ଆଖି ବୁଜିଲେ ହ୍ରିତିକ ରୋଶନଙ୍କ ଆଇ

ମୁମ୍ବାଇ: ବଲିଉଡରୁ ପୁଣି ଆସିଲା ଦୁଃଖଦ ଖବର। ଚାଲିଗଲେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କ ଆଇ। ୯୧ ବର୍ଷ ବୟସରେ ହ୍ରିତିକଙ୍କ ଆଇ ପଦ୍ମା ରାଣୀ ଓମପ୍ରକାଶଙ୍କ ଦେହାନ୍ତ ହୋଇଛି। ଗୁରୁବାର ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପଦ୍ମା ରାଣୀ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଏନେଇ ହ୍ରିତିକଙ୍କ ବାପା ରାକେଶ ରୋଶନ ସୂଚନା ଦେଇଛନ୍ତି।

ପଦ୍ମା ରାଣୀ ଓମପ୍ରକାଶ ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଥିଲେ। ବୟସ ସମନ୍ଧୀୟ ସମସ୍ୟା ଯୋଗୁ ତାଙ୍କ ଦେହାନ୍ତ ହୋଇଛି। ହ୍ରିତିକଙ୍କ ଆଇ ପଦ୍ମା ରାଣୀ ବଲିଉଡର ଫେସମ ଫିଲ୍ମ ମେକର ଜେ ଓମ୍‌ ପ୍ରକାଶଙ୍କ ସ୍ତ୍ରୀ। ୨୦୧୯ ଅଗଷ୍ଟ ୭ ତାରିଖରେ ଜେ ଓମ୍‌ ପ୍ରକାଶଙ୍କ ଦେହାନ୍ତ ହୋଇଥିଲା। ସେ ହ୍ରିତିକଙ୍କ ମା’ ପିଙ୍କି ରୋଶନଙ୍କ ବାପା ଥିଲେ।

A mountain of sorrow broke on the Roshan family, Hrithik's maternal grandmother Padma Rani died at the age of 91 | India Rag

ପଦ୍ମାରାଣୀ ଓମ୍‌ ପ୍ରକାଶ ଗତ ୨ ବର୍ଷ ହେଲା ରୋଶନ ପରିବାର ସହ ମିଶି ରହୁଥିଲେ। ପ୍ରାୟତଃ ସୋଶାଲ ମିଡିଆରେ ପିଙ୍କି ରୋଶନ ନିଜ ମା’ଙ୍କ ଫଟୋ ଶେୟାର କରନ୍ତି। ପିଙ୍କି ତାଙ୍କ ଯତ୍ନ ନେଉଥିଲେ। ହ୍ରିତିକ୍ ଓ ତାଙ୍କ ଭଉଣୀ ଅଜା-ଆଇଙ୍କର ଅତି ନିକଟତର ଥିଲେ।

ଉଲ୍ଲେଖ ଯୋଗ୍ୟ, ଜେ ଓମ୍ ପ୍ରକାଶ ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଆପ୍ କି କସମ’ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ। ଏହା ପରେ ସେ ‘ଅପନା ବନା ଲୋ’, ‘ଅପନାପନ୍’, ‘ଆଶା’, ‘ଆଦମି ଖିଲୋନା ହୈ’ ଫିଲ୍ମ ତିଆରି କରି ଅନେକ ସଫଳତା ହାସଲ କରିଥିଲେ। ପରେ ୯୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Hrithik Roshan's Grandmother Padma Rani Omprakash Passes Away Aged 91

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।