Advertisment

ଅକ୍ଷୟ କୁମାରଙ୍କୁ ଚାପୁଡ଼ା ମାରିଲେ ବା ଛେପ ପକାଇଲେ ୧୦ ଲକ୍ଷ ଦେବ ହିନ୍ଦୁ ପରିଷଦ

ଓଃ ମାଇ ଗଡ୍-୨ରେ ଅଭିନୟ କରିଥିବା ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ଯିଏ ଚାପୁଡ଼ା ମାରିବ କିମ୍ବା ତାଙ୍କ ଉପରକୁ ଛେପ ପକାଇବ, ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ।

author-image
Debibandita Barick
ଅଦ୍ୟତନ ହୋଇଛି
Protest In Front Of Agra Cinema hall

Protest In Front Of Agra Cinema hall

ନିକଟରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ଓଃ ମାଇ ଗଡ୍-୨(ଓଏମଜି-୨)କୁ ନେଇ ଉପୁଜିଛି ବିବାଦ। ସିନେମାରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ପହଞ୍ଚା ଯାଇଥିବା ଅଭିଯୋଗ ହୋଇଛି। ଏଥିସହ ସିନେମାକୁ ବିରୋଧ କରି ଆଗ୍ରାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ପ୍ରଦର୍ଶିତ ହୋଇଥିବା କିଛି ଦୃଶ୍ୟ ହଟାଇବା ପାଇଁ ଦାବି ହେଉଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାରତ ଘୋଷଣା କରିଛି ଯେ, ଅକ୍ଷୟ କୁମାରଙ୍କୁ ଯିଏ ଚାପୁଡ଼ା ମାରିବ କିମ୍ୱା ଛେପ ପକାଇବ ତାଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ।

Advertisment

ଏଥିରେ ଘୋଷଣା କରାଯାଇଛି ଯେ, ଓଃ ମାଇ ଗଡ୍-୨ରେ ଅଭିନୟ କରିଥିବା ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ଯିଏ ଚାପୁଡ଼ା ମାରିବ କିମ୍ବା ତାଙ୍କ ଉପରକୁ ଛେପ ପକାଇବ ତାଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାରତ ସଭାପତି ଗୋବିନ୍ଦ ପରାଶର ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହ ସିନେମାରେ ଭଗବାନ ଶିବଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିନେତାମାନେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିକୁ ଅପବିତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋବିନ୍ଦ।

ସେନ୍ସର ବୋର୍ଡ ଏବଂ କେନ୍ଦ୍ର ସରକାର ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ନଚେତ୍ ଏହିପରି ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ସାଧବୀ ରିତାମ୍ବର ମଧ୍ୟ ଏକ ଅଭିଭାଷଣରେ କହିଛନ୍ତି, "ହିନ୍ଦୁ ଧର୍ମର ବିନମ୍ରତା ହିଁ ବଲିଉଡକୁ ବାରମ୍ବାର ଏପରି ଘୃଣ୍ୟ କାର୍ଯ୍ୟ କରିବାକୁ ସୁଯୋଗ ଦେଉଛି। ସେମାନେ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଉପରେ ମନ୍ତବ୍ୟ ଦେବାକୁ ଭୟ କରୁଛନ୍ତି।"

Advertisment

ସେ କହିଛନ୍ତି ଯେ, ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ରୂପେଲି ପରଦାରେ ଅପମାନିତ କରାଯାଇଛି। ହିନ୍ଦୁମାନଙ୍କ ଆସ୍ଥା ବିଶ୍ୱାସ ଏପରେ ଏପରି ଖେଳ ଖେଳିବା ଉଚିତ ନୁହେଁ ବୋଲି କହିଛନ୍ତି। ଏଥିସହ ଏହାକୁ ଦୃଢ଼ ବିରୋଧ କରିବା ପାଇଁ ହିନ୍ଦୁମାନଙ୍କୁ ଆହ୍ୱାନ କରିଛନ୍ତି। ଗତକାଲି ଆଗ୍ରାରେ ସିନେମାକୁ ବିରୋଧ କରି ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ହିନ୍ଦୁ ଭାବାବେଗକୁ ଆଘାତ କରାଯାଇଥିବା ଅଭିଯୋଗ କରି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବିଭିନ୍ନ ପ୍ରେକ୍ଷାଳୟରେ ପୋଡ଼ାଜଳା କରିଛି। ଏଥିସହ ପ୍ରେକ୍ଷାଳୟ ସମ୍ମୁଖରେ ଅଭିନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏହି ବିକ୍ଷୋଭ ସିନେମା ହଲର ଇଞ୍ଚେ ପଛକୁ ହଟିବ ନାହିଁ ବୋଲି ହିନ୍ଦୁ ପରିଷଦ ସଦସ୍ୟ କହିଛନ୍ତି। 

ନିକଟରେ ରିଲିଜ୍ ହୋଇଥିବା OMG2 ୨୦୧୨ରେ ରିଲିଜ୍ ହୋଇଥିବା OMGର ଏକ ସିକ୍ୱେଲ। ଉମେଶ ଶୁକ୍ଳା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ସେଥିରେ ମଧ୍ୟ ଅକ୍ଷୟ କୁମାର ଓ ପରେଶ ରାୱଲ ଅଭିନୟ କରିଥିଲେ। OMG2ର 13 ମିନିଟର ଦୃଶ୍ୟ କାଟିବା ପରେ ସେନ୍ସର୍ ବୋର୍ଡ ସିନେମାକୁ 'ଏ' ସାର୍ଟିଫିକେଟ୍ ଦେଇଛନ୍ତି।

Bollywood Akshay Kumar OMG Oh My God Rashtriya Hindu Parishad Bharat