Advertisment

‘ଓଟିଟିରେ ବୋଲ୍ଡ ଦୃଶ୍ୟ ଦେଖାଇବାରେ ଅସୁବିଧା କ’ଣ ?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ୧୮ ବର୍ଷ ଗାଡି ଚଳାଇବା ପାଇଁ ଅନୁମତି ଅଛି। ବିବାହ କରିବା ପାଇଁ, ଭୋଟ ଦେବା, ମଦ ପିଇବା ପାଇଁ ଅନୁମତି ଅଛି। ତେବେ ଓଟିଟିରେ ଟିକେ ବୋଲ୍ଡ କଣ୍ଟେଟ ଦେଖିଦେଲେ କ’ଣ ଅସୁବିଧା ରହିଛି। ଆଜି ଏଭିଳ କିଛି ପ୍ରଶ୍ନ କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ଓଟିଭି ଫୋରସାଇଟ-୨୦୨୧ରେ ଯୋଗ ଦେଇ ଅଭିନେତ୍ରୀ ସ୍ୱରା ଭାସ୍କର ଡିଜିଟାଲ ପ୍ଲାଟଫର୍ମକୁ ନେଇ ସ୍ୱର ଉଠାଇଛନ୍ତି। ସେ କହିଛନ୍ତି, ମୁଁ ଚଳଚ୍ଚିତ୍ରରେ ସେନ୍ସରର […]

author-image
Madhupriya Mistry
ଅଦ୍ୟତନ ହୋଇଛି
‘ଓଟିଟିରେ ବୋଲ୍ଡ ଦୃଶ୍ୟ ଦେଖାଇବାରେ ଅସୁବିଧା କ’ଣ ?’

Swara-Bhaskar

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ୧୮ ବର୍ଷ ଗାଡି ଚଳାଇବା ପାଇଁ ଅନୁମତି ଅଛି। ବିବାହ କରିବା ପାଇଁ, ଭୋଟ ଦେବା, ମଦ ପିଇବା ପାଇଁ ଅନୁମତି ଅଛି। ତେବେ ଓଟିଟିରେ ଟିକେ ବୋଲ୍ଡ କଣ୍ଟେଟ ଦେଖିଦେଲେ କ’ଣ ଅସୁବିଧା ରହିଛି। ଆଜି ଏଭିଳ କିଛି ପ୍ରଶ୍ନ କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର।

Advertisment

ଓଟିଭି ଫୋରସାଇଟ-୨୦୨୧ରେ ଯୋଗ ଦେଇ ଅଭିନେତ୍ରୀ ସ୍ୱରା ଭାସ୍କର ଡିଜିଟାଲ ପ୍ଲାଟଫର୍ମକୁ ନେଇ ସ୍ୱର ଉଠାଇଛନ୍ତି। ସେ କହିଛନ୍ତି, ମୁଁ ଚଳଚ୍ଚିତ୍ରରେ ସେନ୍ସରର ବିରୋଧୀ, କିନ୍ତୁ ପ୍ରମାଣପତ୍ରକୁ ନେଇ ସମର୍ଥନ କରେ। ଚଳଚ୍ଚିତ୍ର କିମ୍ବା ଡିଜିଟାଲ୍ ମିଡିଆରେ ବୋଲ୍ଡ ତଥା ଅନ୍ତରଙ୍ଗ ଏବଂ ହିଂସା ଦୃଶ୍ୟ ସ୍କ୍ରିପ୍ଟର ଆବଶ୍ୟକତା ଉପରେ ଆଧାରିତ ହେବା ଉଚିତ୍।

୨୦୧୭ରେ ହରିୟାଣରେ ଟ୍ରେନ ଭିତରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା ଘଟଣାକୁ ଉଦାହରଣ ଦେଇ ସେ କହିଛନ୍ତ ଯେ, ଫିଲ୍ମରେ ବୋଲ୍ଡ ସିନ ଅପେକ୍ଷା ଆଜିକାଲି ଜୀବନରେ ଘଟୁଥିବା ସଂଘବଦ୍ଧ ଆକ୍ରମଣ ସବୁଠୁ ଘୃଣ୍ୟ। ଫିଲ୍ମର ବୋଲ୍ଡ ଦୃଶ୍ୟ ଅପେକ୍ଷା ଦୈନନ୍ଦିନ ଜୀବନୀ ଘଟୁଥିବା ଗଣଦୁଷ୍କର୍ମ, ସଂଘବଦ୍ଧ ଆକ୍ରମଣ ପରି ଘଟଣାକୁ ନେଇ ସମସ୍ତେ ସ୍ୱର ଉଠାଇବା ଉଚିତ।

Advertisment

ସେ ଆହୁରି କହିଛନ୍ତି ଯେ, ମହାମାରୀ କରୋନା ଭିତରେ ଓଟିଟି ସବୁଠାରୁ ବଡ ପ୍ଲାଟଫର୍ମ ହୋଇ ଉଭା ହୋଇଛି। ଦିନେ ଯେଉଁ ବିଗ ବଜେଟ ଫିଲ୍ମଗୁଡିକୁ ବଡ ପରଦାରେ ରିଲିଜ ହେଉଥିଲା, ତାହା ଆଜି ଓଟିଟିରେ ରିଲିଜ ହେଉଛି। ଲୋକେ ଓଟିଟିକୁ ପସନ୍ଦ କରୁଛନ୍ତି। ଆଞ୍ଚଳିକ ଫିଲ୍ମ ପାଇଁ ଓଟିଟି ଏକ ଭଲ ପ୍ଲାଟଫର୍ମ। ବିଭିନ୍ନ ରାଜ୍ୟ ଏବଂ ଭାଷାର ସିନେମା ଦେଖିବା ପାଇଁ ଏହା ଆମକୁ ସୁଯୋଗ ଦେଇଛି।

ମୁଁ ସମାଜସେବୀ ନୁହେଁ ମୁଁ ଜଣେ ଲାଉଡସ୍ପିକର। ମୁଁ ଅଭିନେତ୍ରୀ ହେବା ସହ ଜଣେ ଭାରତୀୟ ନାଗରିକ ମଧ୍ୟ। ସେଥିପାଇଁ ବିଭିନ୍ନ ଘଟଣାକୁ ନେଇ ମୁଁ ସମର୍ଥନ କରେ ଏବଂ ବିରୋଧ ମଧ୍ୟ କରେ, ଯାହା ସମସ୍ତଙ୍କୁ ମଧ୍ୟ କରିବା ଉଚିତ ବୋଲି ସ୍ୱରା କହିଛନ୍ତି।

ସ୍ୱରା କହିଛନ୍ତି ଯେ, ଓଡ଼ିଶା ସହ ବଲିଉଡର ରହିଛି ଘନିଷ୍ଠ ସମ୍ପର୍କ। କଟକ ଫିଲ୍ମସିଟିରୁ ଅନେକ କଳକାର ବଲିଉଡରେ କାମ କରିବା ସୁଯୋଗ ପାଇଛନ୍ତି। ମୁଁ ଖୁବ କମ୍ ସମୟ ପାଇଁ ଓଡ଼ିଶା ଆସିବାକୁ ସୁଯୋଗ ପାଉଛି ଏବଂ ଦୁଃଖିତ ଯେ ମୋତେ ଓଡ଼ିଆ ଆସୁନି।

ଭାରତରେ ପ୍ରାୟ ୫୦ ହଜାର ଥିଏଟର ରହିଛି। କିନ୍ତୁ ସେଥିମଧ୍ୟରୁ କେବଳ ୯ ହଜାର ଚାଲୁଛି। ତେଣୁ ସବୁ ଭାଷାରେ ଭାରତରେ ଥିଏଟର ଚାଲିବା ଉଚିତ ବୋଲି ସ୍ୱରା କହିଛନ୍ତି।

Bollywood Swara Bhaskar