେ ସାମ୍ନାକୁ ଆସୁଛି।

ଅଦ୍ୟତନ ହୋଇଛି
Filmmaker Ranjith and  actor Siddique

Filmmaker Ranjith and actor Siddique

Advertisment

ଜଷ୍ଟିସ୍‌ ହେମା କମିଟିର ରିପୋର୍ଟ ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରୁ ଲଗାତର ଆଶ୍ଚର୍ଯ୍ୟଜନକ ଖୁଲାସାରେ ହେବାରେ ଲାଗିଛି। ଚୁପ୍‌ ରହିଥିବା ଅଭିନେତ୍ରୀମାନେ ଏବେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ବରିଷ୍ଠ ଅଭିନେତାମାନେ ଅସଦାଚରଣ ଓ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣୁଛନ୍ତି।

Advertisment

ନିକଟରେ ବରିଷ୍ଠ ମଲୟାଲମ ଅଭିନେତା ସିଦ୍ଦିକଙ୍କ ବିରୋଧରେ ଜଣେ ଜଣାଶୁଣା ଅଭିନେତ୍ରୀ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ସିଦ୍ଦିକ ମଲୟାଲମ ଚଳଚ୍ଚିତ୍ର କଳାକାର ସଂଘ (ଏଏମ୍ଏମ୍ଏ)ର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଆସୋସିଏସନ ଉପାଧ୍ୟକ୍ଷ ଜୟାନ ଚର୍ଥାଲା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସିଦ୍ଦିକି ଯୌନ ନିର୍ଯାତନା ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିବାରୁ ସେ ଏହି ପଦବୀରେ ଆଉ ରହିପାରିବେ ନାହିଁ। ଏଥିଯୋଗୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅଭିନେତା ସଙ୍ଗଠନର ସଭାପତି ମୋହନଲାଲଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

Advertisment

ସେହିପରି ସିଦ୍ଦିକିଙ୍କ ପରେ ମଲୟାଲମ ଚଳଚ୍ଚିତ୍ର ନିର୍ମାତା ରଞ୍ଜିତ ମଧ୍ୟ 'କେରଳ ଚଳଚ୍ଚିତ୍ର ଏକାଡେମୀ' (କେସିଏ) ର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଜଣେ ବଙ୍ଗୀୟ ଅଭିନେତ୍ରୀ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।

କହିରଖୁ ଯେ, ଶନିବାର ମଲୟାଲମ ଅଭିନେତା ସିଦ୍ଦିକଙ୍କ ବିରୋଧରେ ଅଭିନେତ୍ରୀ ରେବତୀ ସମ୍ପତ ଯୌନ ଶୋଷ ଅଭିଯୋଗ ଆଣିଥିଲେ। ସେ ଯେତେବେଳେ ପ୍ରଥମେ ପ୍ରଥମେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ସେତେବେଳେ କୁଆଡେ ସିଦ୍ଦିକି ତାଙ୍କୁ ଫିଲ୍ମ ବିଷୟରେ କଥା ହେବାକୁ ନେଇ ହୋଟେଲ ରୁମ୍‌କୁ ଡାକିଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିବା ସହ ମାର୍‌ପିଟ୍‌ କରିଥିବା ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ ସେ ନିଜ ଅଭିଯୋଗରେ ସିଦ୍ଦିକିଙ୍କୁ ଜରେ କ୍ରିମିନାଲ ବୋଲି ମଧ୍ୟ କହିଛନ୍ତି।  

ସେହିପରି ନିକଟରେ ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ରଞ୍ଜିତଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ରଞ୍ଜିତ ତାଙ୍କୁ ଏକ ଫିଲ୍ମର ଅଡିସନ ସମୟରେ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ତେବେ ଶ୍ରୀଲେଖାଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ରଞ୍ଜିତ ଏହାକୁ ଖଣ୍ଡନ କରିଛନ୍ତି। ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି। ଜଷ୍ଟିସ ହେମା କମିଟିର ରିପୋର୍ଟ ପ୍ରକାଶ ପାଇବା ପରେ ଏହି ଦୁଇଟି ଅଭିଯୋଗ ଆସିଛି।

ଜଷ୍ଟିସ ହେବା କମିଟିର ରିପୋର୍ଟ କ'ଣ?

ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ମହିଳା ଅଭିଯୋଗ କରିଥିଲେ ଯେ କାମ ଯୋଗାଇବା ବଦଳରେ ସେମାନଙ୍କଠାରୁ ଅନତୈକ ଦାବି କରାଯାଉଛି। ଏହା ପରେ, ୨୦୧୯ ମସିହାରେ ସରକାର ଏକ ପୁରୁଣା ମାମଲା ଏବଂ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରିବା ପରେ ଜଷ୍ଟିସ୍ ହେମା କମିଟି ଗଠନ କରିଥିଲେ। ଏହି କମିଟି ମାଲୟାଲମ୍ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ କରିଥିଲା। ପରେ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା।

ହେମା କମିଟି ଦେଇଥିବା ରିପୋର୍ଟରେ, ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ମହିଳାଙ୍କ ଉପରେ ଯୌନ ଶୋଷଣ ଏବଂ ନିର୍ଯାତନା ଭଳି ପ୍ରସଙ୍ଗର ଖୁଲାସା କରାଯାଇଛି। ମଲୟାଲମ୍ ଚଳଚ୍ଚିତ୍ର ଜଗତରେ ଯୌନ ଶୋଷଣ ମାମଲା ବେଶ୍‌ ପୁରୁଣା। ଏଠାରେ ବର୍ଷ ବର୍ଷ ଧରି ଅଭିନେତ୍ରୀମାନେ ଯୌନ ଶୋଷଣର ଶିକାର ହୋଇ ଆସୁଥିବା ଦାବି କରାଯାଇଛି। ତେଣୁ ସରକାର ଏଥିପ୍ରତି ଉଚିତ ଆଇନ ବ୍ୟବସ୍ଥା ତିଆରି କରନ୍ତୁ ବୋଲି ରିପୋର୍ଟରେ ଦାବି ହୋଇଛି। ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ରାଜନୈତିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି।

Sexual Assault Malyalam Actor Actor Siddique Justice Hema Committee Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe