Advertisment

ତାପସୀ ଓ ଅନୁରାଗଙ୍କ ଘରେ ଆଇଟି ରେଡ୍

ମୁମ୍ବାଇ: ପୁଣି ବଢ଼ିଲା ବଲିଉଡରେ ଅଡୁଆ। ଆୟକର ଜାଲରେ ଛନ୍ଦି ହେଲେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ବିକାଶ ବେହଲ । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଏହି ରେଡ୍ ହୋଇଛି। କେବଳ ସେତିକି ନୁହେଁ ମଧୁ ମନଣ୍ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ‘କ୍ୱାନ’ ଅଫିସରେ ମଧ୍ୟ ଚଢ଼ାଉ ହୋଇଛି। ଫ୍ୟାଣ୍ଟମ ଫିଲ୍ମରେ ହୋଇଥିବା ଟ୍ୟାକ୍ସ […]

ଅଦ୍ୟତନ ହୋଇଛି
ତାପସୀ ଓ ଅନୁରାଗଙ୍କ ଘରେ ଆଇଟି ରେଡ୍

Tapasei-and-Anurag

Advertisment

ମୁମ୍ବାଇ: ପୁଣି ବଢ଼ିଲା ବଲିଉଡରେ ଅଡୁଆ। ଆୟକର ଜାଲରେ ଛନ୍ଦି ହେଲେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ବିକାଶ ବେହଲ । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଏହି ରେଡ୍ ହୋଇଛି। କେବଳ ସେତିକି ନୁହେଁ ମଧୁ ମନଣ୍ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ‘କ୍ୱାନ’ ଅଫିସରେ ମଧ୍ୟ ଚଢ଼ାଉ ହୋଇଛି।

Advertisment

ଫ୍ୟାଣ୍ଟମ ଫିଲ୍ମରେ ହୋଇଥିବା ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ତେବେ ଏହି ମାମଲାରେ ଆହୁରି ବଡ ବଡ ସେଲେବ୍ରିଟି ମାନଙ୍କ ନାଁ ସାମିଲ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଆୟକର ବିଭାଗ ଖୋଲତାଡ ଜରି ରଖିଛି। ଫ୍ୟାଣ୍ଟମ ଫିଲ୍ମସ ବ୍ୟତୀତ ଏହି ମାମଲାର ଆହୁରି ୩ଟି ଅନ୍ୟ କାର୍ଯ୍ୟାଳୟ ମଧ୍ୟ ସାମିଲ ଅଛି।

୨୦୧୧ରେ ଅନୁରାଗ କାଶ୍ୟପ, ମଧୁ ମଣ୍ଟେନା, ବିକ୍ରମଦିତ୍ୟ ମୋଟୱାନେ ଏବଂ ବିକାଶ ବାହଲଙ୍କ ଦ୍ୱାରା ଫାଣ୍ଟମ ଫିଲ୍ମ ପ୍ରତିଷ୍ଠା କରାଯାଇଥିଲା। ତେବେ କୌଣସି କାରଣ ବଶତଃ ଅକ୍ଟୋବର ୨୦୧୮ରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା।

Advertisment

https://twitter.com/ANI/status/1367011889272643589?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1367011889272643589%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.amarujala.com%2Fentertainment%2Fbollywood%2Fincome-tax-raided-anurag-kashyap-vikas-bahl-taapsee-pannu-house

ସୂଚନା ଯୋଗ୍ୟ ଯେ, ଗତ ମାସରେ ବାଲାଜୀ ଟେଲି ଫିଲ୍ମର ନୂଆ ଡିଭିଜନ କଲ୍ଟ ବାଲାଜୀର ଅପକମିଂ ଫିଲ୍ମ ‘ଦୋବାରା’ର ଟିଜର ରିଲିଜ ହୋଇଥିଲା। ଏହାର ଲିଡ୍ ରୋଲରେ ତାପସୀ ପନ୍ନୁ ଥିବା ବେଳେ ଏହି ଥ୍ରୀଲର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅନୁରାଗ କଶ୍ୟପ ଅଛନ୍ତି। ଏହାର ଟିଜର ଭିଡିଓରେ ଅନୁରାଗ ଏବଂ ତାପସୀ ଉଭୟଙ୍କୁ ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ୨୦୨୦ରେ ତାପସୀଙ୍କୁ ଅନୁଭବ ସିହ୍ନାଙ୍କ ଚଳଚ୍ଚିତ୍ର ଥାପଡରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଫିଲ୍ମ 'ରଶ୍ମୀ ରକେଟ୍' ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହା ସହିତ ସେ 'ଶବାଶ ମିତୁ', 'ହସିନ୍ ଦିଲରୁବା', 'ଶବାସ ନାଇଡୁ' ଏବଂ 'ଲୁପ୍ ଲାପେଟା' ଭଳି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe