Advertisment

ନାଇଟ୍‌ ସୁଟ୍‌ରେ ନାଚିଲେ ଈରା, ନୂପୁର କଲେ ଲୁଙ୍ଗି ଡ୍ୟାନ୍ସ

ହାତକୁ ଦି ହାତ ହୋଇ ସାରିଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ଲାଡଲୀ ଈରା ଖାନ୍। ସେ ତାଙ୍କ ଦୀର୍ଘ ଦିନର ପ୍ରେମିକ ନୂପୁର ଶିଖରଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି।

author-image
Niharika Rout
Party

Party

ହାତକୁ ଦି ହାତ ହୋଇ ସାରିଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ଲାଡଲୀ ଈରା ଖାନ୍। ସେ ତାଙ୍କ ଦୀର୍ଘ ଦିନର ପ୍ରେମିକ ନୂପୁର ଶିଖରଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ମୁମ୍ବାଇରେ ଆୟୋଜିତ ଏହି କୋର୍ଟ ମ୍ୟାରେଜ ବେଶ୍‌ ସାଧାସିଧା ଓ ବ୍ୟକ୍ତିଗତ ଥିବା ବେଳେ ଏବେ ଉଦୟପୁରରେ ହେବ ଗ୍ରାଣ୍ଡ ୱେଡିଂ ସେରିମନି ।

Advertisment

ଏବେ ଉଦୟପୁରରେ ଉଭୟ ଫ୍ୟାମିଲି ପହଞ୍ଚି ସାରିଥିବା ବେଳେ ସେଠାରେ ଆୟୋଜିତ ହୋଇଛି ପାଇଜାମା ପାର୍ଟି। ଏହି ପାର୍ଟିରେ ସମସ୍ତେ ନାଇଟ୍‌ ସୁଟ୍‌ରେ ସାମିଲ ହୋଇଥିଲେ। ମାତ୍ର ଲାଇମଲାଇଟ୍‌ରେ ରହିଥିଲେ ଆମୀରଙ୍କ ଜ୍ୱାଇଁ ନୂପୁର। କାରଣ ନୂପୁର ନିଜ ବଏଜ ଗ୍ୟାଙ୍ଗ ସହ ଲୁଙ୍ଗି ପିନ୍ଧି ପାର୍ଟିରେ ସାମିଲ ହୋଇଥିଲେ। ଆଉ ଲୁଙ୍ଗି ଡ୍ୟାନ୍ସରେ ଡ୍ୟାନ୍ସ ଫ୍ଲୋରକୁ ଥରାଇ ଦେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏବେ ଏହା ବି-ଟାଉନ୍‌ର ହଟ୍‌ ଗସିପ ପାଲଟିଛି।

ଗତ ୩ ତାରିଖରେ ଉଭୟ ଈରା ଓ ନୂପୁର ରେଜିଷ୍ଟ୍ରି ମ୍ୟାରେଜ କରିବା ପରେ ଉଭୟ ପରିବାର ୫ ତାରିଖରେ ଉଦୟପୁରରେ ପହଞ୍ଚିଗଲେ। ସେଠାରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗ୍ରାଣ୍ଡ ସେରିମନି ଆୟୋଜିତ ହେବ । ଏଥିରେ ଉଭୟ ପରିବାର ସଦସ୍ୟ ଓ କିଛି ଖାସ୍‌ ବନ୍ଧୁ ସାମିଲ ହୋଇଛନ୍ତି।

Advertisment

ଏହାପରେ ଆସନ୍ତା ୧୩ ତାରିଖରେ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରାଯିବ । ଏଥିରେ ବି- ଟାଉନ୍‌ର ଆଗ ଧାଡ଼ିର କଳାକାରଙ୍କ ସମେତ ରାଜନେତା ଓ ନାମୀଦାମୀ ଶିଳ୍ପପତି ବି ସାମିଲ ହେବେ।

Aamir Khan Aamir Khan Daughter Wedding