Advertisment

ଚର୍ଚ୍ଚାରେ '12th Fail'; ସିନେମାର ଏକ ଦୃଶ୍ୟ ଶେଆର୍ କରି ଏପରି ଲେଖିଲେ IAS ଅଫିସର

ସିନେମାଟି ଆଇପିଏସ ଅଧିକାରୀ ମନୋଜ ଶର୍ମାଙ୍କ କାହାଣୀ ଉପରେ ଆଧାରିତ।

author-image
Debibandita Barick
ଅଦ୍ୟତନ ହୋଇଛି
Vikrant Massey & Awanish Sharan

Vikrant Massey & Awanish Sharan

'12th Fail' ସିନେମାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ପ୍ରଶାସନିକ ପଦବୀ ପାଇଁ ଜଣେ ମଧ୍ୟବିତ ପରିବାରର ପିଲା କିପରି ସଙ୍ଘର୍ଷ କରେ ତାହା ଏହି ସିନେମାରେ ଦର୍ଶାଯାଇଛି। ଏଥିସହ UPSC ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉଚ୍ଚକୋଟୀର ପ୍ରେରଣା ରହିଛି। ସିନେମାଟି ଆଇପିଏସ ଅଧିକାରୀ ମନୋଜ ଶର୍ମାଙ୍କ କାହାଣୀ ଉପରେ ଆଧାରିତ।

Advertisment

ଏହି ଚଳଚ୍ଚିତ୍ରକୁ ଯୁବପିଢି ଖୁବ୍ ପସନ୍ଦ କରିଛନ୍ତି। ନିକଟରେ ଛତିଶଗଡର ଜଣେ ଆଇଏଏସ ଅଧିକାରୀ ମଧ୍ୟ ସିନେମାକୁ ଖୁବ୍ ପ୍ରଶଂସା କରିଛନ୍ତି। ଆଇଏଏସ ଅଧିକାରୀ ଅବନିଶ ଶରଣ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏକ କ୍ଲିପ୍ ଶେଆର୍ କରିଛନ୍ତି।

Advertisment

ସିନେମାନେ ମନୋଜ ଯେତେବେଳେ ବହୁ ସଙ୍ଘର୍ଷ ପରେ ଆଇପିଏସ ଟପ୍ପର ହୋଇଛନ୍ତି ଏବଂ ଏହି ସମୟରେ ତାଙ୍କ ସାଙ୍ଗମାନେ ଖୁସିରେ କାନ୍ଦି ପକାଉଥିବାର ଦୃଶ୍ୟକୁ ଶେଆର୍ କରିଛନ୍ତି ଆଇଏଏସ ଅବନିଶ। ସେ ତାଙ୍କ ଏକ୍ସ ପୋଷ୍ଟରେ କହିଛନ୍ତି, "ଏହା କେବଳ ଆପଣଙ୍କ ରେଜଲ୍ଟ ନୁହେଁ... ପୂରା ସଙ୍ଘର୍ଷର ଫଳାଫଳ, ଯାହା ବହୁ ବିଷମ ପରିସ୍ଥିତି ସତ୍ତ୍ୱେ ୟୁପିଏସସି ପରୀକ୍ଷାରେ ବସିବା ପାଇଁ ସାହସ ଯୋଗାଇଥାଏ।" ସିନେମାରେ ମନୋଜ ଶର୍ମାଙ୍କ ଭୂମିକା ନିଭାଇଥିବା ବିକ୍ରାନ୍ତ ମେସୀ ଆଇଏଏସ ଅବନିଶଙ୍କ ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

'12th Fail' ସିନେମା ଏକ ଶିକ୍ଷଣୀୟ ସିନେମା। ଜୀବନରେ ବିଫଳତା ସତ୍ତ୍ୱେ କିପରି ସଫଳତା ହାସଲ କରାଯାଏ ତା'ର ଶିକ୍ଷା ଦିଆଯାଇଛି। ଏଥିରେ ଆଇପିଏସ ଅଫିସର ମନୋଜ ଶର୍ମାଙ୍କ କାହାଣୀ ଉଲ୍ଲେଖ ରହିଛି। ବିଧୁ ବିନୋଦ ଚୋପ୍ରା ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। 2023, ଅକ୍ଟୋବର 27ରେ ସିନେମାଟି ରିଲିଜ୍ ହୋଇଥିଲା। 

Ips Vikrant Massey Manoj Sharma 12th Fail Trailer 12th Fail UPSC