Salman
ମୁମ୍ବାଇ: ଲଭ୍..ଇସ୍କ..ଆଉ ପ୍ୟାର ସହ ବଲିଉଡର ଭାଇଜାନ ସଲମାନ ଖାନଙ୍କ ସମ୍ପର୍କ ବେଶ୍ ଗଭୀର। ଏଥିପାଇଁ ସଲମାନଙ୍କ ଲଭ୍ ଲାଇଫ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଅନେକ ଅଭିନେତ୍ରୀଙ୍କ ସହ ସଲମାନ ଖାନଙ୍କ ଲିଙ୍କ ଅପ୍ ବିଷୟରେ ଖବର ଆସିଛି। ଆଉ ବ୍ରେକ୍ ଅପ୍ ମଧ୍ୟ ହୋଇସାରିଥିବା ଶୁଣିବାକୁ ମିଳିଛି। ଏସବୁ ପରେ ବି ସଲମାନ ନିଜକୁ ସିଙ୍ଗିଲ ବୋଲି କୁହନ୍ତି। ଏବେ କିନ୍ତୁ ତାଙ୍କ ନାଁ ଆଉ ଜଣେ ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି। ସଲମାନ କୁଆଡେ ପୁଣି ଆଉ ଜଣେ ବିଦେଶୀନିଙ୍କ ପ୍ରେମରେ ପଡିଛନ୍ତି। ସେ ହଲିଉଡ ଅଭିନେତ୍ରୀ ସମନ୍ଥା ଲକ୍ଉଡଙ୍କୁ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ଏବେ ବି-ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକୃତରେ ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ ସମନ୍ଥା ଲକ୍ଉଡ୍ କି? ଏନେଇ ଚାରିଆଡେ ପ୍ରଶ୍ନ ଉଠିଛି। ଏହାରି ଭିତରେ ଖୋଦ୍ ହଲିଉଡ ଅଭିନେତ୍ରୀ ସମନ୍ଥା ସାମ୍ନାକୁ ଆସି ଏହି ଚର୍ଚ୍ଚାକୁ ମୁହଁ ଖୋଲିଛନ୍ତି। ସେ ନିକଟରେ ବଲିଉଡ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକର୍ରେ କହିଛନ୍ତି, 'ଲୋକମାନେ ସଲମାନ ଆଉ ମୋତେ ନେଇ ଅଧିକ ଚର୍ଚ୍ଚା କରୁଛନ୍ତି। ଆମ ଭିତରେ କିଛି ସମ୍ପର୍କ ନଥାଇ ବି ଲୋକେ ଅଧିକ କିଛି ଗୁଜବ ସୃଷ୍ଟି କରୁଛନ୍ତି। ମୁଁ ସଲମାନଙ୍କୁ ଭେଟିଛି। ସେ ଜଣେ ଭଲ ମଣିଷ। ଆମ ଭିତରେ ବନ୍ଧୁତା ଅଛି ସତ କିନ୍ତୁ ପ୍ରେମ ସମ୍ପର୍କ ନାହିଁ ବୋଲି ସେ ସଫେଇ ଦେଇଛନ୍ତି।'
/odisha-reporter/media/post_attachments/wp-content/uploads/2022/01/Salman_Khan_Hrithik_Roshan_Samantha_Lockwood_1641745706944_1641745715611.jpg)
ଅଭିନେତ୍ରୀ ଜଣକ ଆହୁରି କହିଛନ୍ତି, ମୁଁ କେବଳ ସଲମାନଙ୍କୁ ନୁହେଁ ଅଭିନେତା ହ୍ରିତିକ ରୋଶନଙ୍କୁ ମଧ୍ୟ ଭେଟିଥିଲି। କିନ୍ତୁ ହ୍ରିତିକ ଏବଂ ମୋ ବିଷୟରେ କେହି କିଛି କହି ନାହାଁନ୍ତି। ସେଥିପାଇଁ ମୁଁ ଜାଣେ ନାହିଁ ଏହି ଖବର କେଉଁଠୁ ଆସୁଛି। ସମନ୍ଥା ଲକଉଡ୍ ମଧ୍ୟ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ସଲମାନଙ୍କ ଫିଲ୍ମ ସୁଲତାନ ହେଉଛି ତାଙ୍କର ପ୍ରିୟ ବଲିଉଡ ଫିଲ୍ମ।
ସୂଚନା ମୁତାବକ, ଗତ କିଛି ଦିନ ତଳେ ସମନ୍ଥା ଲକଉଡ୍ ସଲମାନଙ୍କ ପନଭେଲ୍ ସ୍ଥିତ ଫାର୍ମ ହାଉସ ଯାଇଥିଲେ। ସେଠାରେ ସେ ସଲମାନଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ।
ଏହି ପାର୍ଟି ବିଷୟରେ ଆଲୋଚନା କରି ସମନ୍ଥା କହିଛନ୍ତି, ସେ ସଲମାନଙ୍କୁ କେବଳ ଏହି ପାର୍ଟିରୁ ହିଁ ଜାଣିଛନ୍ତି। କିନ୍ତୁ ସେ ଏହା ପୂର୍ବରୁ ସଲମାନଙ୍କୁ ୨ରୁ ୩ ଥର ସାକ୍ଷାତ କରି ସାରିଛନ୍ତି। ସେଥିପାଇଁ ସେ କେବଳ ସଲମାନଙ୍କୁ ହିଁ ଜାଣିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସଲମାନଙ୍କ ଜନ୍ମଦିନ ପାର୍ଟିରେ ଅନ୍ୟ ଲୋକଙ୍କୁ ଭେଟିଥିଲେ। ପାର୍ଟିରେ ଉପସ୍ଥିତ ଥିବା ସମସ୍ତଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ସମନ୍ଥା ଲକଉଡ୍ ଗତ ମାସରେ ମୁମ୍ବାଇକୁ ଆସିବା ପରେ ସେ ହ୍ରିତିକ୍ ରୋଶନଙ୍କୁ ଭେଟିଥିଲେ। ଏହି ଦେଖାସାକ୍ଷାତ ବେଳର ଫଟୋକୁ ସମନ୍ଥା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେଆର ମଧ୍ୟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/Salman.jpg)