Advertisment

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ କରାଯାଇଥିଲା କି ହତ୍ୟା? ୨ ଦଶନ୍ଧି ପରେ ତେଜିଲା ବିବାଦ

ତେଲୁଗୁ ସିନେମାର ହୃତସ୍ପନ୍ଦନ ତଥା ଡାକ୍ତର ସୌନ୍ଦର୍ଯ୍ୟା ମାତ୍ର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏଥିପାଇଁ ସେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କରିମନଗରକୁ ପ୍ରଚାର ପାଇଁ ବିମାନରେ ବାହାରିଥିଲେ।

Actress Soundarya

Actress Soundarya

Advertisment

୨୦୦୪ ମସିହା ଏପ୍ରିଲ ୧୭। ତେଲୁଗୁ ଓ ବଲିଉଡ ସୁପରଷ୍ଟାର ସୌନ୍ଦର୍ଯ୍ୟା କର୍ଣ୍ଣାଟକାର ବେଙ୍ଗାଲୁରୁ ସ୍ଥିତ ଜାକ୍କୁର ଏୟାର ଷ୍ଟ୍ରିପରୁ ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ସେସାନ ୧୮୦ରେ ଉଡ଼ାଣ ଭରିଥିଲେ। ତେଲୁଗୁ ସିନେମାର ହୃତସ୍ପନ୍ଦନ ତଥା ଡାକ୍ତର ସୌନ୍ଦର୍ଯ୍ୟା ମାତ୍ର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଏଥିପାଇଁ ସେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର କରିମନଗରକୁ ପ୍ରଚାର ପାଇଁ ବିମାନରେ ବାହାରିଥିଲେ। ସମୟ ଦିନ ୧୧ଟା ହୋଇଥିଲା।

Advertisment

ସ୍ୱାଭାବିକ ଢଙ୍ଗରେ ବିମାନଟି ଉଡ଼ାଣ ଭରିଥିଲା। ସବୁ କିଛି ଠିକଠାକ ରହିଥିଲା। କିନ୍ତୁ ଉଡ଼ାଣର ୫ ମିନିଟ ପରେ ହଠାତ୍‌ ବିମାନରେ ଲାଗି ଯାଇଥିଲା ନିଆଁ। ବିମାନଟି ଆକାଶ ପଥରେ ହିଁ ନିଆଁ ପିଣ୍ଡୁଳାରେ ପରିଣତ ହୋଇ କ୍ରାଶ କରି ଯାଇଥିଲା। ସୌନ୍ଦର୍ଯ୍ୟା ଓ ତାଙ୍କ ସହ ସହ ବିମାନରେ ଥିବା ଅନ୍ୟମାନେ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ମୃତଦେହଗୁଡ଼ିକ ଏତେ ମାତ୍ରାରେ ପୋଡ଼ି ଯାଇଥିଲା ଯେ ଏହାକୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇଯାଇଥିଲା।

ସୌମ୍ୟା ସତ୍ୟନାରାୟଣ ଓରଫ ସୌନ୍ଦର୍ଯ୍ୟାଙ୍କୁ ମୃତ୍ୟୁ ବେଳକୁ ୩୨ ବର୍ଷ ବୟସ ହୋଇଥିଲା। କନ୍ନଡ, ତାମିଲ, ହିନ୍ଦୀ ଓ ମାଲାୟାଲମ ଅପେକ୍ଷା ସେ ତେଲୁଗୁ ଫିଲ୍ମରେ ଅଧିକ ନଜର ଆସୁଥିଲେ। ୧୯୯୯ ମସିହାରେ ବିଗ ବି ଅମିତାଭ ବଚ୍ଚନଙ୍କ ସହ ସୁପରହିଟ ଫିଲ୍ମ ସୂର୍ଯ୍ୟବଂଶମରେ ସେ ଅଭିନୟ କରିବା ପରେ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ।

Advertisment

ମୃତ୍ୟୁ ବେଳକୁ ସୌନ୍ଦର୍ଯ୍ୟା ଗର୍ଭବତୀ ଥିଲେ। ଘଟଣା ଦିନ ସେ ବିମାନରେ ନିଜ ଭାଇ ଅମରନାଥ, ବିଜେପି ନେତା ରମେଶ କଦମ ଓ ପାଇଲଟ ଜୟ ଫିଲିପ୍ସଙ୍କ ସହ କରିମନଗର ଯାଉଥିଲେ। ବିମାନ କ୍ରାଶ କରିବାରୁ କେହି ବି ଜୀବନ ବଞ୍ଚାଇ ପାରି ନଥିଲେ। ଉଡ଼ାଣ ଭରିବାର ମାତ୍ର ୫ ମିନିଟ ପରେ ସେସାନ ୧୮୦ ଏୟାରକ୍ରାଫ୍ଟ ବେଙ୍ଗାଲୁରୁ ନିକଟର ଗାନ୍ଧି କୃଷି ବିଜ୍ଞାନ କେନ୍ଦ୍ର କ୍ୟାମ୍ପସରେ କ୍ରାଶ କରିଥିଲା।

ମୃତ୍ୟୁର ୨ ଦଶନ୍ଧି ପରେ କାହିଁକି ଉଠିଛି ବିବାଦ?

ସୂର୍ଯ୍ୟବଂଶମ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁର ପ୍ରାୟ ୨ ଦଶନ୍ଧି ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭେଟରାନ ତେଲୁଗୁ ଅଭିନେତା ମୋହନ ବାବୁଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁର କାରଣ ଦୁର୍ଘଟଣା ନୁହେଁ ବରଂ ମୋହନ ବାବୁଙ୍କ ସହ ଜମି ବିବାଦ ଯୋଗୁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏନେଇ ଆନ୍ଧ୍ର ପ୍ରଦେଶର ଖାମ୍ମାମ ଜିଲ୍ଲା ପୁଲିସ ନିକଟରେ ଅଭିଯୋଗ ଦାଖଲଏ କରାଯାଇଛି।

ଅଭିଯୋଗକାରୀ ଚିତ୍ତିମାଲ୍ଲୁ ଅଭିଯୋଗ କରିଛନ୍ତି ଯେ ମୋହନ ବାବୁ ଶମଶାବାଦର ଗୋଟିଏ ଗାଁରେ ଥିବା ସମସ୍ତ ୬ ଏକର ଜମିକୁ ବିକ୍ରି କରିବା ପାଇଁ ସୌନ୍ଦର୍ଯ୍ୟା ଓ ତାଙ୍କ ଭାଇଙ୍କ ଉପରେ ଚାପ ପକାଉଥିଲେ। ହେଲେ ସୌନ୍ଦର୍ଯ୍ୟା ଓ ତାଙ୍କ ଭାଇ ଜମି ବିକ୍ରି କରିବାକୁ ରାଜି ହୋଇ ନଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତଥାକଥିତ ବିମାନ ଦୁର୍ଘଟଣାରେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପରେ ମୋହନ ବାବୁ ଉକ୍ତ ଜମିକୁ ବଳପୂର୍ବକ ନିଜ ଦଖଲକୁ ନେଇଥିଲେ ବୋଲି ସେ କହିଛନ୍ତି।

ଅଭିଯୋଗ ହୋଇଥିଲେ ହେଁ ଏଯାଏ କୌଣସି ଏଫଆଇଆର ରୁଜୁ ହୋଇନାହିଁ। ସେହିପରି ମୋହନ ବାବୁ ଓ ସୌନ୍ଦର୍ଯ୍ୟାଙ୍କ ସହ ଅଭିଯୋଗକାରୀଙ୍କ ସମ୍ପର୍କ କ’ଣ, ସେକଥା ବି ସ୍ପଷ୍ଟ ହୋଇନି। ଅଭିଯୋଗକାରୀ ଆନ୍ଧ୍ର ସରକାରଙ୍କୁ ମୋହନ ବାବୁଙ୍କ ଜମି ଦଖଲ କେଳେଙ୍କାରୀର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପାଇଁ ସେ ଖାମ୍ମାମ ଏସିପି ଓ ଜିଲ୍ଲା ଅଧିକାରୀଙ୍କୁ ପୁଲିସ୍‌ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଚିତ୍ତିମାଲ୍ଲୁ ନିଜ ଅଭିଯୋଗରେ ମୋହନ ବାବୁ ଓ ତାଙ୍କ ସାନ ପୁଅ ମାଞ୍ଚୁ ମନୋଜଙ୍କ ମଧ୍ୟରେ ଚାଲିଥିବା ସମ୍ପତ୍ତି ବିବାନ କଥା ବି ଉଲ୍ଲେଖ କରିଛନ୍ତି। ଗତବର୍ଷ ମାଞ୍ଚୁ ପରିବାରର ସମ୍ପତ୍ତି ବିବାଦ ତୀବ୍ର ହୋଇଥିଲା। ଏହାର ଖବର ପ୍ରସାରଣ କରୁଥିବା ଜଣେ ସାମ୍ବାଦିକମାନଙ୍କୁ ମୋହନ ବାବୁ ତାଙ୍କ ଘରେ ମାଡ଼ ମଧ୍ୟ ମାରିଥିଲେ। ଏବେ ସେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ଘଟଣାରେ ଫସିଛନ୍ତି।

୨୦୦୪ ମସିହା ଏପ୍ରିଲ ୧୭ର ଘଟଣାକ୍ରମ

୧- ସେସାନ ୧୮୦ ସ୍ୱତନ୍ତ୍ର ବିମାନ ଜାକ୍କୁର ଏୟାରଷ୍ଟ୍ରପିରୁ ଦିନ ୧୧.୦୫ରେ ଉଡ଼ାଣ ଭରିଥିଲା।

୨- ସେହି ସମୟରେ ସୌନ୍ଦର୍ଯ୍ୟା ଗର୍ଭବତୀ ଥିଲେ। ସେ ତାଙ୍କ ଭାଇ ଅମରନାଥ, ବିଜେପି ନେତା ରମେଶ କଦମ ଓ ପାଇଲଟ ଜୟ ଫିଲିପ୍ସଙ୍କ ସହ ଆନ୍ଧ୍ର ପ୍ରଦେଶରେ ଥିବା କରିମନଗରକୁ ଯାଉଥିଲେ।

୩- ବିଜେପି ପାଇଁ ୨୦୦୪ ସାଧାରଣ ନିର୍ବାଚନରେ ପ୍ରଚାର କରିବା ଉଦ୍ଦେଶ୍ୟରେ ସୌନ୍ଦର୍ଯ୍ୟା ସେଠାକୁ ଯାଉଥିଲେ।

୪- ବିମାନଟି ସିଧା ଯାଉଥିବା ବେଳେ ହଠାତ୍‌ ପଶ୍ଚିମକୁ ବୁଲି ଯାଇଥିଲା। ଏହାପରେ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟର ଗାନ୍ଧି କୃଷି ବିଜ୍ଞାନ କେନ୍ଦ୍ରର କ୍ୟାମ୍ପସରେ କ୍ରାଶ କରି ଯାଇଥିଲା।

୫- ୧୫୦ ଫୁଟ ଉପରେ ଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିଲା ଓ ସିଧା ସାମ୍ନା ପଟୁଆ ତଳେ ପିଟି ହୋଇ ଛିନଛତ୍ର ହୋଇଯାଇଥିଲା।

୬- ଘଟଣା ବେଳେ ଉକ୍ତ ସ୍ଥାନରେ ଦୁଇ ଜଣ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବିଏନ ଗଣପତି। ସେ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ହେଁ ତଳେ ପଡ଼ିବା ପୂର୍ବରୁ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିବା ଦେଖିଥିଲେ।

୭- ଘଟଣା ସମ୍ପର୍କରେ ଖବର ପାଇଁ କର୍ଣ୍ଣାଟକାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସିଏମ କ୍ରିଷ୍ଣା, ତତ୍କାଳୀନ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଅରୁଣ ଜେଟଲ ପ୍ରମୁଖ ଜାକ୍କୁରରେ ପହଞ୍ଚିଥିଲେ। ଦୁର୍ଘଟଣା ଦିନ ବିଜେପି ତା’ର ସମସ୍ତ ପ୍ରକାରର ସର୍ବସାଧାରଣ ସଭାକୁ ସୌନ୍ଦର୍ଯ୍ୟାଙ୍କ ପାଇଁ ବାତିଲ କରିଥିଲା।

୮- ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିଲେ।

୯- ଦକ୍ଷିଣ ଭାରତରେ ସୌନ୍ଦର୍ଯ୍ୟା ବିଜେପି ପାଇଁ ଲୋକଙ୍କୁ ଏକାଠି କରିବା କାମ କରୁଥିଲେ। ସେ ୨୦୦୩ରେ ସପ୍ଟୱେୟାର ଇଞ୍ଜିନିୟର ଶ୍ରୀଧରଙ୍କୁ ବିବାହ କରିଥିଲେ।

୧୦- ଦୀର୍ଘ ୨୧ ବର୍ଷ ପରେ ଏବେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି।

Telugu Actress Actress Soundarya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe