Advertisment

୨୩ ଯାଏଁ ପୁଲିସ ହେପାଜତରେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ବଢ଼ିଲା ଅଡୁଆ। ଆସନ୍ତା ୨୩ ତାରିଖ ଯାଏଁ କୋର୍ଟ ତାଙ୍କୁ ପୁଲିଜ ହେପାଜତକୁ ପଠାଇ ଦେଇଛନ୍ତି। ସୂଚନା ମୁତାବକ ସୋମବାର ଗିରଫ ପରେ ଆଜି ମୁମ୍ବାଇ ପୁଲିସ କ୍ରାଇମବ୍ରାଂଚ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ ପୁଲିସ ରାଜ କୁନ୍ଦ୍ରାଙ୍କୁ ଅଧିକରୁ ଅଧିକ ଦିନ ପାଇଁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା। ଏଥିସହ ରାଜଙ୍କ କମ୍ପାନର ଭିଆନ୍‌ର ଆକାଉଣ୍ଟରେ ଅନେକ […]

ଅଦ୍ୟତନ ହୋଇଛି
୨୩ ଯାଏଁ ପୁଲିସ ହେପାଜତରେ ଶିଳ୍ପାଙ୍କ ସ୍ୱାମୀ

shilpa raj kundra

Advertisment

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ବଢ଼ିଲା ଅଡୁଆ। ଆସନ୍ତା ୨୩ ତାରିଖ ଯାଏଁ କୋର୍ଟ ତାଙ୍କୁ ପୁଲିଜ ହେପାଜତକୁ ପଠାଇ ଦେଇଛନ୍ତି।

Advertisment

ସୂଚନା ମୁତାବକ ସୋମବାର ଗିରଫ ପରେ ଆଜି ମୁମ୍ବାଇ ପୁଲିସ କ୍ରାଇମବ୍ରାଂଚ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ ପୁଲିସ ରାଜ କୁନ୍ଦ୍ରାଙ୍କୁ ଅଧିକରୁ ଅଧିକ ଦିନ ପାଇଁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା। ଏଥିସହ ରାଜଙ୍କ କମ୍ପାନର ଭିଆନ୍‌ର ଆକାଉଣ୍ଟରେ ଅନେକ ବିଦେଶ ମୁଦ୍ରା ଥିବା କହିଥିଲା।

ଏଥିପାଇଁ ଏହି ମାମଲାର ପୁରା ଯାଂଚ ହେବା ଉଚିତ ଏବଂ ରାଜଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ସହ ଜେଲରେ ରଖାଯିବା ଉଚିତ ବୋଲି ପୁଲିସ କହିଥିଲା। ତେବେ କୋର୍ଟ ରାଜଙ୍କୁ ଆସନ୍ତା ଜୁଲାଇ ୨୩ ତାରିଖ ଯାଏଁ ପୁଲିସ ହେପାଜତକୁ ପଠାଇଛନ୍ତି।

Advertisment

ରାଜଙ୍କ ସମେତ ତାଙ୍କ ସାଥୀ ତଥା ତାଙ୍କ ଆଇଟି ହେଡ୍ ରିଆନ୍ ଜନ୍ ଥର୍ପାଙ୍କୁ ମଧ୍ୟ ୨୩ ଜୁଲାଇ ଯାଏଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି । ସେପଟେ ଏହି ମାମଲାରେ କ୍ରାଇମ ବ୍ରାଂଚ ରାଜଙ୍କ ମୋବାଇଲକୁ ଜବତ କରି ଫରେନ୍‌ସିକ୍ ଯାଂଚ ପାଇଁ ପଠାଇଛି।

ବଲିଉଡ ଅଭିନେତ୍ରୀଙ୍କ ଶିଲ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଭାରତୀୟ ସାଇବର ଆଇନରୁ ବର୍ତ୍ତିବା ଲାଗି ବିଦେଶରେ କମ୍ପାନୀ ରେଜିଷ୍ଟ୍ରେସନ କରିଥିଲେ। ଏହି କମ୍ପାନୀର ନାମ ‘କେନରିନ୍‌’ ରଖିଥିଲେ। କେନରିନକୁ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ତାଙ୍କ ଭାଇ ମିସି ସ୍ଥାପନା କରିଥିଲେ। ଏଥିଲାଗି ଲାଗି ଭିଡିଓ କ୍ଲିପ୍ ଭାରତରେ ସୁଟିଂ ହୋଇ ‘ବି- ଟ୍ରାନ୍ସଫର’ ମାଧ୍ୟମରେ ପଠାଯାଉଥିଲା। ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରାର ପ୍ରାୟ ୧୦ କୋଟି ଟଙ୍କା ନିବେଶ ଥିବା ଜଣାପଡିଛି।

ପୁଲିସ ପର୍ଣ୍ଣ ଫିଲ୍ମ କେସ୍‌ରେ ଏପର୍ଯ୍ୟନ୍ତ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଲାଣି। ଏଥିରେ ରିଆନ, ୟାସମିନ୍‌, ପ୍ରତିଭା ନାଲାୱଡେ, ମୋନୁ ଜୋଶୀ, ଭାନୁ ସୂର୍ଯ୍ୟମ ଠାକୁର, ମୋହମ୍ମଦ ସୈଫ, ବନ୍ଦନା ତିୱାରୀ ଓରଫ ଗେହନା ୱଶିଷ୍ଟ, ଉମେଶ କାମତ, ଦୀପଙ୍କ. ତନବୀର ହାଶମି ପ୍ରମୁଖ ନାଁ ସାମିଲ ଅଛି।

https://twitter.com/ANI/status/1417395256442580992?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe