Advertisment

ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସୋନମ କପୁର

ମୁମ୍ବାଇ: ମା’ ହେଲେ ବଲିଉଡ ଅଭିନେତ୍ରୀ ସୋନମ କପୁର। ଆଜି ସେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ ଗୋଟିଏ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ ଓ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏବେ ଉଭୟ ମା’ ଓ ପୁଅ ସୁସ୍ଥ ରହିଛନ୍ତି। ସୋନମ ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ମିଳିତ ଭାବେ ଜାରି କରିଥିବା ବିବୃତିରେ କହିଛନ୍ତି, ଆଜି ଅର୍ଥାତ ୨୦.୦୮.୨୦୨୨ରେ ଆମେ ଆମର […]

ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସୋନମ କପୁର

sonam

Advertisment

ମୁମ୍ବାଇ: ମା’ ହେଲେ ବଲିଉଡ ଅଭିନେତ୍ରୀ ସୋନମ କପୁର। ଆଜି ସେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ ଗୋଟିଏ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ ଓ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏବେ ଉଭୟ ମା’ ଓ ପୁଅ ସୁସ୍ଥ ରହିଛନ୍ତି।

Advertisment

ସୋନମ ଓ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ମିଳିତ ଭାବେ ଜାରି କରିଥିବା ବିବୃତିରେ କହିଛନ୍ତି, ଆଜି ଅର୍ଥାତ ୨୦.୦୮.୨୦୨୨ରେ ଆମେ ଆମର ସୁନ୍ଦର ପୁତ୍ର ସନ୍ତାନକୁ ସହୃଦୟର ସହ ସ୍ୱାଗତ କରିଛୁ। ଏହି ଯାତ୍ରାରେ ଆମକୁ ସହଯୋଗ କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଉଛୁ। ଏହା ଆରମ୍ଭ ମାତ୍ର। କିନ୍ତୁ ଆମେ ଜାଣିଛୁ ଆମ ଜୀବନ ସବୁଦିନ ପାଇଁ ବଦଳି ଯାଇଛି ବୋଲି ଉଭୟ କହିଛନ୍ତି। ସୋନମ ମା’ ହୋଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Advertisment


ସୋନମ ଓ ଆନନ୍ଦ ବେଶ କିଛି ବର୍ଷ ପରସ୍ପରକୁ ଡେଟିଂ କରିବା ପରେ ୨୦୧୮ ମେ’ ମାସରେ ବିବାହ କରିଥିଲେ। ମୁମ୍ବାଇରେ ସେମାନଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋନମ ବଲିଉଡ ସୁପରଷ୍ଟାର ଅନୀଲ କପୁରଙ୍କ ଝିଅ। ଆନନ୍ଦ ଜଣେ ବ୍ୟବସାୟୀ। ୨୦୧୯ରେ ସୋନମକୁ ଶେଷଥର ପାଇଁ ଦି ଜୋୟା ଫ୍ୟାକ୍ଟରରେ ଦେଖିବାକୁ ମିଳିଥିଲା। ତାଙ୍କୁ ଆଗାମୀ ଦିନରେ ବ୍ଲିଣ୍ଡ ସିନେମାରେ ଦେଖିବାକୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe