Advertisment

CISF କନଷ୍ଟେବଳ ଚାପୁଡ଼ା ମାରିବା ଘଟଣା; କଙ୍ଗନାଙ୍କ ସମର୍ଥନରେ ହ୍ରିତିକ ରୋଶନ

ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନା ରାଣାୱତଙ୍କୁ ଜଣେ ମହିଳା କନଷ୍ଟେବଳ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Kangana Ranaut, Hrithik Roshan

Kangana Ranaut, Hrithik Roshan

Advertisment

ଅଭିନେତ୍ରୀ ତଥା ରାଜନେତ୍ରୀ କଙ୍ଗନା ରାଣାୱାତଙ୍କୁ ଜଣେ ମହିଳା କନଷ୍ଟେବଳ(ନିଲମ୍ବିତ) ମାଡ଼ ମାରିବାକୁ ନେଇ ବଲିଉଡ ଦୁଇ ଭାଗ ହୋଇ ଯାଇଥିବା କୁହାଯାଉଛି। ଗାୟକ ତଥା କମ୍ପୋଜର ବିଶାଲ ଦଦଲାନି ନିଲମ୍ବିତ କନଷ୍ଟେବଳଙ୍କୁ ଚାକିରି ଯାଚିଛନ୍ତି। ଅନ୍ୟପଟେ ହ୍ରିତକ ରୋଶନଙ୍କ ସମେତ ବହୁ ବିଶିଷ୍ଟ ବଲିଉଡ କଳାକାର କଙ୍ଗନାଙ୍କ ସମର୍ଥନରେ ବାହାରିଛନ୍ତି।

Advertisment

ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଙ୍ଗନା ମଣ୍ଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପର ଦିନ ସେ ଚଣ୍ଡିଗଡ଼ ବିମାନବନ୍ଦରରୁ ଦିଲ୍ଲୀ ଯାଉଥିବା ସମୟରେ ଜଣେ ସିଆଇଏସଏଫ ମହିଳା କନଷ୍ଟେବଳ ତାଙ୍କୁ ଚାପୁଡ଼ା ମାରିଥିବା ସେ ଅଭିଯୋଗ କରିଥିଲେ।

ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଅନୁପମ ଖେର, ମିକା ସିଂହ, ରବିନା ଟଣ୍ଡନ ଏବଂ ଶେଖର ସୁମନଙ୍କ ସମେତ ଅନେକ କଳାକାର ଏହି ଘଟଣାକୁ ନିନ୍ଦା କରିଥିଲେ।

Advertisment

ସାମ୍ବାଦିକ ଫାଏ ଡି'ସୋଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଘଟଣାକୁ ନିନ୍ଦା କରିବା ସହ ସେ କହିଛନ୍ତି, ହିଂସା କେବେ ହେଲେ କୌଣସି ଘଟଣାର ଜବାବ ହୋଇପାରେନା। ବିଶେଷକରି ଆମ ଦେଶରେ ନୁହେଁ, ଯାହା ଗାନ୍ଧିଜୀଙ୍କ ଅହିଂସା ଆଦର୍ଶରୁ ଜନ୍ମ ନେଇଛି। କାହାର ମତାମତ ତଥା ବିବୃତ୍ତିରେ ଆମେ ଯେତେ ସହମତ ନଥିଲେ ବି ପ୍ରତିକ୍ରିୟା ସ୍ୱରୂପ ହିଂସା ଘଟାଇ ପାରିବାନି। ଏପରି ଘଟଣାକୁ ସହ୍ୟ କରିବା ବି ଉଚିତ୍ ନୁହେଁ।" 

ସାମ୍ବାଦିକ ଡି'ସୋଜା ଆହୁରି କହିଛନ୍ତି ଯେ, ଯେତେବେଳେ ୟୁନିଫର୍ମରେ ଥାଇ ସୁରକ୍ଷା କର୍ମୀମାନେ ହିଂସାକାଣ୍ଡ ଘଟାନ୍ତି, ସେତେବେଳେ ଏହା ଆହୁରି ବିପଜ୍ଜନକ ହୋଇଯାଏ।

ଏହି ପୋଷ୍ଟକୁ ହ୍ରିତିକ ରୋଶନଙ୍କ ସମେତ ଆଲିଆ ଭଟ୍ଟ, ଅର୍ଜୁନ କପୁର, ସୋନାକ୍ଷୀ ସିହ୍ନା, ଜୋୟା ଅଖତର ଏବଂ ସୋନି ରଜଦାନ ଲାଇକ୍ କରିଛନ୍ତି। 

Kangana Ranaut Hrithik Roshan Kangana Ranaut Slap Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe