Advertisment

ରାଜୁ ଶ୍ରୀବାସ୍ତବ ବଞ୍ଚିଛନ୍ତି, ଭୁଲ ଖବର ପ୍ରଚାର କରନ୍ତୁନି: କୈଳାଶ ଖେର

ମୁମ୍ବାଇ: ପ୍ରଖ୍ୟା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଆରୋଗ୍ୟ କାମନା କରି ମହାମୃତ୍ୟୁଞ୍ଜୟ ପାଠ କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ କୈଳାଶ ଖେର। ହୃଦ୍‌ଘାତର ଶିକାର ହୋଇ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ରାଜୁଙ୍କ ଫ୍ୟାନ ତଥା ଅନେକ ଲୋକ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏହି ପରିପେକ୍ଷୀରେ କୈଳାଶ ଖେର ଟ୍ୱିଟ୍‌ ମାଧ୍ୟମରେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାର ପାଇଁ ଲୋକଙ୍କୁ ପ୍ରାର୍ଥନା କରିଛନ୍ତି। […]

ଅଦ୍ୟତନ ହୋଇଛି
ରାଜୁ ଶ୍ରୀବାସ୍ତବ ବଞ୍ଚିଛନ୍ତି, ଭୁଲ ଖବର ପ୍ରଚାର କରନ୍ତୁନି: କୈଳାଶ ଖେର

kailash-kher

Advertisment

ମୁମ୍ବାଇ: ପ୍ରଖ୍ୟା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଆରୋଗ୍ୟ କାମନା କରି ମହାମୃତ୍ୟୁଞ୍ଜୟ ପାଠ କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ କୈଳାଶ ଖେର। ହୃଦ୍‌ଘାତର ଶିକାର ହୋଇ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ରାଜୁଙ୍କ ଫ୍ୟାନ ତଥା ଅନେକ ଲୋକ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏହି ପରିପେକ୍ଷୀରେ କୈଳାଶ ଖେର ଟ୍ୱିଟ୍‌ ମାଧ୍ୟମରେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାର ପାଇଁ ଲୋକଙ୍କୁ ପ୍ରାର୍ଥନା କରିଛନ୍ତି।  ସେହିପରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି।

Advertisment

https://twitter.com/Kailashkher/status/1558478500826206209?s=20&t=uHeB_1m_50khPFrpTMTouw

ଏନେଇ କୈଳାଶ ଖେର ନିଜ ଇନ୍‌ଷ୍ଟା ତଥା ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ‘ନମସ୍କାର, ମୁଁ କୈଳାଶ ଖେର। ମୁଁ ଭାରତ ସମେତ ସାରା ବିଶ୍ୱକୁ ଅନୁରୋଧ କରୁଛି କି, ରାଜୁ ଶ୍ରୀବାସ୍ତବ ଆମ ପରିବାରର ବଡ଼ଭାଇ ସଦୃଶ୍ୟ। ଏବେ ତାଙ୍କ ଉପରେ  ବିପଦ ପଡ଼ିଛି । ଯେଉଁ କାରଣରୁ ସେ ଏବେ ହସ୍ପିଟାଲ୍‌ରେ ଆଡ୍‌ମିଟ ଅଛନ୍ତି। ହେଲେ ଅନେକ ଲୋକେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରୁଛନ୍ତି । ତାଙ୍କର ନିଧନ ହୋଇଯାଇଥିବା ମିଥ୍ୟା ଖବର ପ୍ରଚାର କରୁଛନ୍ତି । ଏଭଳି ମିଛ ଖବର ପ୍ରଚାର ନକରିବାକୁ ଅନୁରୋଧ କରୁଛି। ଏହି ସବୁ ଗୁଜବ ପ୍ରଚାର ନ କରି ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। କାରଣ ପ୍ରାଥର୍ନାରେ ବହୁତ ଶକ୍ତି ଅଛି। ଆମେ ୨୧ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ରର ପାଠର ଆୟୋଜନ କରିଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe