Advertisment

ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମକରଣ ହେଲା ଛକ ଓ ରାସ୍ତାର ନାଁ

ପାଟଣା: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ପାଖାପାଖି ମାସେ ବିତିଗଲାଣି। ଏବେ ବି ଫ୍ୟାନ୍‌ମାନେ ଏହି ଦୁଃଖରୁ ବାହାରି ପାରୁନାହାଁନ୍ତି। ତାଙ୍କ ପ୍ରଶଂସକମାନେ ଲଗାତାର ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଓ ନ୍ୟାୟ ପାଇଁ ଦାବି କରୁଛନ୍ତି। ସୋଶାଲ୍‌ ମିଡିଆରେ ଲଗାତାର ତାଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରି ପ୍ରଶଂକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି। ବର୍ତ୍ତମାନ ସୁଶାନ୍ତଙ୍କ ଜନ୍ମସ୍ଥାନ ତାଙ୍କୁ ନିଆରା ଅନ୍ଦାଜରେ ଶ୍ରଦ୍ଧାଞ୍ଜଳୀ ଦେଇଛି। The HOMETOWN PURNEA […]

ଅଦ୍ୟତନ ହୋଇଛି
ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମକରଣ ହେଲା ଛକ ଓ ରାସ୍ତାର ନାଁ

sushshant

Advertisment

ପାଟଣା: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ପାଖାପାଖି ମାସେ ବିତିଗଲାଣି। ଏବେ ବି ଫ୍ୟାନ୍‌ମାନେ ଏହି ଦୁଃଖରୁ ବାହାରି ପାରୁନାହାଁନ୍ତି। ତାଙ୍କ ପ୍ରଶଂସକମାନେ ଲଗାତାର ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଓ ନ୍ୟାୟ ପାଇଁ ଦାବି କରୁଛନ୍ତି। ସୋଶାଲ୍‌ ମିଡିଆରେ ଲଗାତାର ତାଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରି ପ୍ରଶଂକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି। ବର୍ତ୍ତମାନ ସୁଶାନ୍ତଙ୍କ ଜନ୍ମସ୍ଥାନ ତାଙ୍କୁ ନିଆରା ଅନ୍ଦାଜରେ ଶ୍ରଦ୍ଧାଞ୍ଜଳୀ ଦେଇଛି।

Advertisment

https://twitter.com/PriyaKhushali/status/1281268875355537408?s=20

ସୁଶାନ୍ତ ବିହାରର ପୂର୍ଣ୍ଣିୟା ବାସିନ୍ଦା ଥିଲେ। ବର୍ତ୍ତମାନ ଏଠାକାର ମେୟର୍ ସବିତା ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ସୁଶାନ୍ତ ସିଂ ରାଜପୁତଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଠାରେ ରାସ୍ତା ଏବଂ ଛକ ତାଙ୍କ ନାମରେ ନାମିତ କରାଯାଇଛି। ଏଠାରେ ଥିବା ଫୋର୍ଡ କମ୍ପାନୀ ଛକକୁ ‘ସୁଶାନ୍ତ ସିଂ ରାଜପୁତ ଛକ’ ନାମରେ ନାମିତ କରାଯାଇଛି। ଏଥିସହ ମଧୁବନୀ ଛକ ଠାରୁ ମାତା ଛକକୁ ଯାଉଥିବା ରାସ୍ତାର ନାମ ମଧ୍ୟ ‘ସୁଶାନ୍ତ ସିଂ ରାଜପୁତ ପଥ’ ନାମରେ ନାମିତ କରାଯାଇଛି। ସୋଶାଲ୍ ମିଡିଆରେ ଏହାର ଉନ୍ମୋଚନ ବେଳର ଭିଡିଓ  ଭାଇରାଲ୍ ହେବାରେ ଲାଗିଛି।

https://twitter.com/PurneaTimes/status/1281279234795638786?s=20

ସୂଚନାଯୋଗ୍ୟ, ୧୪ ଜୁନରେ ମୁମ୍ବାଇସ୍ଥିତ ବାସଭବନରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହାପରଠୁ ବଲିଉଡ୍‌ରେ ନେପୋଟିଜିମକୁ ନେଇ ବାଦବିବାଦ ଜାରିରହିଛି। ଏହି ଘଟଣାକୁ ମୁମ୍ବାଇ ପୁଲିସ ତଦନ୍ତ କରୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ୩୨ଜଣଙ୍କର ବୟାନ ରେକର୍ଡ଼ କରିସାରିଛି। ତେବେ ଯାଞ୍ଚ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆସ୍ଫିକ୍ସିଆ ବା ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe