Advertisment

ତାପସୀ ଓ ଅନୁରାଗଙ୍କୁ ରାତିସାରା ଶୁଆଇ ଦେଲାନି ଆଇଟି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ହଜିଗଲା ନିଦ। ରାତିସାରା ଶୁଆଇ ଦେଲାନି ଆୟକର ବିଭାଗ।  ବିଳମ୍ବିତ ରାତି ଯାଏଁ ଗୁଡେଇ ତୁଡେଇ ଜେରା କଲା ଆଇଟି । କେବଳ ସେ ନୁହନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମଧ୍ୟ ମୁମ୍ବାଇ ଆୟକର ବିଭାଗ ରାତିସାରା ପଚରାଉଚରା କରିଛି। ବୁଧାବାର ଟ୍ୟାକ୍ସ ଚୋରି ଅଭିଯୋଗରେ ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ନିର୍ମାତା ବିକାଶ ବହେଲଙ୍କ ଘର ସମେତ ମଧୁ ମଣ୍ଟେନାଙ୍କ କ୍ୱାନ ଅଫିସରେ ମଧ୍ୟ ଚଢ଼ାଉ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ତାପସୀ ଓ ଅନୁରାଗଙ୍କୁ ରାତିସାରା ଶୁଆଇ ଦେଲାନି ଆଇଟି

Anurag-Tapasee

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ହଜିଗଲା ନିଦ। ରାତିସାରା ଶୁଆଇ ଦେଲାନି ଆୟକର ବିଭାଗ।  ବିଳମ୍ବିତ ରାତି ଯାଏଁ ଗୁଡେଇ ତୁଡେଇ ଜେରା କଲା ଆଇଟି । କେବଳ ସେ ନୁହନ୍ତି ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ମଧ୍ୟ ମୁମ୍ବାଇ ଆୟକର ବିଭାଗ ରାତିସାରା ପଚରାଉଚରା କରିଛି। ବୁଧାବାର ଟ୍ୟାକ୍ସ ଚୋରି ଅଭିଯୋଗରେ ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ନିର୍ମାତା ବିକାଶ ବହେଲଙ୍କ ଘର ସମେତ ମଧୁ ମଣ୍ଟେନାଙ୍କ କ୍ୱାନ ଅଫିସରେ ମଧ୍ୟ ଚଢ଼ାଉ କରିଥିଲା।

Advertisment

ଫାଣ୍ଟମ ଫିଲ୍ମସରେ ଟ୍ୟାକ୍ସ ଚୋରି ଅଭିଯୋଗରେ ମୁମ୍ବାଇ ଓ ପୁଣେରେ ଏକକାଳୀନ ୩୦ଟି ଆୟକର ବିଭାଗ ଚଢ଼ାଉ ହୋଇଥିଲା। ଅନ୍ୟପକ୍ଷରେ ଆୟକର ବିଭାଗ ଏହି ଟ୍ୟାକ୍ସ ଚୋରି ମାମଲାରେ ବୁଧବାର ରାତି ପର୍ଯ୍ୟନ୍ତ ତାପସୀ ପନ୍ନୁ ଏବଂ ଅନୁରାଗ କାଶ୍ୟପଙ୍କୁ ପଚରାଉଚରା କରିଛି। ଗୁରୁବାର ମଧ୍ୟ ଏହି ପଚରାଉଚରା ସହ ତଦନ୍ତ ଜାରି ରହିପାରେ ବୋଲି କୁହାଯାଉଛି।

ଗତକାଲି ଅନୁରାଗ କଶ୍ୟପ, ବିକାଶ ବହଲ ଏବଂ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗ ଚଢାଉ କରିଥିଲା । ଏହି ଚଢାଉ ‘ଫାଣ୍ଟମ୍’ ଫିଲ୍ମସ୍ ସହିତ ଜଡିତ । ବିକାଶ ବହଲ ଏହି ପ୍ରଡକ୍ସନ୍ ହାଉସର ଫାଉଣ୍ଡର ହୋଇଥିବାବେଳେ ଅନୁରାଗ କଶ୍ୟପ ଏହାର ମାଲିକ । ତେବେ ତାପସୀଙ୍କ ଘରେ ଚଢାଉ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Advertisment

ସେହିପରି ଆୟକର ଅଧିକାରୀମାନେ ମଧୁ ମଣ୍ଟେନାଙ୍କ କମ୍ପାନୀ କ୍ୱାନର ଅଫିସରେ ମଧ୍ୟ ଚଢ଼ାଉ କରିଥିଲା ।ଏହି ଚଢ଼ାଉ ବେଳେ ବିଭିନ୍ନ ପରିସରରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ୟୁଟର ଆଦି ଉପରଣ ଜବତ କରାଯାଇଥିବା ନେଇ ଆୟକର ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆୟକର ବିଭାଗ ଜାଣିବାକୁ ଚାହୁଁଛି ଯେ ଚୋରି ଟଙ୍କାର ପରିମାଣ କେତେ ଥିଲା ଏବଂ ଏହାକୁ କିପରି ବଣ୍ଟନ କରାଯାଇଥିଲା। ଏହି ଟଙ୍କାକୁ ନେଇ କ’ଣ କ’ଣ ସବୁ କିଣାବିକା ହୋଇଛି।  ଚୋରି ଟଙ୍କାକୁ ମନି ଲଣ୍ଡରିଂ ଜାରିଆରେ ଦେଶ ବାହାରକୁ ପଠାଯାଉଥିଲା କି ନାହିଁ ସେ ନେଇ ମଧ୍ୟ ଆୟକର ବିଭାଗ ଖୋଲତାଡ ଜାରି ରଖିଛି। ତଦନ୍ତରୁ ଆହୁରି ବଡ ବଡ ଲୋକମାନଙ୍କର ନାଁ ମଧ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ୨୦୧୧ରେ ଅନୁରାଗ କାଶ୍ୟପ, ମଧୁ ମଣ୍ଟେନା, ବିକ୍ରମଦିତ୍ୟ ମୋଟୱାନେ ଏବଂ ବିକାଶ ବାହଲଙ୍କ ଦ୍ୱାରା ଫାଣ୍ଟମ ଫିଲ୍ମ ପ୍ରତିଷ୍ଠା କରାଯାଇଥିଲା। ତେବେ କୌଣସି କାରଣ ବଶତଃ ଅକ୍ଟୋବର ୨୦୧୮ରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା।

Bollywood Anurag Kashyap Taapsee Pannu