Advertisment

ଜ୍ୟାକଲିନଙ୍କୁ ବଡ଼ ଆଶ୍ୱସ୍ତି, ବିଦେଶ ଯାତ୍ରା ଉପରୁ ହଟିଲା କଟକଣା

କୋର୍ଟରୁ ଜ୍ୟାକଲିନଙ୍କୁ ମିଳିଲା ଆଉ ଏକ ଆଶ୍ୱସ୍ତି। ଏଣିକି କୋର୍ଟଙ୍କ ପୂର୍ବ ଅନୁମତି ବିନା ବିଦେଶ ଭ୍ରମଣ କରିପାରିବେ।

author-image
Debibandita Barick
ଅଦ୍ୟତନ ହୋଇଛି
Jacqueline Fernandez

Jacqueline Fernandez

ବଲିଉଲ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟରୁ ମିଳିଲା ବଡ଼ ଆସ୍ୱସ୍ଥି। ଏଣିକି କୋର୍ଟଙ୍କ ପୂର୍ବ ଅନୁମତି ନ ନେଇ ବିଦେଶ ଯାତ୍ରା କରିପାରିବେ। କିନ୍ତୁ ସର୍ତ୍ତ ରଖି କୋର୍ଟ ତାଙ୍କୁ ଏହି ଅନୁମତି ଦେଇଛନ୍ତି। ଭାରତ ଛାଡ଼ିବାର ତିନି ଦିନ ପୂର୍ବରୁ ସେ କୋର୍ଟ କିମ୍ୱା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଏନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ 2୨୦୦ କୋଟି ଅର୍ଥ ହେରଫେର୍ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। 

Advertisment

୨୦୦ କୋଟି ଅର୍ଥ ହେରଫେର୍ ମାମଲାରେ ଜ୍ୟାକଲିନଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଗତବର୍ଷ ନଭେମ୍ୱରରେ ସର୍ତ୍ତ ରଖି ଜାମିନ ଦେଇଥିଲେ କୋର୍ଟ। କିନ୍ତୁ ସେତେବେଳ ଭାରତ ଛାଡ଼ିବା ପୂର୍ବରୁ ନିହାତି ଭାବେ କୋର୍ଟରୁ ପୂର୍ବ ଅନୁମତି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏହି ସର୍ତ୍ତକୁ କୋହଳ କରି ଦେଇଛନ୍ତି ଅଦାଲତ। 

ଅଦାଲତ ଶୁଣାଣି ସମୟରେ କହିଛନ୍ତି ଯେ, ଜ୍ୟାକଲିନ୍ ଜଣେ ବଲିଉଡ୍ ଷ୍ଟାର୍ ହୋଇଥିବାରୁ ତାଙ୍କୁ ବାରମ୍ୱାର ବିଦେଶ ଯାତ୍ରା କରିବାକୁ ପଡୁଛି। ତେଣୁ ତାଙ୍କ ବିଦେଶ ଯାତ୍ରା କଟକଣାକୁ କୋହଳ କରାଯିବା ଉଚିତ୍। କାରଣ ଦେଶ ଛାଡ଼ିବା ପୂର୍ବରୁ ପୂର୍ବ ଅନୁମତି ପ୍ରାପ୍ତ କରିବା କଷ୍ଟଦାୟକ ଏବଂ ବେଳେ ବେଳେ ଏହା ଜୀବିକାକୁ ମଧ୍ୟ ପ୍ରଭାବିତ କରିପାରେ। କିନ୍ତୁ ତାଙ୍କ ଯାତ୍ରା ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଅଦାଲତ କିମ୍ୱା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ରଖିବା ଜରୁରୀ ବୋଲି କୋର୍ଟ କହିଛନ୍ତି।

Advertisment

ଜ୍ୟାକଲିନଙ୍କୁ ତାଙ୍କ ଯାତ୍ରା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ଆବଶ୍ୟକ ବୋଲି କହିଛନ୍ତି କୋର୍ଟ। ସେ କେଉଁଠାକୁ ଯିବେ, କେଉଁଠି ରହିବେ, କେତେଦିନ ରହିବେ ଏବଂ ଯେଉଁଠାରେ ରହିବେ ସେଠାକାର ସମ୍ପୂର୍ଣ୍ଣ ଯୋଗଯୋଗ ବିବରଣୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ କୋର୍ଟ ଯେଉଁ ସର୍ତ୍ତ ରଖି ତାଙ୍କୁ ଜାମିନ୍ ଦେଇଥିଲେ, ସେସବୁ ସର୍ତ୍ତକୁ ସେ ସଠିକ୍ ଭାବେ ପାଳନ କରିଥିବାରୁ ବର୍ତ୍ତମାନ ତାଙ୍କୁ ଏହି ଆଶ୍ୱସ୍ତି ମିଳିଥିବା ଦର୍ଶାଇଛନ୍ତି ଅଦାଲତ। 

Bollywood News Money Laundering Jacqueline Fernandez