ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡିଲେ ହନି ସିଂହ!

ମୁମ୍ବାଇ: ପୁଣି ପ୍ରେମରେ ପଡିଲେ ବଲିଉଡର ପ୍ରସିଦ୍ଧ ଗାୟତ ଥା ରାପର୍ ୟୋ ୟୋ ହନି ସିଂହ। ଛାଡପତ୍ର ପରେ ତାଙ୍କ ଜୀବନକୁ ଆସିଛନ୍ତି ଜଣେ ମିଷ୍ଟ୍ରି ଗାର୍ଲ। ଏକଥା ଆମେ କହୁନି, ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର୍ କରିଥିଲେ। ଏହାକୁ ନେଇ ସେ ପୁଣି ଥରେ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ହନି ସିଂହ ବେଶ୍ ଚର୍ଚ୍ଚାରେ ଥିଲେ। ୨୦୧୧ରେ ଗାର୍ଲଫ୍ରେଣ୍ଡ ଶାଲିନୀ ତଲୱାରଙ୍କୁ […]

Honey Singh

Madhupriya Mistry
  • Published: Saturday, 22 October 2022
  • , Updated: 22 October 2022, 11:53 AM IST

ମୁମ୍ବାଇ: ପୁଣି ପ୍ରେମରେ ପଡିଲେ ବଲିଉଡର ପ୍ରସିଦ୍ଧ ଗାୟତ ଥା ରାପର୍ ୟୋ ୟୋ ହନି ସିଂହ। ଛାଡପତ୍ର ପରେ ତାଙ୍କ ଜୀବନକୁ ଆସିଛନ୍ତି ଜଣେ ମିଷ୍ଟ୍ରି ଗାର୍ଲ। ଏକଥା ଆମେ କହୁନି, ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର୍ କରିଥିଲେ। ଏହାକୁ ନେଇ ସେ ପୁଣି ଥରେ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ହେଉଛି।

ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ହନି ସିଂହ ବେଶ୍ ଚର୍ଚ୍ଚାରେ ଥିଲେ। ୨୦୧୧ରେ ଗାର୍ଲଫ୍ରେଣ୍ଡ ଶାଲିନୀ ତଲୱାରଙ୍କୁ ସେ ଗୁପଚୁପ୍ ବିବାହ କରିଥିଲେ। ଏହାପରେ ଚଳିତ ବର୍ଷ ଦୁହେଁ ଅଲଗା ହୋଇଯାଇଥିଲେ। କୋର୍ଟଙ୍କ ଅନୁମତି ପରେ ହନି ସିଂହ ଓ ଶାଲିନୀଙ୍କ ଛାଡପତ୍ର ହୋଇଛି। ରିପେର୍ଟ ଅନୁଯାୟୀ, ଗତ କିଛି ଦିନ ପୂର୍ବେ ହନି ସିଂହଙ୍କ ବିରୋଧରେ ତାଙ୍କ ପତ୍ନୀ ଶାଲିନୀ ଘରୋଇ ହିଂସା ଅଭିଯୋଗ ଆଣିଥିଲେ।

ଏବେ ହନି ସିଂହ ଅଭିନେତ୍ରୀ ତଥା ମଡେଲ ଟିନା ଥଡାନୀଙ୍କୁ ଡେଟ୍ କରୁଥିବା ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ୧୮ ଅକ୍ଟୋବର ୨୦୨୨ରେ, ହନି ସିଂହ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ଝିଅଟିର ଫଟୋ ଦୃଶ୍ୟମାନ ହେଉ ନଥିଲା, କିନ୍ତୁ ହନି ସିଂହ ତାଙ୍କ ହାତ ଧରିଥିଲେ। ଦୁଇ ହାତର କ୍ଲୋଜଅପ୍ ଫଟୋ ସେୟାର କରି ହନି କ୍ୟାପସନରେ ଲେଖିଛନ୍ତି, ଏହା ସବୁ ଆମ ବିଷୟରେ। ମୁଁ ଆଉ ତୁମେ!! ମୋ ଗୀତ ଟୁଗେଦର ଫରଏଭର ଏବେ ଆସିଛି!! ତୁମର ପ୍ରିୟ ଲୋକଙ୍କ ସହିତ ରିଲ୍ କର।

ହନି ସିଂହଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଇରାଲ ହେବାରେ ଲାଗିଛି। ଜଣେ ୟୁଜର୍ସ ଦାବି କରିଛନ୍ତି ଯେ ହନି ସିଂହ ଅଭିନେତ୍ରୀ ଟିନା ଥଡାନୀଙ୍କ ପ୍ରେମରେ ପଡିଛନ୍ତି। ତେବେ ହନି ସିଂହଙ୍କ ତରଫରୁ ଏନେଇ କୌଣସି ଅଫିସିଆଲ୍ ରୂପେ ଘୋଷଣା ହୋଇନାହିଁ।

Related story