Advertisment

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇବା ପଛରେ ବ୍ରିଟେନରେ ଥିବା ଭାରତୀୟ ଛାତ୍ର

ଛାତ୍ର ଜଣଙ୍କ ଘର ହେଉଛି ଭାରତର ହରିଆଣାରେ। ସେ ମେଡିକାଲ ପାଠକ୍ରମର ତୃତୀୟ ବର୍ଷ ଛାତ୍ର। ଚଳିତ ବର୍ଷ ଶେଷ ଭାଗରେ ପିଲାଟିର ଶିକ୍ଷାବର୍ଷ ଶେଷ ହେବ। ଏହାପରେ ସେ ଭାରତ ଫେରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Salman Khan

Salman Khan

Advertisment

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ବ୍ରିଟେନରେ ରହୁଥିବା ଜଣେ ଭାରତୀୟ ଛାତ୍ର ଧମକପୂର୍ଣ୍ଣ ଇ-ମେଲ ପଠାଇଛନ୍ତି। ଏହି ଛାତ୍ର ଜଣଙ୍କ ସେଠାରେ ମେଡିକାଲ ପାଠ ପଢ଼ୁଛନ୍ତି। ତେବେ ସେଠାରୁ ସେ ସଲମାନଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିବା ମୁମ୍ବାଇ ପୁଲିସ୍‌ ଜାଣିବାକୁ ପାଇଛି। ଏଥିପାଇଁ ମୁମ୍ବାଇ ପୁଲିସ୍‌ ତାଙ୍କ ନାଁରେ ଲୁକ ଆଉଟ ସର୍କ୍ୟୁଲାର ବା ଏଲଓସି ଜାରି କରିଛି।

Advertisment

ଜଣେ ଅଧିକାରୀ କହିଛନ୍ତି ଯେ ଛାତ୍ର ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ଭାରତ ଆଣିବା ପାଇଁ ସବୁ ପ୍ରକାରର ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି। ସେ କ’ଣ ପାଇଁ ଓ କେଉଁ ପରିସ୍ଥିତିରେ ଏପରି ଧମକପୂର୍ଣ୍ଣ ଇ-ମେଲ ସଲମାନ ଖାନଙ୍କ ପାଖକୁ ପଠାଇଥିଲେ, ସେକଥା ଜାଣିବା ପାଇଁ ପ୍ରୟାସ କରାଯାଉଛି।

ଛାତ୍ର ଜଣଙ୍କ ଘର ହେଉଛି ଭାରତର ହରିଆଣାରେ। ସେ ମେଡିକାଲ ପାଠକ୍ରମର ତୃତୀୟ ବର୍ଷ ଛାତ୍ର। ଚଳିତ ବର୍ଷ ଶେଷ ଭାଗରେ ପିଲାଟିର ଶିକ୍ଷାବର୍ଷ ଶେଷ ହେବ। ଏହାପରେ ସେ ଭାରତ ଫେରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Advertisment

ଛାତ୍ର ଜଣଙ୍କ ମାର୍ଚ୍ଚ ମାସରେ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ନାଁରେ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିବା ପୁଲିସ୍‌ କହିଛି।

କିଛି ଦିନ ତଳେ ସଲମାନ ଖାନଙ୍କ ପାଖରୁ ଗୋଟିଏ ଇ-ମେଲ ଆସିଥିଲା। ଏଥିରେ ତାଙ୍କୁ ଜେଲରେ ଥିବା ଲରେନ୍ସ ବିଷ୍ଣୋଇର ସହଯୋଗୀ ଗୋଲ୍ଡୀ ବ୍ରାରକୁ ଦେଖା କରି ସେମାନଙ୍କ ମଧ୍ୟରେ ଥିବା ବିବାଦକୁ ସବୁଦିନ ପାଇଁ ଶେଷ କରିବାକୁ କୁହାଯାଇଥିଲା। ଯଦି ସଲମାନ ନିର୍ଦ୍ଦେଶ ଅନୁସାରେ କାମ ନ କରିବେ, ତା’ହେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇ-ମେଲ ଯୋଗେ ଧମକ ଦିଆଯାଇଥିଲା।

ଏହାପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା କରିବ ବୋଲି ଫୋନ କରି ଧମକ ଦେଇଥିବା ଜଣେ ନାବାଳକକୁ ମଧ୍ୟ ମୁମ୍ବାଇ ପୁଲିସ୍‌ ଧରିଥିଲା।

Mumbai Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe