Advertisment

ଜେଲ୍‌ରେ ଥାଇ ଜ୍ୟାକ୍‌ଲିନ୍‌ ପୁଣି ଦାମୀ ଉପହାର ଦେଲା ମହାଠକ ସୁକେଶ

ଜାହାଜ ଠାରୁ ଆରମ୍ଭ କରି ହସ୍ପିଟାଲ ସବୁକିଛି ଜ୍ୟାକଲିନଙ୍କ ପାଇଁ ଅଜାଡି ଦେଇଛି ସୁକେଶ।

author-image
Madhupriya Mistry
conman-sukesh and jacqueline-fernandez

conman-sukesh and jacqueline-fernandez

ପୁଣି ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ପ୍ରେମ ଦେଖାଇଲା ମହାଠକ ସୁକେଶ। ଜେଲ୍‌ରେ ଥାଇ ଜ୍ୟାକଲିନ୍‌ଙ୍କୁ ଦେଲା ଦାମୀ ଉପହାର। ଜ୍ୟାକଲିନ୍‌ଙ୍କ ଜନ୍ମଦିନ ଅବସରରେ ମହାଠକ ସୁକେଶ ନିଜ ଖଜଣା ପେଡିକୁ ଖୋଲି ଦେଇଛି। ଗୋଟିଏ ପରେ ଗୋଟିଏ ଦାମୀ ଗିଫ୍ଟର ତାଲିକା ଜ୍ୟାକଲିନଙ୍କ ନାଁରେ ଲମ୍ଭାଇଛି। ଜାହାଜ ଠାରୁ ଆରମ୍ଭ କରି ହସ୍ପିଟାଲ ସବୁକିଛି ଜ୍ୟାକଲିନଙ୍କ ପାଇଁ ଅଜାଡି ଦେଇଛି ସୁକେଶ।

Advertisment

ଅଗଷ୍ଟ ୧୧ ତଥା ଗତକାଲି ଥିଲା ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଜନ୍ମଦିନ। ଏହି ଅବସରରେ ଦିଲ୍ଲୀର ଏକ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ତାଙ୍କୁ ଦେଇଛି ଦାମୀ ଉପହାର। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଏକ ଜାହାଜ ଉପହାର ସ୍ୱରୂପ ଦେଇଛି। ଏନେଇ ଏକ ଚିଠି ଲେଖି ସେ ସୂଚନା ଦେଇଛି।

ସୁକେଶ ଜ୍ୟାକଲିନଙ୍କୁ ଦେଇଥିବା ଏହି ଜାହାଜର ନାମ 'ଲେଡି ଜ୍ୟାକଲିନ' ରଖାଯାଇଛି। ଏହା ହେଉଛି ସେହି ସମାନ ଜାହାଜ ଯାହାକୁ ସୁକେଶ ୨୦୨୧ରେ ଜ୍ୟାକଲିନଙ୍କ ପାଇଁ ବାଛିଥିଲେ। ଦୁହେଁ ଜାହାଜରେ ଏକାଠି ଦିନ ବିତାଇବା ପାଇଁ ଇଚ୍ଛା କରିଥିବା ସୁକେଶ ନିଜ ଚିଠିରେ ଉଲ୍ଲେଖ କରିଛି।

Advertisment

ସୁକେଶ ଚନ୍ଦ୍ରଶେଖର ଚିଠିରେ କହିଛି ଯେ ‘ଲେଡି ଜ୍ୟାକଲିନ’ ନାମକ ଏହି ଜାହାଜ ଚଳିତ ମାସରେ ଡେଲିଭରି କରାଯିବ। ଜାହାଜର ସମସ୍ତ ଟ୍ୟାକ୍ସ ପ୍ରଦାନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଆଇନଗତ ଅଟେ ବୋଲି ସୁକେଶ କହିଛି। ଖାଲି ଏତିକି ନୁହେଁ ଜ୍ୟାକ୍‌ଲିନ୍ ପାଇଁ ବେଙ୍ଗାଲୁରୁରେ ଏକ ପଶୁ ଡାକ୍ତରଖାନା ମଧ୍ୟ ଉପହାର ରୂପେ ଦେଇଛି ସୁକେଶ। ଚଳିତ ବର୍ଷ ଏହି ଡାକ୍ତରଖାନା କାମ ଶେଷ ହେବ ବୋଲି ସେ କହିଛି।

ଏତିକିରେ ସରିନି ସୁକେଶର ଉପହାର। ଜ୍ୟାକ୍‌ଲିନ୍‌ଙ୍କ 'ୟିମି ୟିମି' ମ୍ୟୁଜିକ୍‌ ଭିଡିଓକୁ ହିଟ୍‌ କରିବା ପାଇଁ ସୁକେଶ ତାଙ୍କ ଫ୍ୟାନ୍‌ମାନଙ୍କୁ ୧୦୦ଟି ଆଇଫୋନ-୧୫ପ୍ରୋ ଦେବାକୁ ମଧ୍ୟ ଘୋଷଣା କରିଛି। ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଜନ୍ମଦିନରେ ଉପହାର ସହ ପ୍ରତିଶ୍ରୁତି ଦେଇ ମହାଠକ ସୁକେଶ ଚନ୍ଦ୍ରଶେଖର ୱାୟାନାଡ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୫କୋଟି ଟଙ୍କା ଏବଂ ୩୦୦ ଘର ଦେବାକୁ ମଧ୍ୟ ଘୋଷଣା କରିଛି।

Bollywood Jacqueline Fernandes Jacqueline Fernandez