Advertisment

ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ରୋହିତ ବଳଙ୍କ ଦେହାନ୍ତ

ଫ୍ୟାଶନ ଡିଜାଇନ କାଉସିଲ ଅଫ ଇଣ୍ଡିଆ ଇନଷ୍ଟାଗ୍ରାମରେ ରୋହିତଙ୍କ ଦୁଃଖଦ ବିୟୋଗ ସମ୍ପର୍କରେ ସୂଚନା ଦେଇଛି।

Rohit Bal

Rohit Bal

Advertisment

ଭାରତର ଅନ୍ୟତମ ଖ୍ୟାତନାମ ଫ୍ୟାଶନ ଡିଜାଇନର ରୋହିତ ବଳ ଆଉ ନାହାନ୍ତି। ଆଜି ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଫ୍ୟାଶନ ଡିଜାଇନ କାଉସିଲ ଅଫ ଇଣ୍ଡିଆ ଇନଷ୍ଟାଗ୍ରାମରେ ରୋହିତଙ୍କ ଦୁଃଖଦ ବିୟୋଗ ସମ୍ପର୍କରେ ସୂଚନା ଦେଇଛି। ଏଥିସହ ଫ୍ୟାଶନ ଜଗତ ପ୍ରତି ରୋହିତଙ୍କ ଅବଦାନକୁ ସ୍ମରଣ କରିଛି।

Advertisment

ରୋହିତ ବଳ ଫ୍ୟାଶନ ଦୁନିଆରେ ଜଣେ ଜଣାଶୁଣା ଚେହେରା। ସେ ଗୁଡ୍ଡା ନାଁରେ ବେଶ ପରିଚିତ। ସେ ଦୀର୍ଘ ଦିନର ଅସୁସ୍ଥା କାରଣରୁ ଶୁକ୍ରବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରୋହିତ ଗତବର୍ଷ ଠାରୁ ନିଜର ହାର୍ଟ ଜନିତ ସମସ୍ୟା କାରଣରୁ ସମସ୍ୟାରୁ ସମ୍ମୁଖୀନ ହେଉଥିଲେ। ଏପରି କି ଏକଦା ତାଙ୍କୁ ୨୦୨୩ ନଭେମ୍ବର ମାସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। 

ତେବେ ସେ ଚଳିତ ବର୍ଷ ପୁଣି କମବ୍ୟାକ କରିଥିଲା। ଗତମାସରେ ଦିଲ୍ଲୀରେ ଆୟୋଜିତ ଲାକମେ ଇଣ୍ଡିଆ ଫ୍ୟାଶନ ୱିକରେ ସେ ଶେଷଥର ନିଜର ଦକ୍ଷତା ଦେଖାଇଥିଲେ। ତେବା ରାମ୍ପରେ ରୋହିତ ଥରୁଥିବାରୁ ଫ୍ୟାନ୍ସ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। 

Advertisment

ତାଙ୍କର ହାର୍ଟ ସମସ୍ୟା ୨୦୧୦ରୁ ଲାଗି ରହିଥିଲା। ସେତେବେଳେ ସେ ହାର୍ଟ ଆଟାକର ସମ୍ମୁଖୀନ ହେବାରୁ ଜରୁରିକାନୀରେ ଭିତ୍ତିରେ ଏଞ୍ଜିପ୍ଲାଷ୍ଟୀ କରିଥିଲେ। କଶ୍ମୀରର ମୂଳବାସିନ୍ଦା ରୋହିତ ବଲିଉଡରେ ଅନେକ ଚର୍ଚ୍ଚିତ ଚେହେରାଙ୍କ ସହ କାମ କରିଛନ୍ତି। 

ପରିଷଦ ପକ୍ଷରୁ କୁହାଯାଇଛି ଯେ “ଲେଜଣ୍ଡାରୀ ରୋହିତ ବଳଙ୍କ ବିୟୋଗରେ ଆମେ ମର୍ମାହତ। ସେ ଫ୍ୟାଶନ ଡିଜାଇନ କାଉନସିଲ ଅଫ ଇଣ୍ଡିଆର ଫାଉଣ୍ଡିଂ ମେମ୍ବର ଥିଲେ। ପାରମ୍ପରିକ ପୋଷାକରେ ଆଧୁନିକତାର ଛାପ ଦେବାରେ ସେ ସିଦ୍ଧହସ୍ତ ଥିଲେ।

ରୋହିତଙ୍କ ଭାରତର ପ୍ୟାଶନକୁ ନୂଆ ରୂପରେ ପରିଭାସିତ କରିଥିଲା ଓ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଥିଲା। ଫ୍ୟାଶନ ୱାର୍ଲ୍ଡରେ ତାଙ୍କ ଚିନ୍ତାଧାରା ଓ କାର୍ଯ୍ୟ ସବୁବେଳେ ଚୀରସ୍ମରଣୀୟ ହୋଇ ରହିବ। ରେଷ୍ଟ ଇନ ପିସ୍‌ ଗୁଡ୍ଡା।”

Mumbai Fashion Designer Rohit Bal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe