Advertisment

ଅଭିଷେକ ବଚ୍ଚନଙ୍କ ନୂଆ ଲୁକ୍, ପୋଷ୍ଟର ଦେଖି ତାଜୁବ୍ ଫ୍ୟାନ୍

ଇନଷ୍ଟାଗ୍ରାମରେ ଆଇ ୱାଣ୍ଟ ଟୁ ଟକ୍ ପୋଷ୍ଟର୍ ଶେଆର୍ କରିଛନ୍ତି ଅଭିଷେକ ବଚ୍ଚନ।

author-image
Debibandita Barick
ଅଦ୍ୟତନ ହୋଇଛି
Abhishek Bachchan

Abhishek Bachchan

ଭିନ୍ନ ଅବତାରରେ ଅଭିଷେକ ବଚ୍ଚନ। ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ପୂର୍ବରୁ କେବେ ଦେଖା ନ ଯାଇଥିବା ଅବତାରରେ ନଜର ଆସିଛନ୍ତି ଅଭିଷେକ ବଚ୍ଚନ। ଏହି ପୋଷ୍ଟର୍ ତାଙ୍କ ଆଗାମି ସିନେମା ଆଇ ୱାଣ୍ଟ ଟୁ ଟକ୍ (I Want To Talk)ର।

Advertisment

ଆଇ ୱାଣ୍ଟ ଟୁ ଟକ୍ ଟିଜର୍ ରିଲିଜ୍ ହେବା ପରଠାରୁ ଏହାକୁ ଚର୍ଚ୍ଚା ହୋଇ ଆସୁଛି। ଗତକାଲି ଏହାର ଟ୍ରେଲର୍ ରିଲିଜ୍ ହୋଇ ଥିବାବେଳେ ଅଭିଷେକ ବଚ୍ଚନ ଇନଷ୍ଟାଗ୍ରାମରେ ପୋଷ୍ଟର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଅଭିଷେକ ବଚ୍ଚନ ମୋଟା ଦେଖା ଯାଉଛନ୍ତି। ତାଙ୍କ ପେଟ ବାହାରିବା ସହ ଓଜନ ବଢିଯାଇଛି।

ସେ ଏକ ରୁମରେ ହାଫ୍ ପ୍ୟାଣ୍ଟ୍ ଏବଂ ଏକ ଲମ୍ବା ସାର୍ଟ ପିନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟର ଶେଆର କରି ଅଭିଷେକ ବଚ୍ଚନ କ୍ୟାପ୍ସନରେ ଲେଖିଛନ୍ତି, "କହିବାକୁ ତ ଅନେକ କିଛି ଅଛି, କିନ୍ତୁ ଫଟୋ ହଜାରେ ଶବ୍ଦ କହି ଦେଉଛି।"

Advertisment

ତାଙ୍କର ଏହି ପୋଷ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଫ୍ୟାନ୍ସ। ଅଭିନୟ ପାଇଁ ଶାରୀରିକ ଗଠନରେ ବିରାଟ ପରିବର୍ତ୍ତନ ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି ନେଟିଜେନ୍ସ। ଅନେକ ତାଙ୍କୁ ରିଅଲ୍ ହିରୋ କହିବା ସହ ସିନେମା ରିଲିଜ୍ ତାରିଖକୁ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି।

ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, "ବିନା ଫିଲ୍ଟରରେ ରିୟଲ୍ ଆକ୍ଟର୍, ଲଭ୍ ୟୁ ସାର୍।" କେବଳ ଫ୍ୟାନ୍ସ ନୁହଁନ୍ତି, ଜୋୟା ଅଖତର, ଶ୍ୱେତା ବଚ୍ଚନ, ସୋନାଲି ବାନ୍ଦ୍ରେ, ପୀୟୁଷ ମିଶ୍ରାଙ୍କ ପରି ସହକଳାକାରମାନେ ମଧ୍ୟ ତାଙ୍କୁ ଆଗାମୀ ପ୍ରୋଜେକ୍ଟ ପାଇଁ ଶୁଭେଚ୍ଛା ଜଣାଇବା ସହ ସମର୍ଥନ କରିଛନ୍ତି। 

ନଭେମ୍ବର ୨୨ରେ ରିଲିଜ୍ ହେବ ଆଇ ୱାଣ୍ଟ ଟୁ ଟକ୍। ଶୁଜିତ ସିରକାର ସିନେମାର ନିର୍ଦ୍ଦେଶନା ଦେଇ ଥିବାବେଳେ ରାଇଜିଂ ସନ୍ ଫିଲ୍ମସ୍ ଏବଂ କିନୋ ୱାର୍କସ୍ ପ୍ରୋଯୋଜନା ଦାୟିତ୍ୱ ତୁଲାଇଛନ୍ତି। ଅଭିଷେକ ବଚ୍ଚନଙ୍କ ବ୍ୟତୀତ ଅହଲ୍ୟା ବାମ୍ବ୍ରୋ, ଜୟନ୍ତ କୃପାଲାନି, କ୍ରିଷ୍ଟିନ ଗୁଡାର୍ଡ ଏବଂ ଜନି ଲିବର ମଧ୍ୟ ଅଭିନୟ କରିଛନ୍ତି। 

Abhishek Bachchan I Want To Talk