Advertisment

ହସ୍ପିଟାଲରେ ଭର୍ତ୍ତି ହେଲେ ଇଲିଆନା ଡି'କ୍ରୁଜ୍‌

୨୦୧୭ରେ ଅଭିନେତ୍ରୀ ଇଲିଆନ୍ ଆତ୍ମହତ୍ୟା କରିବାକୁ ଚାହୁଁଥିବା କହିଥିଲେ।

ଅଦ୍ୟତନ ହୋଇଛି
Ileana dcruz

Ileana dcruz

Advertisment

ସାଉଥ ପରେ ବଲିଉଡରେ ନିଜ ଆକ୍ଟିଂର ଜାଦୁ ଦେଖାଇଥିବା ଅଭିନେତ୍ରୀ ଇଲିଆନା ଡି'କ୍ରୁଜ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଖୋଦ୍‌ ଅଭିନେତ୍ରୀ ସୂଚନା ଦେଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ହସ୍ପିଟାଲ ବେଡ୍‌ରୁ ନିଜର ଏକ ଫଟୋ ଶେଆର କରି ସ୍ୱାସ୍ଥ୍ୟାଗତ ସମସ୍ୟା ବିଷୟରେ ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି।

Advertisment

ପ୍ରକୃତରେ ଅଭିନେତ୍ରୀ ଇଲିଆନା ଡି'କ୍ରୁଜ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଦିନ ହସ୍ପିଟାଲ ବେଡ୍‌ରେ ଶୋଇ ସେ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶେଆର କରିଥିଲେ। ଏହି ଫଟୋକୁ ଶେଆର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, 'ଦିନକରେ କେତେ କ'ଣ ବଦଳି ଯାଏ।'

ତାଙ୍କୁ ତିନି ବୋତଲ IV ଫ୍ଲୁଇଡ୍‌ ଦିଆଯାଇଛି। ଏହି ଫ୍ଲୁଇଡ୍‌କୁ ବିଶେଷ ରୂପେ ତିଆରି କରାଯାଇଥାଏ। ଏହାରୁ ରୋଗୀଙ୍କ ଶୀରାପ୍ରଶିରାରେ ଇନ୍‌ଜେକ୍ଟ କରାଯାଏ। ଇଲିଆନାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡ଼ିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ଇଲିଆନାଙ୍କ ପୋଷ୍ଟରେ କମେଣ୍ଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେପଟେ ଇଲିଆନା ମଧ୍ୟ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହସ୍ପିଟାଲରେ ତୁରନ୍ତ ଭଲ ଚିକିତ୍ସା ମିଳିବା ପରେ ସେ ସୁସ୍ଥ ଥିବା କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୭ରେ ଅଭିନେତ୍ରୀ ଇଲିଆନ୍ ଆତ୍ମହତ୍ୟା କରିବାକୁ ଚାହୁଁଥିବା କହିଥିଲେ। କାରଣ ସେ ବଡି ଡିସ୍ମାଫ୍ରିକ ଡିସ୍‌ଅର୍ଡର ରୋଗରେ ପୀଡିତ ଥିବା ଜଣାଇଥିଲେ।

ଦୀର୍ଘ ଦିନ ଧରି ବଲିଉଡ ଠାରୁ ଦୂରେଇ ରହିଛନ୍ତି ଇଲିଆନା। ତାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ବାଦଶାହୋ'ରେ ଦେଖିବାକୁ ମିଳିଥିଲା। ଇଲିଆନା ସାଉଥ ଠାରୁ ଆରମ୍ଭ କରି ବଲିଉଡ ଯାଏଁ କାମ କରିଛନ୍ତି। ୧୯ ବର୍ଷ ବୟସରୁ ସେ ନିଜ ଫିଲ୍ମ କ୍ୟାରିଅର୍‌ର ଆରମ୍ଭ କରିଥିଲେ। 'ଦେବାସୁ' ଫିଲ୍ମ ଜରିଆରେ ସେ ଅଭିନୟ ଜଗତରେ ପାଦ ରଖିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ନ୍ୟୁକମର୍‌ ଅଫ୍ ସାଉ୍‌ଥ ଫିଲ୍ମଫେୟର୍ ଆଓ୍ୱାର୍ଡ ମଧ୍ୟ ମିଳିଥିଲା। ରଣବୀର କପୁରଙ୍କ 'ବର୍ଫି' ଫିଲ୍ମରୁ ଇଲିଆନ୍‌ ବଲିଉଡରେ ଡେବ୍ୟୁ କରିଥିଲେ।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe