Advertisment

ଟାଇଗର ଶ୍ରଫଙ୍କ ମା’ଙ୍କ ଠାରୁ ୫୮ ଲକ୍ଷର ଠକେଇ, ମାମଲା ରୁଜୁ କଲା ପୁଲିସ୍‌

ସାନ୍ତାକ୍ରୁଜ ପୁଲିସ୍‌ ଷ୍ଟେସନରେ ଆୟେଶା କରିଥିବା ଅଭିଯୋଗ ଅନୁଯାୟୀ, କିକ ବକ୍ସିଂ ଆସୋସିଏସନ ଫାଇଟର ଆଲାନ ଫର୍ଣ୍ଣାଡେସ୍‌ଙ୍କୁ ଟାଇଗର ଶ୍ରଫଙ୍କ ଏମଏମଏ ମାଟ୍ରିକ୍ସ ଜିମର ଅପରେସନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା।

Shroff

Shroff

Advertisment

ବଲିଉଡର ଭେଟରାନ ଆକ୍ଟର ଜ୍ୟାକି ଶ୍ରଫଙ୍କ ପତ୍ନୀ ତଥା ଯୁବ ଅଭିନେତା ଟାଇଗର ଶ୍ରଫଙ୍କ ମା’ ଆୟେଶା ଠକାମୀର ଶିକାର ହୋଇଛନ୍ତି। ଜଣେ କିକ ବକ୍ସର ତାଙ୍କ ଠାରୁ ୫୮.୫୩ ଲକ୍ଷ ଟଙ୍କା ଠକି ନେଇଛନ୍ତି। ପୁଅ ଟାଇଗର ଶ୍ରଫଙ୍କ କମ୍ପାନୀରେ ଆୟେଶା ନିଜେ ଏହି କିକ ବକ୍ସରଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ସେ ଆୟେଶାଙ୍କୁ ୫୮ ଲକ୍ଷର ଚୂନ ଲଗାଇଛନ୍ତି।

Advertisment

ସାନ୍ତାକ୍ରୁଜ ପୁଲିସ୍‌ ଷ୍ଟେସନରେ ଆୟେଶା କରିଥିବା ଅଭିଯୋଗ ଅନୁଯାୟୀ, କିକ ବକ୍ସିଂ ଆସୋସିଏସନ ଫାଇଟର ଆଲାନ ଫର୍ଣ୍ଣାଡେସ୍‌ଙ୍କୁ ଟାଇଗର ଶ୍ରଫଙ୍କ ଏମଏମଏ ମାଟ୍ରିକ୍ସ ଜିମର ଅପରେସନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ଜିମ ପକ୍ଷରୁ ମିଶ୍ରିତ ମାର୍ଶଲ କଳାର ଶିକ୍ଷା ଦିଆଯାଏ। କମ୍ପାନୀର ପ୍ରଶାସନିକ ଦିଗର ଦାୟିତ୍ୱ ଆୟେଶା ବୁଝୁଥିଲେ। ସେ ହିଁ ଫର୍ଣ୍ଣାଡେସଙ୍କୁ ୨୦୧୮ରେ କମ୍ପାନୀରେ ନିଯୁକ୍ତି ଦେଇଥିଲେ।

ତେବେ ଭାରତ ଓ ବିଦେଶରେ ୧୧ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନାଁରେ ସେ ଟଙ୍କା ଆଦାୟ ଆରମ୍ଭ କରିଥିଲେ। କମ୍ପାନୀ ନାଁ କହି ସେ ୨୦୧୮ ଡିସେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ ବିଭିନ୍ନ ପ୍ରକାରର ଫି’ ସଂଗ୍ରହ କରିଥିଲେ। ସେ ସଂଗ୍ରହ କରିଥିବା ୫୮,୫୩, ୫୯୧ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ଜମା କରିଥିଲେ। ଏନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟେଶା ପୁଲିସ୍‌କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି।

Advertisment

ଆୟେଶା ଶ୍ରଫ ମେ’ ୩ରେ ଅଭିଯୋଗ ଦାଖଲ କରିଥିଲେ। ଏହାପରେ ଫର୍ଣ୍ଣାଡେସଙ୍କ ନାଁରେ ପୁଲିସ୍‌ ଆଇପିସିସିର ୪୨୦, ୪୦୮, ୪୬୫, ୪୬୭ ଓ ୪୬୮ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Bollywood Tiger Shrof
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe