Advertisment

'ଇଣ୍ଡିଆନ୍ ପୁଲିସ୍ ଫୋର୍ସ' ଟିଜର ରିଲିଜ୍

ଟିଜରର ପ୍ରଥମ ଝଲକରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ସେଟ୍ଟୀ ଏବଂ ବିବେକ ଓବ୍ରଏଙ୍କୁ ପୁଲିସ ଭୂମିକାରେ ନଜର ଆସିଛନ୍ତି।

author-image
Debibandita Barick
Indian Police Force Poster

Indian Police Force Poster

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ 'ଇଣ୍ଡିଆନ୍ ପୁଲିସ୍ ଫୋର୍ସ' ଟିଜର। ଆକ୍ସନ୍ ପ୍ୟାକ୍ ଥିବା ଏହି ୱେବ୍ ସିରିଜର୍ ଟିଜର ଆଜି ରିଲିଜ୍ ହୋଇଛି। ଟିଜରର ପ୍ରଥମ ଝଲକରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ସେଟ୍ଟୀ ଏବଂ ବିବେକ ଓବ୍ରଏଙ୍କୁ ପୁଲିସ ଭୂମିକାରେ ନଜର ଆସିଛନ୍ତି। 

Advertisment

ଏହି ୱେବ୍ ସିରିଜଟି ସମ୍ପୂର୍ଣ୍ଣ ରୂପେ ଭାରତୀୟ ପୁଲିସ ଅଧିକାରୀଙ୍କ ଉପରେ ଆଧାରିତ। ବିଶେଷ କରି ପୁଲିସ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ନିଷ୍ଠା ଏବଂ ତାଙ୍କ ଅବଦାନକୁ ଦର୍ଶାଯାଇଛି। ଏହି ସିରିଜର ସାତଟି ପାର୍ଟ ରହିଛି। ଜାନୁଆରୀ 'ଇଣ୍ଡିଆନ୍ ପୁଲିସ୍ ଫୋର୍ସ' 2024, ଜାନୁଆରୀ 19ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବାର କାର୍ଯ୍ୟକ୍ରମ ରହିଛି।

Advertisment

ଫିଲ୍ମ ମେକର୍ ରୋହିତ ଶେଟ୍ଟୀଙ୍କ ଏହା ଡିଜିଟାଲ୍ ଡେବ୍ୟୁ ହେବାକୁ ଯାଉଛି। ସିରିଜରେ ସିଦ୍ଧାର୍ଥ, ଶିଳ୍ପା ଏବଂ ବିବେକଙ୍କ ବ୍ୟତୀତ ଶ୍ୱେତା ତିୱାରୀ, ନିକିତିନ ଧୀର, ଋତୁରାଜ ସିଂହ, ମୁକେଶ ଋଷି ଏବଂ ଲଳିତ ପରିମୁ ଅଭିନୟ କରିଛନ୍ତି। 

ଟିଜର୍ ରିଲିଜ୍ ହେବା ପରେ ସିଦ୍ଧାର୍ଥ ମଲହୋତ୍ରା ସୋଶାଲ ମିଡିଆରେ ଶେଆର କରିଛନ୍ତି। ଟିଜର ସହିତ ସେ କ୍ୟାପସନରେ ଲେଖିଛନ୍ତି, "ମୋର ପ୍ରଥମ ଆକ୍ସନ୍-ପ୍ୟାକ୍ ଶୋ', #ଇଣ୍ଡିଆନପୁଲିସଫୋର୍ସ ଆସୁଥିବାରୁ ମୁଁ ବେଶ୍ ଉତ୍ସାହିତ।" 

ଟିଜରକୁ ମଧ୍ୟ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ଜଣେ ୟୁଜର୍ ଖୁବ୍ ଉତ୍ସାହିତ ହୋଇ କହିଛନ୍ତି, "ଜାନୁଆରୀ 19 ଯାଏଁ ଅପେକ୍ଷା କରିହେବନି।" ସେହିପରି ଅନ୍ୟ ଜଣେ କହିଛନ୍ତି, "ଆଉ ଏକ ମାଷ୍ଟରପିସ୍।"

Shilpa Shetty Amazon Prime Action Web Series Sidharth Malhotra Indian Police Force Indian Police Force Teaser Out