Advertisment

ଯୁଦ୍ଧ ପରେ ସମର୍ଥନରେ ବାହାରିଲେ କଙ୍ଗନା-ସ୍ୱରା

ଯୁଦ୍ଧକୁ ନେଇ ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ୟାଟ୍ ଫାଇଟ୍।

author-image
Madhupriya Mistry
Swara bhaskar-Kangana ranaut

Swara bhaskar-Kangana ranaut

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ। ଦିନକୁ ଦିନ ଏହା ଭୟାବହ ରୂପ ନେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧରେ ହଜାର ହଜାର ନୀରିହ ଲୋକ ପ୍ରାଣ ହରାଇ ସାରିଲେଣି। ଅନେକ ବାସହରା ହୋଇ ସାରିଲେଣି। ହମାସର ଲୋକେ ଇସ୍ରାଏଲ ସେନା ସମେତ ସାଧାରଣ ଲୋକଙ୍କୁ ମଧ୍ୟ ବନ୍ଧକ କରି ରଖିଛନ୍ତି। ଏବେ ଇସ୍ରାଏଲ ପାଲେଷ୍ଟାଇନ୍‌ ଯୁଦ୍ଧକୁ ନେଇ ଅନେକ ମହଲରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ଯୁଦ୍ଧକୁ ନେଇ ବଲିଉଡ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଶେଷ କରି ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ୟାଟ୍ ଫାଇଟ୍।

Advertisment

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଓ କଙ୍ଗନା ରଣାଓ୍ୱାତ ଯୁଦ୍ଧକୁ ନେଇ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି। ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଇସ୍ରାଇଲ ସମର୍ଥନରେ ସ୍ୱର ଉଠାଇଛନ୍ତି। ହମାସର ଲୋକଙ୍କୁ ସେ ଆତଙ୍କୀ କହିବା ସହ ଇସ୍ରାଏଲ ମହିଳାଙ୍କ ସହ ହେଉଥିବା ଜୁଲମକୁ ନେଇ ଦୁଃଖ ବଖାଣିଛନ୍ତି।

କଙ୍ଗନା ସୋଶାଲ ମିଡିଆ ଜରିଆରେ କହିଛନ୍ତି, 'ଇସ୍ରାଏଲ ମହିଳାଙ୍କ ଫଟୋ ଦେଖି ହୃଦୟ ଭାଙ୍ଗି ପଡୁଛି। ଭୟ ଲାଗୁଛି। ଆତଙ୍କୀମାନେ ମହିଳାଙ୍କ ମୃତଦେହକୁ ମଧ୍ୟ ଛାଡୁ ନାହାନ୍ତି। ମୃତଦେହ ସହ ଦୁଷ୍କର୍ମ କରୁଛନ୍ତି। ଇସ୍ରାଏଲର ଜଣେ ମହିଳା ସୈନିକଙ୍କ ଶବକୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ବୁଲାଇଲେ। ଏହାଦେଖି ମୁଁ ଭାଙ୍ଗି ପଡିଲି। ଏହି ଯୁଦ୍ଧରେ ସହିଦ ହୋଇଥିବା ପ୍ରତିଟି ସୈନ୍ୟ ସମ୍ମାନର ହକଦାର।'

Advertisment

ସେହିପରି ଅଭିନେତ୍ରୀ ସ୍ୱରା ଭାସ୍କର ପାଲେଷ୍ଟାଇନ୍‌କୁ ସମର୍ଥନ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେଆର କରି ଲେଖିଛନ୍ତି, ଯେତେବେଳେ ପାଲେଷ୍ଟଇନର ଲୋକଙ୍କ ଘର ନଷ୍ଟ କରିଥିଲେ, ଜବରଦସ୍ତି ଛଡ଼ାଇ ନେଉଥିଲେ, ଛୋଟ ଛୁଆ ଓ କିଶୋର-କିଶୋରୀଙ୍କୁ ବି ଛାଡି ନଥିଲେ ସେତେବେଳେ କେହି ସ୍ୱର ଉଠାଉ ନଥିଲେ। ବର୍ଷ ବର୍ଷ ଧରି ଗାଜାରେ ନାଗରିକଙ୍କ ଉପରେ ବୋମାମାଡ଼ କରିଲେ। ସେଠାକାର ସ୍କୁଲ ଓ ହସ୍ପିଟାଲକୁ ଛାଡିଲାନି ଇସ୍ରାଏଲ। ଏବେ ଇସ୍ରାଏଲ ସହ ସମାନ ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଦୁଃଖ ପ୍ରକାଶ କରୁଥିବା ଲୋକେ ନିଜର ଦୋମୁହାଁ ନୀତି ପ୍ରଦର୍ଶନ କରୁଛନ୍ତି।

Israel-Palestine Conflict Israel Bollywood News