Advertisment

IPL ସ୍କ୍ରିନିଂ ମାମଲା: ସମନ ପରେ ବି ହାଜର ହେଲେନି ତମନ୍ନା

ଆଇପିଏଲ୍‌ ମ୍ୟାଚ୍‌ର ବେଆଇନ ସ୍କ୍ରିନିଂ ମମଲାରେ ମହାରାଷ୍ଟ୍ର ସାଇବର ସେଲ୍‌ ପୁଲିସ ତମନ୍ନାଙ୍କୁ ସମନ କରିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Tamanna-Bhatia

Tamanna-Bhatia

ସମନ ପରେ ବି ସାଇବର୍‌ରେ ସେଲ୍‌ରେ ହାଜର ହେଲେନି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ। ଆଇପିଏଲ୍‌ ମ୍ୟାଚ୍‌ର ଅବୈଧ ସ୍କ୍ରିନିଂ ମମଲାରେ ଫଶି ଥିବା ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ନିକଟରେ ସାଇବର ସେଲ୍‌ ସମନ ଜାରି କରିଥିଲା। ଆଜି ତାଙ୍କୁ ପଚରାଉଚରା କରିବା ପାଇଁ ଡକାଯାଇଥିଲା। ହେଲେ ସେ ହାଜର ହୋଇ ନାହାନ୍ତି।

Advertisment

ମହାଦେବ ବେଟିଂ ଆପ୍‌ର ଅନ୍ୟ ଏକ ସହାୟକ ଆପ୍‌ ଫେୟାର୍‌ ପ୍ଲେ ଜରିଆରେ ୨୦୨୪ରେ ଆଇପିଏଲ୍‌ ମ୍ୟାଚ୍‌ର ବେଆଇନ୍‌ ରୂପେ ସ୍କ୍ରିନିଂ ହୋଇଥିଲା। ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏହି ଫେୟାର୍‌ ପ୍ଲେ'ର ବିଜ୍ଞାପନ କରିଥିଲେ। ଏଥିପାଇଁ ମହାରାଷ୍ଟ୍ର ସାଇବର୍‌ ପୁଲିସ ସାକ୍ଷୀ ରୂପେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କୁ ସମନ ପଠାଇଥିଲା। ଆଜି ତାଙ୍କୁ ସାଇବର୍‌ ସେଲ୍‌ରେ ହାଜର ହେବାର ଥିଲା। ତେବେ ସେ ଫିଲ୍ମ ଶୁଟିଂ ପାଇଁ ମୁମ୍ବାଇରୁ ବାହାରେ ଅଛନ୍ତି। ଏଥିଯୋଗୁ ସେ ଆଜି ହାଜର ହୋଇପାରିବେ ନାହିଁ ବୋଲି ତମନ୍ନାଙ୍କ ଓକିଲ କହିଛନ୍ତି। ଏଥିସହ ହାଜର ହେବା ପାଇଁ ସେ ନୂଆ ସମୟ ମାଗିଛନ୍ତି।

କହିରଖୁ ଯେ, ମହାଦେବ ବେଟିଂ ଆପ୍‌ ମାମଲାରେ ଅଭିନେତା ସାହିଲ ଖାନ୍‌ଙ୍କୁ ପୁଲିସ ଗିରଫ କରିଛି। ୪୦ ଘଣ୍ଟା ଧରି ସର୍ଚ୍ଚ ଅପରେସନ୍‌ କରିବା ପରେ ଶନିବାର ତାଙ୍କୁ ଛତିଶଗଡରୁ ପୁଲିସ ଗିରଫ କରିଥିଲା। ଏହା ବ୍ୟତୀତ ଏହି ମାମଲାରେ ରାପର୍‌ ବାଦଶାହାଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିସାରିଛି। ସେହିପରି ଗତବର୍ଷ ଏହି ମାମଲାରେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପୁଲିସ ପଚରଉଚରା କରାଯାଇଥିଲା।

Advertisment
Tamannaah Bhatia Summoned Tamannaah Bhatia Mahadev Bettin App IPL Illegal Screening Case