Advertisment

ହ୍ରିତିକ୍‌-ସବାଙ୍କ ପଡ଼ିବ ହାତଗଣ୍ଠି! ପ୍ରସ୍ତୁତି ଆରମ୍ଭ

ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସବାଙ୍କ ସହ ସାତ ଫେରା ନେବେ ହ୍ରିତିକ!

author-image
Madhupriya Mistry
Hrithik Roshan and Saba Azad

Hrithik Roshan and Saba Azad

ପୁଣି ବାଜିବ ଶାହାନାଇ। ପଡିବ ହାତଗଣ୍ଠି। ବର ବେଶରେ ପୁଣି ନଜର ଆସିବେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋସନ୍। ସେ ତାଙ୍କ ରୁମର୍ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ଧରିବେ ହାତ। ଏ କଥା ଆମେ କହୁନି ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଜଣାପଡିଛି। 

Advertisment

ବିବାହ କରିବେ ହ୍ରିତିକ ଓ ସବା। ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଦୁଇ ଲଭ୍ ବାର୍ଡ ସାତ ଫେରା ନେବେ। ଏନେଇ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି। ସୋଶାଲ ମିଡିଆରେ ଏହି ଖବର ଏବେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଅଫିସିଆଲି ରୁପେ ଏନେଇ କୌଣସି ଘୋଷଣା ହୋଇନାହିଁ। 

ଗତବର୍ଷ ଉଭୟ ବିବାହ କରିବାକୁ ଯାଉଥିବା ନେଇ ଖବର ଆସିଥିଲା। ହ୍ରିତିକ ଓ ସବା ଚଳିତ ବର୍ଷ ସିକ୍ରେଟ୍ ରୂପେ ବିବାହ କରିପାରନ୍ତି ବୋଲି କୁହାଯାଉଥିଲା। ଏହି ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ସାମିଲ ହେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। 

Advertisment

ସୂଚନା ମୁତାବକ, ଛାଡପତ୍ର ପରେ ହ୍ରିତିକି ଏକୁଟିଆ ଥିଲେ। ତାଙ୍କ ନାଁ ଏହାପୂର୍ବରୁ ଅଭିନେତ୍ରୀ କଙ୍ଗନାଙ୍କ ସହ ଯୋଡି ହୋଇଥିଲା। ତେବେ ବହୁ ବିବାଦ ପରେ ଏ ଦୁହେଁ ଅଲଗା ହୋଇଥିଲେ। ପରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ସବା ଆଜାଦ। ବେଶ୍ କିଛି ଦିନ ସିକ୍ରେଟ୍ ରୂପେ ଉଭୟ ପରସ୍ପରକୁ ଡେଟ୍ କରିବା ପରେ ଏବେ ପୂରା ଖୋଲାଖୋଲି ଭାବେ ମିଡିଆ ଆଗରେ ପୋଜ ଦେଉଛନ୍ତି ଏପରିକି କିସ୍ ମଧ୍ୟ କରୁଛନ୍ତି। ସବାଙ୍କୁ ହ୍ରିତିକଙ୍କ ଘର ଲୋକେ ମଧ୍ୟ ପସନ୍ଦ କରୁଛନ୍ତି। ଏପରିକି ହ୍ରିତିକଙ୍କ ଦୁଇ ପୁଧ୍ମଧ୍ୟ ସବାଙ୍କୁ ଗ୍ରହଣ କରିସାରିଛନ୍ତି।

Saba Azad Hrithik Roshan Bollywood Bollywood News