Advertisment

ଆଖି ବୁଜିଲେ ହିମେଶ ରେଶମିୟାଙ୍କ ବାପା

ଆଖି ବୁଜିଲେ ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିୟାଙ୍କ ବାପା ବିପିନ ରେଶମିୟା। ବିପିନ ରେଶମିୟା ମଧ୍ୟ ଜଣେ ଖୁବ୍‌ ଲୋକପ୍ରିୟ ମ୍ୟୁଜିକ ଡାଇରେକ୍ଟର ଥିଲେ।

himesh reshammiya with father

himesh reshammiya with father

Advertisment

ଆଖି ବୁଜିଲେ ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିୟାଙ୍କ ବାପା ବିପିନ ରେଶମିୟା। ବିପିନ ରେଶମିୟା ମଧ୍ୟ ଜଣେ ଖୁବ୍‌ ଲୋକପ୍ରିୟ ମ୍ୟୁଜିକ ଡାଇରେକ୍ଟର ଥିଲେ।

Advertisment

ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ବିପିନ ରେଶମିୟାଙ୍କୁ ଚିକିତ୍ସା ନିମନ୍ତେ ମୁମ୍ବାଇର କୋକିଳବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କିଛି ଦିନ ହେବ ଚିକିତ୍ସାଧୀନ ଥିବା ବେଳେ ଗତକାଲି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱ ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

ଅଜି ତାଙ୍କ ପାର୍ଥିବ ଶରୀରକୁ ପରିବାର ଲୋକେ ଘରକୁ ନେବେ । ସେଠାରେ ପ୍ରିୟ ପରିଜନ ଶେଷ ଦର୍ଶନ କରିବା ପରେ ଜୁହୁରେ ଅନ୍ତିମ ସତ୍କାର କରାଯିବ ବୋଲି ଜଣାଯାଇଛି।

Advertisment

ହିମେଶ ରେଶମିୟା ନିଜ ପିତାଙ୍କ ଖୁବ୍‌ ନିକଟତର ଥିଲେ। ପିତାଙ୍କ ନିକଟରୁ ସଙ୍ଗୀତ ଶିକ୍ଷା ଲାଭ କରିଥିବାରୁ ସେ ତାଙ୍କୁ ନିଜର ଗୁରୁ ମାନୁଥିଲେ। ପିତା ଚାଲିଯିବା ପରେ ହିମେଶଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇ ଯାଇଛି। ବିପିନ ରେଶମିୟାଙ୍କ ଆତ୍ମାର ସଦଗତି ନିମନ୍ତେ ବି- ଟାଉନ୍‌ର ବଡ଼ ବଡ଼ କଳାକାର ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି।

Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe