କ୍ୟାଟ୍ରିନାଙ୍କ ଭାଇ ପ୍ରେମରେ ଇଲିଆନା, ସାଜିବେ ଭାଉଜ!

ମୁମ୍ବାଇ: ପ୍ରେମରେ ପଡିଲେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ। ଖୁବଶୀଘ୍ର ସେ ହେବେ ହାତକୁ ଦି ହାତ।  ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସାଜିବେ ଭାଉଜ। ତାଙ୍କ ଭାଇ ସେବାଷ୍ଟିଅନ୍‌ କୈଫଙ୍କୁ କୁଆଡେ ଇଲିଆନା ବିବାହ କରିବେ। ଏ କଥା ଆମେ କହୁନୁ  ବି-ଟାଉନ୍‌ରେ ଏଭଳି କିଛି ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି। ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି। କ୍ୟାଟ୍ରିନାଙ୍କ ତାଙ୍କ ଜନ୍ମଦିନ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ […]

ileana-dcruz and katrina-kaifs

Madhupriya Mistry
  • Published: Monday, 18 July 2022
  • , Updated: 18 July 2022, 01:45 PM IST

ମୁମ୍ବାଇ: ପ୍ରେମରେ ପଡିଲେ ଅଭିନେତ୍ରୀ ଇଲିଆନା ଡି'କ୍ରୁଜ। ଖୁବଶୀଘ୍ର ସେ ହେବେ ହାତକୁ ଦି ହାତ।  ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସାଜିବେ ଭାଉଜ। ତାଙ୍କ ଭାଇ ସେବାଷ୍ଟିଅନ୍‌ କୈଫଙ୍କୁ କୁଆଡେ ଇଲିଆନା ବିବାହ କରିବେ। ଏ କଥା ଆମେ କହୁନୁ  ବି-ଟାଉନ୍‌ରେ ଏଭଳି କିଛି ଜୋରସୋର୍‌ରେ ଚର୍ଚ୍ଚା ଚାଲିଛି।

ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି। କ୍ୟାଟ୍ରିନାଙ୍କ ତାଙ୍କ ଜନ୍ମଦିନ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମାଲଦ୍ୱୀପରେ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଭାଇରାଲ ଫଟୋରେ କ୍ୟାଟ୍ରିନା ସ୍ୱାମୀ ତଥା ଅଭିନେତା ବିକ୍କି କୌଶଲ, ସନ୍ନି  କୌଶଲ, ମିନି ମଥୁର, ଭାଇ ସେବାଷ୍ଟିଅନ, ଆନନ୍ଦ ତିୱାରୀ ଏବଂ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ନଜର ଆସିଥିଲେ। ହେଲେ ବର୍ତ୍ତମାନ ଏହି ଫଟୋରୁ ନୂଆ ଖବର ଶୁଣିବାକୁ ମିଳୁଛି। ଇଲିଆନା କୁଆଡେ କ୍ୟାଟ୍ରିନାଙ୍କ ଭାଇଙ୍କୁ ଡେଟ୍‌ କରୁଥିବା ନେଇ ଖୁବ୍ ଚର୍ଚ୍ଚା ଚାଲିଛି।

କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଅନ୍ ଏବଂ ଇଲିଆନାଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି କି ଗତ ୬ ମାସ ହେବ ଉଭୟ ପରସ୍ପରକୁ ଡେଟ୍‌ କରୁଛନ୍ତି। କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଅନ୍ ବ୍ରିଟେନର ଜଣେ ମଡେଲ। ମିଡିଆ ରିପୋର୍ଟ ମୁତାବକ, ସେବାଷ୍ଟିଅନ୍ ଓ ଇଲିଆନା କେବଳ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାନ୍ତି, ବାନ୍ଦ୍ରାସ୍ଥିତ କ୍ୟାଟ୍ରିନାଙ୍କ ପୁରୁଣା ଘରେ ଏକାଠି ସମୟ ମଧ୍ୟ ବିତାଉଛନ୍ତି। ଏହି ସବୁ ଖବର ସାମ୍ନାକୁ ଆସିବା ପରେ, ନା ନା କଳ୍ପନା ଚାଲିଛି। ଇଲିଆନା ଖୁବଶୀଘ୍ର କ୍ୟାଟ୍ରିନାଙ୍କ ଭାଉଜ ହେବାକୁ ଯାଉଥିବା ସୋଶାଲ ମିଡିଆରେ ଖବର ଘୁରି ବୁଲୁଛି।

ପୂର୍ବରୁ ଇଲିଆନା  ଫଟୋଗ୍ରାଫର ଆଣ୍ଡ୍ରିୟୁଙ୍କୁ ଡେଟ୍‌ କରୁଥିଲେ। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକି ମିଳିଥିଲା। ଉଭୟ ମଧ୍ୟ ପରସ୍ପର ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ, କିନ୍ତୁ ଉଭୟଙ୍କ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା। ବ୍ରେକଅପ୍ ପରେ ଇଲିଆନା ବହୁତ ଭାଙ୍ଗି ଯାଇଥିଲେ। କିନ୍ତୁ ନିଜକୁ ସମ୍ଭାଳି ସେ ଆଗକୁ ବଢ଼ିଥିଲେ। ତେବେ ଇଲିଆନା ଆଗକୁ କ୍ୟାଟ୍ରିନାଙ୍କ ଭାଉଜ ହେଉଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା।

Related story