'ହମ୍‌ ଦୋ ହମାରେ ବାରା': ଫିଲ୍ମର ପୋଷ୍ଟରକୁ ନେଇ ବିବାଦ

ମୁମ୍ବାଇ: ରିଲିଜ ପୂର୍ବରୁ ଅଡୁଆ ଫିଲ୍ମ ‘ହମ୍‌ ଦୋ ହମାରେ ବାରା’। ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ। ଏହି ଫିଲ୍ମର କାହାଣୀ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ସହିତ ଜଡିତ ବୋଲି କୁହାଯାଉଛି। ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶାକ ସଂଖ୍ୟା ଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିଥିବା ଅଭିଯୋଗ ଉଠିଛି। ସାମ୍ନାକୁ ଆସିଥିବା ପୋଷ୍ଟରରେ ଜଣେ ମୁସଲମାନ ମହିଳା ବୁର୍ଖା ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ କୋଳରେ ଏକ ଛୋଟ ପିଲା ଅଛି ଏବଂ ସେ ଗର୍ଭବତୀ […]

Hum-do-hamare-baarah

Madhupriya Mistry
  • Published: Monday, 08 August 2022
  • , Updated: 08 August 2022, 04:34 PM IST

ମୁମ୍ବାଇ: ରିଲିଜ ପୂର୍ବରୁ ଅଡୁଆ ଫିଲ୍ମ 'ହମ୍‌ ଦୋ ହମାରେ ବାରା'। ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ। ଏହି ଫିଲ୍ମର କାହାଣୀ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ସହିତ ଜଡିତ ବୋଲି କୁହାଯାଉଛି। ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶାକ ସଂଖ୍ୟା ଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିଥିବା ଅଭିଯୋଗ ଉଠିଛି।

ସାମ୍ନାକୁ ଆସିଥିବା ପୋଷ୍ଟରରେ ଜଣେ ମୁସଲମାନ ମହିଳା ବୁର୍ଖା ପିନ୍ଧିଥିବାର ନଜର ଆସିଛନ୍ତି। ତାଙ୍କ କୋଳରେ ଏକ ଛୋଟ ପିଲା ଅଛି ଏବଂ ସେ ଗର୍ଭବତୀ ମଧ୍ୟ ଅଛନ୍ତି। ଟୋପି ପିନ୍ଧିଥିବା ବ୍ୟକ୍ତିଙ୍କୁ ପୋଷ୍ଟରରେ ଦେଖିବାକୁ ମିଳେ। ଫିଲ୍ମର ନାମ 'ହମ୍ ଦୋ ହାମାରେ ବାରା' ସହିତ ପୋଷ୍ଟରରେ ବଡ ଅକ୍ଷରରେ 'ଖୁବ୍ ଶୀଘ୍ର ଚୀନ୍କୁ ପଛରେ ପାକାଇଦେବୁ' ଲେଖାଯାଇଛି। ଯଦି ପୋଷ୍ଟରକୁ ଭଲଭାବେ ଦେଖନ୍ତି, ତେବେ ଏଥିରେ ଗୋଟିଏ ସମ୍ପ୍ରଦାୟକୁ ଦେଖାଯାଇଛି, ସେମାନଙ୍କୁ ଦେଶର ଜନସଂଖ୍ୟା ବୃଦ୍ଧି ହେବାର କାରଣ ବୋଲି କୁହାଯାଇଛି।

ପୋଷ୍ଟର ସାମ୍ନାକୁ ଆସିବା ପରେ ଅନେକ ଲୋକେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଫିଲ୍ମ ନିର୍ଦ୍ଦେଶକଙ୍କୁ ଏହି ଫିଲ୍ମ ତିଆରି କରିବା ପଛର କା'ଣ ବୋଲି ପ୍ରଶ୍ନ କରିଛନ୍ତି। ସୋଶାଲ ମିଡିଆରେ ମଧ୍ୟ ଏହି ଫିଲ୍ମକୁ ନେଇ ଲୋକେ ନିଜ କ୍ରୋଧ ବ୍ୟକ୍ତି କରିଛନ୍ତି। ସେପଟେ ବିବାଦ ବଢ଼ିବା ପରେ ଫିଲ୍ମର ପୋଷ୍ଟରକୁ ନେଇ ସଫେଇ ରଖିଛନ୍ତି ନିର୍ଦ୍ଦେଶକ କମଲ ଚାନ୍ଦ ଓ ଅଭିନେତା ଅନୁ କପୁର।

ଇଟାଇମ୍ସକୁ ଦେଇଥିବା ସାକ୍ଷାତକାର୍‌ରେ ନିର୍ଦ୍ଦେଶକ କହିଛନ୍ତି, ' ଆମର ଫିଲ୍ମ 'ହମ୍ ଦୋ ହାମାରେ ବାରା'ର ପୋଷ୍ଟର ଆଦୌ ବିବାଦୀୟ ନୁହେଁ। ଏହାକୁ ସଠିକ୍ ଦୃଷ୍ଟିକୋଣ ସହିତ ଦେଖିବା ଉଚିତ୍। ବିଶ୍ୱାସ କରନ୍ତୁ, ଏହି ଚଳଚ୍ଚିତ୍ର ମାଧ୍ୟମରେ ଆମେ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରୁନାହୁଁ। ମୁଁ ନିଶ୍ଚିତ ଯେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିର୍ମିତ ଏହି ଫିଲ୍ମ ଦେଖି ଲୋକମାନେ ଖୁସି ହେବେ। ଏହି ଚଳଚ୍ଚିତ୍ର ଜନସଂଖ୍ୟା ବୃଦ୍ଧି ପ୍ରସଙ୍ଗ ଉପରେ ଆଧାରିତ। ଏହି ଫିଲ୍ମ ମାଧ୍ୟମରେ ଆମେ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନୁ କିମ୍ବା ଏହି ଫିଲ୍ମରେ ଆମେ କାହା ପ୍ରତି ପକ୍ଷପାତ କରିନୁ। ଜନସଂଖ୍ୟା ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ଆମ ଦେଶକୁ ନଷ୍ଟ କରୁଛି | ଯଦି ଆମେ ଏ ବିଷୟରେ ଚିନ୍ତା ନକରିବା, ତେବେ ଦେଶ ସେହି ଅନୁସାରେ ଅଗ୍ରଗତି କରିପାରିବ ନାହିଁ। ଲୋକମାନଙ୍କୁ ମୋର ଆବେଦନ ହେଉଛି ଫିଲ୍ମ ଏବଂ ପୋଷ୍ଟରକୁ ଭଲ ଦୃଷ୍ଟିରେ ଦେଖନ୍ତି ବିବାଦ ସୃଷ୍ଟି କରନ୍ତୁ ନାହିଁ।'

ସେପଟେ ଅଭିନେତା ଅନୁ କପୁର ମଧ୍ୟ ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦରେ ସଫେଇ ରଖିଛନ୍ତି। ସେ କହିଛନ୍ତି, 'ବହିର କଭର ପେଜ୍‌କୁ ଦେଖି ବହି ଭିତରେ କ'ଣ ଲେଖା ଅଛି ତାହା ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରଥମେ ଫିଲ୍ମ ଦେଖନ୍ତୁ ତା'ପରେ ନିର୍ମାତାମାନେ ଏହି ଫିଲ୍ମ ମାଧ୍ୟମରେ କ’ଣ ତିଆରି କରିବାକୁ ଏବଂ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛନ୍ତି ତାହା ବୁଝିବାକୁ ଚେଷ୍ଟା କରନ୍ତୁ।'

କମଲ ଚାନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି 'ହମ୍‌ ଦୋ ହମାରେ ବାରା' ଫିଲ୍ମର ଲିଡ୍‌ ରୋଲରେ ଅନୁ କପୁର ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ମନୋଜ ଯୋଶୀ, ଅଶ୍ୱିନୀ କଲସେକର୍‌ ଅଛନ୍ତି।

https://twitter.com/annukapoor_/status/1555521990081261569?s=20&t=GamtMm2eNQXPWNAt2hEzHg

Related story