Advertisment

ହ୍ରିତିକ୍‌ କହିଲେ-'ବାଇସେପ୍‌ କି ଜୟ'

ମୁମ୍ବାଇ: ବଲିଉଡର ଗ୍ରୀକ୍‌ ଗଡ୍‌ ହ୍ରିତିକ୍‌ ରୋଶନ୍‌। ତାଙ୍କର ଡ୍ୟାନ୍ସ ଏବଂ ବଡି ଫିଟ୍‌ନେସ୍‌ ଲକ୍ଷ ଲକ୍ଷ ଫ୍ୟାନ୍ସକୁ କରେ ଦିୱାନା। ଆକ୍ସନ ଫିଲ୍ମ ହେଉ ଅବା ରୋମାଣ୍ଟିକ୍‌ ସବୁଥିରେ ସେ ମାହିର। ଫିଲ୍ମର ସ୍କ୍ରିପ୍ଟ ଅନୁସାରେ ନିଜକୁ ଫିଟ୍‌ କରନ୍ତି ହ୍ରିତିକ। କେତେବେଳେ ମୋଟା ହୋଇଯା’ନ୍ତି ତ ଆଉ କେତେବେଳେ ପତଳା। ସେହିପରି ଆଉ କେତେବେଳେ ଦେଖାଇଥାନ୍ତି ତାଙ୍କର ସିକ୍ସ ପ୍ୟାକ୍‌ ଆବ୍ସ। ଏବେ ପୁଣି ସିକ୍ସ ପ୍ୟାକ୍‌ ଆବ୍ସରେ ନଜର ଆସିଛନ୍ତି ହ୍ୟାଣ୍ଡସମ୍‌ ହଙ୍କ […]

author-image
Madhupriya Mistry
ହ୍ରିତିକ୍‌ କହିଲେ-'ବାଇସେପ୍‌ କି ଜୟ'

hrithik-roshan

ମୁମ୍ବାଇ: ବଲିଉଡର ଗ୍ରୀକ୍‌ ଗଡ୍‌ ହ୍ରିତିକ୍‌ ରୋଶନ୍‌। ତାଙ୍କର ଡ୍ୟାନ୍ସ ଏବଂ ବଡି ଫିଟ୍‌ନେସ୍‌ ଲକ୍ଷ ଲକ୍ଷ ଫ୍ୟାନ୍ସକୁ କରେ ଦିୱାନା। ଆକ୍ସନ ଫିଲ୍ମ ହେଉ ଅବା ରୋମାଣ୍ଟିକ୍‌ ସବୁଥିରେ ସେ ମାହିର। ଫିଲ୍ମର ସ୍କ୍ରିପ୍ଟ ଅନୁସାରେ ନିଜକୁ ଫିଟ୍‌ କରନ୍ତି ହ୍ରିତିକ। କେତେବେଳେ ମୋଟା ହୋଇଯା'ନ୍ତି ତ ଆଉ କେତେବେଳେ ପତଳା। ସେହିପରି ଆଉ କେତେବେଳେ ଦେଖାଇଥାନ୍ତି ତାଙ୍କର ସିକ୍ସ ପ୍ୟାକ୍‌ ଆବ୍ସ।

Advertisment

ଏବେ ପୁଣି ସିକ୍ସ ପ୍ୟାକ୍‌ ଆବ୍ସରେ ନଜର ଆସିଛନ୍ତି ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ। ସାମ୍ନାକୁ ଆସିଛି ତାଙ୍କର ଏକ ଦମ୍‌ଦାରା ଫଟୋ। ଏହି ଫଟୋରେ ହ୍ରିତିକ ଦେଖାଇଛନ୍ତି ତାଙ୍କ ମସ୍କୁଲାର ବାଇସେପ୍‌। ଇନ୍‌ଷ୍ଟାଗ୍ରାମରେ ନିଜେ ହ୍ରିତିକ ତାଙ୍କର ଏହି ଫଟୋକୁ ଶେଆର କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି 'ବଲିଉଡ ବାଇସେପ୍‌ କି ଜୟ'।

ହ୍ରିତିକଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହ୍ରିତିକ୍‌ଙ୍କ ବିଡ ବାଇସେପ୍‌ ସମସ୍ତଙ୍କୁ ଚକିତ କରିଦେଇଛି। ଶତାଧିକ ଫ୍ୟାନ୍ସ ତାଙ୍କର ଏହି ଫଟୋରେ ଜୋରଦାର କମେଣ୍ଟ କରିଛନ୍ତି। ପତ୍ନୀ ସୁଜେନ ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅଭିନେତା ଟାଇଗର ସ୍ରଫ କମେଣ୍ଟ କରି ତାଙ୍କ ପ୍ରଶଂସା କରିଛନ୍ତି।

Advertisment

ପ୍ରକୃତରେ ହ୍ରିତିକଙ୍କ ଏହି ବେଇସେପ୍‌ ପଛରେ ରହିଛି ତାଙ୍କ ଅପ୍‌କମିଂ ଫିଲ୍ମ 'ଫାଇଟର'। ଏହି ଆକ୍ସନ ଫିଲ୍ମ ପାଇଁ ସେ ଜିମ୍‌ରେ ବୁହାଉଛନ୍ତି ଝାଳ। ଘଣ୍ଟା ଘଣ୍ଟା ଧରି କରିଛନ୍ତି ପରିଶ୍ରମ। ନିଜ ବଡିକୁ ସେପ୍‌ ଦେବା ପାଇଁ ଲାଗିପଡିଛନ୍ତି ହ୍ରିତିକ୍‌। ଏବେ ମସ୍‌କୁଲାର ବାଇସେପ୍‌ ସାଙ୍ଗକୁ ସିକ୍ସ ପ୍ୟାକ୍‌ ଆବ୍ସ କରି ସେ ସମସ୍ତଙ୍କୁ ସର୍‌ପ୍ରାଇଜ୍‌ ଦେଇଛନ୍ତି।

ଏହାପୂର୍ବରୁ ମଧ୍ୟ ହ୍ରିତିକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ କିଛି ଫଟୋ ଶେଆର କରିଥିଲେ। ଏହାକୁ ଶେଆର କରି ସେ ଲେଖିଥିଲେ, 'ରେଡ୍ଡି ଫର୍‌ ଆକ୍ସନ। ଆଗକୁ ବଢ଼ନ୍ତୁ ଆଉ ମୋତେ ପଞ୍ଚ୍‌ ମାରନ୍ତୁ।'

ସୂଚନା ମୁତାବକ ଫିଲ୍ମ 'ଫାଇଟର୍‌'ରେ ହ୍ରିତିକ୍‌ ଲିଡ୍‌ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ପ୍ରଥମ କରି ନଜର ଆସିବେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ୍‌। ଏହି ଫିଲ୍ମରେ ଉଭୟଙ୍କୁ ପ୍ରଥମ କରି ଏକାଠି ଦେଖିବାକୁ ମିଳିବ। ୨୦୨୩ ଗଣତନ୍ତ୍ର ଦିବସରେ ଫିଲ୍ମଟି ପରଦାକୁ ଆସିବ।

Bollywood