ବିଗ୍ ବି’ଙ୍କ ନାତିଙ୍କୁ ଡେଟ୍ କରୁଛନ୍ତି ଶାହରୁଖଙ୍କ ଝିଅ!

ମୁମ୍ବାଇ: ଡେଟିଂ, ଅଫେୟାର୍ସ, ରିଲେସନ୍‌ଶିିପ୍‌, ଲଭ୍‌, ଧୋକା, ବ୍ରେକଅପ୍ ଏସବୁ ବି-ଟାଉନରେ ସାଧାରଣ କଥା। କିଏ କାହା ସହ ଡେଟିଂ କରୁଛି ତ ଆଉ କିଏ କାହା ସହ କରୁଛି ବ୍ରେକ୍‌ଅପ୍। କିନ୍ତୁ ଏହାରି ଭିତରେ ଷ୍ଟାର୍ କିଡ୍‌ଙ୍କ ଅଫେୟାର୍ସକୁ ନେଇ ବି-ଟାଉନ୍‌ରେ ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ବଲିଉଡର ବାଦଶାହ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ପରେ ଏବେ ତାଙ୍କ ଝିଅ ସୁହାନ ଖାନ୍‌ଙ୍କ ଡେଟିଂକୁ ନେଇ ଆସିଛି ବଡ ଖବର। ବିଗ୍ ବି’ ଅମିତାଭ […]

Suhana Khan and Agastya Nanda

Madhupriya Mistry
  • Published: Thursday, 05 January 2023
  • , Updated: 05 January 2023, 03:28 PM IST

ମୁମ୍ବାଇ: ଡେଟିଂ, ଅଫେୟାର୍ସ, ରିଲେସନ୍‌ଶିିପ୍‌, ଲଭ୍‌, ଧୋକା, ବ୍ରେକଅପ୍ ଏସବୁ ବି-ଟାଉନରେ ସାଧାରଣ କଥା। କିଏ କାହା ସହ ଡେଟିଂ କରୁଛି ତ ଆଉ କିଏ କାହା ସହ କରୁଛି ବ୍ରେକ୍‌ଅପ୍। କିନ୍ତୁ ଏହାରି ଭିତରେ ଷ୍ଟାର୍ କିଡ୍‌ଙ୍କ ଅଫେୟାର୍ସକୁ ନେଇ ବି-ଟାଉନ୍‌ରେ ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ବଲିଉଡର ବାଦଶାହ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ପରେ ଏବେ ତାଙ୍କ ଝିଅ ସୁହାନ ଖାନ୍‌ଙ୍କ ଡେଟିଂକୁ ନେଇ ଆସିଛି ବଡ ଖବର।

ବିଗ୍ ବି’ ଅମିତାଭ ବଚ୍ଚନଙ୍କ ନାତିକୁ ଡେଟ୍ କରୁଛନ୍ତି କିଙ୍ଗ ଖାନ୍ ଶାହରୁଖଙ୍କ ଝିଅ। ଏ କଥା ଆମେ କହୁନୁ ଏଭଳି କିଛି ଚର୍ଚ୍ଚା ଏବେ ବି-ଟାଉନ୍‌ରେ ଚାଲିଛି। ଅମିତାଭ ବଚ୍ଚନଙ୍କ ନାତୀ ଅଗସ୍ତ୍ୟା ନନ୍ଦାଙ୍କୁ ଡେଟ୍ କରୁଛନ୍ତି ସୁହାନା ଖାନ୍।

ଏଦୁହେଁ ଅପ୍‌କମିଂ ଫିଲ୍ମ ଆର୍ଚିଜ୍‌ରେ ଏକାଠି କାମ କରିବାକୁ ଯାଉଛନ୍ତି। ନିକଟରେ କପୁର ଖାନ୍‌ଦାନର ଖ୍ରୀଷ୍ଟମାସ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ସୁହାନା ଖାନ୍ ଓ ଅଗସ୍ତ୍ୟା ନନ୍ଦାଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ରିପୋର୍ଟ ମୁତାବକ, ଅଗସ୍ତ୍ୟା ସୁହାନାଙ୍କୁ ତାଙ୍କ ପରିବାର ସହ ପରିଚିତ କରାଇଛନ୍ତି। ଉଭୟଙ୍କ ଲଭ୍ ଅଫେୟାର୍ସ ଫିଲ୍ମ ଆର୍ଚିଜ୍ ଶୁଟିଂ ସେଟ୍‌ରୁ ଆରମ୍ଭ ହୋଇଥିବା କୁହାଯାଉଛି। ଏଦୁହେଁ ଖୁବଶୀଘ୍ର ନିଜ ରିଲେସନ୍‌ସିପ୍‌କୁ ଅଫିସିଆଲ୍ କରିବେ ବୋଲି ମଧ୍ୟ ଖବର ମିଳିଛି। କେବଳ ସେତିକି ନୁହେଁ ଅମିତାଭଙ୍କ ଝିଅ ତଥା ଅଗସ୍ତ୍ୟାଙ୍କ ମା’ ଶ୍ୱେତା ନନ୍ଦା ମଧ୍ୟ ଏହି ସମ୍ପର୍କଙ୍କ ପାଇଁ ଗ୍ରୀନ୍ ସିଗ୍‌ନାଲ ଦେଇଛନ୍ତି।

Related story